ETV Bharat / politics

ଦେବଗଡରେ ଖାଲି ହେଉଛି ହାତ ! ପ୍ରାର୍ଥୀ ଘୋଷଣା ପରେ ପ୍ରଥମ ଥର ଜିଲ୍ଲା ଗସ୍ତରେ ପ୍ରଣବ - BJD joining program Deogarh

author img

By ETV Bharat Odisha Team

Published : Apr 6, 2024, 8:53 AM IST

BJD joining program: ଦେବଗଡରେ ବିଜେଡିର ମିଶ୍ରଣ ପର୍ବରେ ହାତ ଛାଡି ଶଙ୍ଖ ଧରିଲେ କଂଗ୍ରେସର ପୂର୍ବତନ ସଭାପତି ଉମା ଶଙ୍କର ସାହୁ । ସେପଟେ ସମ୍ୱଲପୁର ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ପ୍ରଥମ ଥର ଦେବଗଡ ଗସ୍ତ କରିଛନ୍ତି ପ୍ରଣବ ପ୍ରକାଶ ଦାସ । ଅଧିକ ପଢନ୍ତୁ

BJD joining program
BJD joining program

BJD joining program

ଦେବଗଡ: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଜିଲ୍ଲାର ରାଜନୈତିକ ମାହୋଲ ସେତିକି ସରଗରମ ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବିଜେଡି ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ପ୍ରଥମ ଥର ଦେବଗଡ଼ ଗସ୍ତରେ ଆସି ବିଶାଳ କର୍ମୀ ସମ୍ବିଳନୀ ଓ ମିଶ୍ରଣ ପର୍ବରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ଶତାଧିକ ସମର୍ଥକଙ୍କ ସହ କଂଗ୍ରେସର ପୂର୍ବତନ ସଭାପତି ଉମା ଶଙ୍କର ସାହୁ କଂଗ୍ରେସ ମୋହ ତୁଟାଇ ବିଜେଡିରେ ସାମିଲ ହୋଇଛନ୍ତି ।

ବିଜେଡି ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ସଂସଦୀୟ କ୍ଷେତ୍ରର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଦେବଗଡ଼ ଜିଲ୍ଲା ଗସ୍ତରେ ଆସି ପହଞ୍ଚିବା ପରେ ବିଜେଡି କର୍ମୀମାନେ ଭବ୍ୟ ସ୍ୱାଗତ କରାଯାଇଥିଲା । ଏଥିସହ ଏକ ବାଇକ ଶୋଭା ଯାତ୍ରା ବାହାରି ଆୟୋଜିତ ସଭାସ୍ଥଳ ପ୍ରଧାନ ପାଟ ଜଳପ୍ରପାତ ନିକଟସ୍ଥ ବଡ ବଗିଚା ପହଞ୍ଚିଥିଲା । ସେଠାରେ ଜିଲ୍ଲା ବିଜେଡି ପକ୍ଷରୁ ଆୟୋଜିତ ବିଶାଳ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବରେ ପ୍ରଣବ ପ୍ରକାଶ ଦାସ ଯୋଗଦାନ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ବରଗଡ଼ ଲୋକସଭା ଆସନରେ ତ୍ରିମୁଖୀ ଲଢେଇ: ବିଜେଡ଼ିର ମହିଳା କାର୍ଡ଼, ବିଜେପିରୁ ପ୍ରଦୀପ ଓ କଂଗ୍ରେସକୁ ବାହୁଡ଼ିଥିବା ସଞ୍ଜୟ ହେଲେ ପ୍ରାର୍ଥୀ - Bargarh Loksabha Constituency

ଏହି ମିଶ୍ରଣ ପର୍ବରେ ପୂର୍ବତନ କଂଗ୍ରେସ ବିଧାନ ସଭା ପ୍ରାର୍ଥୀ ତଥା ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ସହିତ ତାଙ୍କର ଶତାଧିକ ସମର୍ଥକମାନେ କଂଗ୍ରେସ ଛାଡି ବିଜେଡିରେ ଯୋଗଦାନ କରିଥିଲେ । ସମ୍ବଲପୁର ଲୋକସଭା ଆସନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାମ ଘୋଷଣା ପରେ ସେ ପ୍ରଥମ ଥର ପାଇଁ ଦେବଗଡ଼ ବିଧାନସଭା ମଣ୍ଡଳୀ ଗ୍ରସ୍ତ କରିଛନ୍ତି l

ବିଜେଡି କର୍ମୀମାନେ ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ବର୍ଦ୍ଧନା କରିବା ସହ ନୂତନ ଭାବେ କଂଗ୍ରେସ ଦଳରୁ ଆସି ବିଜୁ ଜନତା ଦଳରେ ସାମିଲ ହୋଇଥିବା କର୍ମୀ ମାନଙ୍କୁ ଦଳୀୟ ପତାକା ଦେଇ ପ୍ରଣବ ପ୍ରକାଶ ଦାସ ସମ୍ମାନିତ କରିଥିଲେ । ଏହି ଅବସରରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ଗୌତମ ବୁଦ୍ଧ ଦାସ କହିଛନ୍ତି, "ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ଦଳ ମଜବୁତ ସ୍ଥିତିରେ ରହି ବିଜୟ ହେବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.