ETV Bharat / politics

କଣ୍ଟାବାଞ୍ଜିରୁ ଲଢିବେ ନବୀନ, ବିଜେପି କହିଲା ଆତ୍ମବିଶ୍ବାସ ଥିଲେ ଗୋଟିଏ ଆସନରୁ ଲଢନ୍ତୁ - CM To Fight From Kantabanji

author img

By ETV Bharat Odisha Team

Published : Apr 17, 2024, 4:22 PM IST

CM To Fight From Kantabanji
CM To Fight From Kantabanji

CM To Fight From From Kantabanji: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ପଶ୍ଚିମ ଓଡ଼ିଶାବାସୀଙ୍କ ସହ ବାରମ୍ବାର ମୁଖ୍ୟମନ୍ତ୍ରୀ ପ୍ରତାରଣା କରୁଥିବା ଅଭିଯୋଗ ଆଣିଛି ଦଳ । ଅଧିକ ପଢନ୍ତୁ

CM To Fight From Kantabanji

ଭୁବନେଶ୍ବର: ବିଜେଡି ଆଜି ତାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ଏହାକୁ ନେଇ ବିରୋଧୀଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ରାଜ୍ୟ ବିଜେପି ପୂର୍ବତନ ସଭାପତି ସମୀର ରଞ୍ଜନ ଦାସ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କର ସବୁ ଜାଗାରେ ଲଢିବା ପାଇଁ ସ୍ଵାଧୀନତା ଅଛି । କିନ୍ତୁ ଯଦି ଆତ୍ମ ବିଶ୍ୱାସ ଅଛି ଗୋଟିଏ ଆସନରେ ଲଢନ୍ତୁ । ଗତଥର ବିଜେପୁରରୁ ଲଢ଼ିଥିଲେ ଏବଂ ପରେ ବିଜେପୁରକୁ ପ୍ରତ୍ୟାଖାନ କଲେ । ବିଗତ ଉପନିର୍ବାଚନରେ ଗୁଡ଼ିକରେ ସେହି ନିର୍ବାଚନ ମଣ୍ଡଳୀ ଗୁଡ଼ିକର ଦାୟିତ୍ଵ ନେଲି ବୋଲି କୁହନ୍ତି ମୁଖ୍ୟମନ୍ତ୍ରୀ । ହେଲେ ପରବର୍ତ୍ତୀ ସମୟରେ କ'ଣ ହୋଇଛି ସମସ୍ତେ ଦେଖିଛନ୍ତି ।"

ସେ ଆହୁରି କହିଛନ୍ତି,"ପଶ୍ଚିମ ଓଡ଼ିଶାବାସୀଙ୍କ ସହ ବାରମ୍ବାର ପ୍ରତାରଣା କରୁଛନ୍ତି ମୁଖ୍ୟମନ୍ତ୍ରୀ । ପଶ୍ଚିମ ଓଡ଼ିଶାବାସୀଙ୍କୁ ଧୋକା ଦେଇଛନ୍ତି ନବୀନ । ହାଇକୋର୍ଟ ସ୍ପେଶାଲ ବେଞ୍ଚ ହେଲା ନାହିଁ । ପଦ୍ମପୁରକୁ ଜିଲ୍ଲା କରିବେ ବୋଲି କହିଲେ, କିନ୍ତୁ କଲେ ନାହିଁ । ବରଗଡ଼ରେ ସିମେଣ୍ଟ କାରଖାନା ଓ ଚିନି କାରଖାନା ବନ୍ଦ ହେଲା । ଧାନ କଟନୀ ଛଟନୀ କରି ଚାଷୀଙ୍କ ଧାନ କିଣାରେ ଅବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ତେଣୁ ବାରମ୍ବାର ଲୋକଙ୍କୁ ଯେଉଁ ଭେଳିକି ଦେଖାଉଛି ବିଜେଡ଼ି, ଏଥର ଲୋକ ବିଜେଡ଼ିକୁ ଲୋକ ଜବାବ ଦେବେ । ସୂଚନା ଅନୁସାରେ, ୨୦୧୯ ନିର୍ବାଚନରେ ନବୀନ ପଶ୍ଚିମ ଓଡ଼ିଶାର ବିଜେପୁରରୁ ଲଢ଼ିଥିଲେ। ହେଲେ ପରେ ସେ ଆସନ ଛାଡ଼ି ଦେଇଥିଲେ। ପରେ ସେଠାରେ ଉପ-ନିର୍ବାଚନ ହୋଇଥିଲା।"
ଏହା ବି ପଢନ୍ତୁ...ପଞ୍ଚମ ପର୍ଯ୍ୟାୟରେ 9 ପ୍ରାର୍ଥୀ ଦେଲା BJD: କଣ୍ଟାବାଞ୍ଜିରୁ ଲଢ଼ିବେ ନବୀନ, ବଦଳିଲା ପ୍ରସନ୍ନ-ରୋହିତଙ୍କ ଆସନ - BJD CANDIDATE LIST


ପଶ୍ଚିମ ଓଡିଶାରୁ ମୁଖ୍ୟମନ୍ତ୍ରୀ ଲଢ଼ିପାରନ୍ତି ବୋଲି କିଛିଦିନ ତଳେ ଚର୍ଚ୍ଚା ହେଉଥିଲା । ଏହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପଡ଼ିଛି । ନବୀନ ଗଞ୍ଜାମର ହିଞ୍ଜିଳି ସହିତ କଣ୍ଟାବାଞ୍ଜି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପଟେ କିଛି ଦିନ ତଳେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ହେଲେ ମୁଖମନ୍ତ୍ରୀ କଣ୍ଟାବାଞ୍ଜିରୁ ନିଜେ ନିର୍ବାଚନ ଲଢିବା ନେଇ ଜଣାପଡ଼ିବା ପରେ ହେଲେ ଏହି ଚର୍ଚ୍ଚାରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡିଛି । ଏଥର ବି ଦୁଇଟି ଆସନରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳିକାଟୁ ସହିତ କଣ୍ଟାବାଞ୍ଜିରୁ ଲଢିବାକୁ ଯାଉଛନ୍ତି ନବୀନ । ସେପଟେ ସମ୍ବଲପୁର ଓ ରେଢାଖୋଲରେ ଅଦଳ ବଦଳ ହୋଇଛନ୍ତି ବିଜେଡି ପ୍ରାର୍ଥୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.