ETV Bharat / politics

21ରେ ନବୀନ ନିବାସ ଘେରିବ ମହିଳା କଂଗ୍ରେସ, ନୂଆ ସଭାନେତ୍ରୀ ମୀନାକ୍ଷୀଙ୍କ ପ୍ରଥମ କାର୍ଯ୍ୟକ୍ରମ

author img

By ETV Bharat Odisha Team

Published : Feb 19, 2024, 1:26 PM IST

Naveen Niwas Gherao by Mahila Congress: ମହିଳାଙ୍କ ସୁରକ୍ଷା ପାଇଁ ଗର୍ଜିବ ମହିଳା କଂଗ୍ରେସ । ଆସନ୍ତା 21 ତାରିଖରେ ନବୀନ ନିବାସ ଘେରାଉ କରାଯିବା ନେଇ ଦଳ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ

କଂଗ୍ରେସର ମହିଳା ସମାବେଶ
କଂଗ୍ରେସର ମହିଳା ସମାବେଶ

କଂଗ୍ରେସର ମହିଳା ସମାବେଶ

ଭୁବନେଶ୍ବର: ଆସନ୍ତା 21ତାରିଖରେ ନବୀନ ନିବାସ ଘେରିବ ମହିଳା କଂଗ୍ରେସ । ମହିଳାମାନଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ପ୍ରୟାସ କରାଯାଉଥିବା କୁହାଯାଇଛି । ୨୧ରେ କଂଗ୍ରେସର ମହିଳା ସମାବେଶ ଅନୁଷ୍ଠିତ ହେବ । ନବୀନ ନିବାସ ଘେରାଉ କରିବେ ମହିଳା କଂଗ୍ରେସ ଟିମ୍ । ଶକ୍ତି ପ୍ରର୍ଦଶନ କରିବେ ନୂଆ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି । ମହିଳା ସଭାନେତ୍ରୀ ହେଲା ପରେ ଏହା ହେଉଛି ମିନାକ୍ଷୀଙ୍କ ପ୍ରଥମ ବଡ଼ କାର୍ଯ୍ୟକ୍ରମ । ଏହାସହ ମହିଳା ସମାବେଶରେ ଯୋଗ ଦେବେ କଂଗ୍ରେସର ରାଷ୍ଟ୍ରୀୟ ମହିଳା ସଭାନେତ୍ରୀ ଅଳକା ଲାମ୍ବା ।

ଦଳ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, କଂଗ୍ରେସ ଭବନ ବାହାରେ ମହିଳା ସମାବେଶ ହେବ। ସମସ୍ତ ସାଂଗଠନିକ ଜିଲ୍ଲାରୁ ମହିଳାମାନେ ଆସି ଯୋଗଦେବେ। କଂଗ୍ରେସର ମହିଳା ସଂଗଠନ ପକ୍ଷରୁ ରାଜ୍ୟ ରାଜଧାନୀରେ ଶକ୍ତି ପ୍ରଦର୍ଶନ କରାଯିବ । ଆସନ୍ତା 21 ତାରିଖରେ ଭୁବନେଶ୍ୱରରେ ଏକ ବିଶାଳ ସମାବେଶ ଆୟୋଜନ କରିବ ମହିଳା କଂଗ୍ରେସ । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ନବୀନ ସରକାରରେ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି । ଦୈନିକ 7 ଜଣ ମହିଳା ହିଂସାର ଶିକାର ହେଉଥିବା ଜଣାପଡୁଛି । ଦରଦାମ ବୃଦ୍ଧିରେ ସମସ୍ତେ ତ୍ରାହି ତ୍ରାହି ଡାକୁଛନ୍ତି । ଏସବୁ ଘଟଣାର ତୀବ୍ର ପ୍ରତିବାଦ କରିବ ରାଜ୍ୟ ମହିଳା କଂଗ୍ରେସ। ମହିଳା ସମାବେଶ ହେବ । କଂଗ୍ରେସର ରାଷ୍ଟ୍ରୀୟ ମହିଳା ସଭାନେତ୍ରୀ ଅଳକା ଲାମ୍ବା ମଧ୍ୟ ଯୋଗ ଦେବେ।"

ଏହା ମଧ୍ୟ ପଢନ୍ତୁ...ସରକାରଙ୍କ ବିରୋଧରେ ଗର୍ଜିବ କଂଗ୍ରେସ, ଆସନ୍ତା ୨୬ରେ ଲୋକସେବା ଭବନ ଘେରିବ ଦଳ

ଏହା ମଧ୍ୟ ପଢନ୍ତୁ...ଅନୁଗୋଳ କଂଗ୍ରେସର ବଢିଲା ଶକ୍ତି, ଅନ୍ୟ ଦଳର ପୁରୁଖାନେତା ଓ କର୍ମୀଙ୍କ ଯୋଗଦାନ

ଏହା ମଧ୍ୟ ପଢନ୍ତୁ...କଂଗ୍ରେସକୁ ଫେରିଲେ ସତ୍ୟଜିତ ଓ ଜୟଶ୍ରୀ ପଟ୍ଟନାୟକ

ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି କହିଛନ୍ତି, "ଓଡ଼ିଶାରେ ମହିଳାମାନଙ୍କ ସମସ୍ୟା ନେଇ ସ୍ୱର ଉଠାଇବ ମହିଳା କଂଗ୍ରେସ । ମହିଳାମାନଙ୍କ ପ୍ରତି ହେଉଥିବା ନିର୍ଯାତନା ଆଉ ସହ୍ୟ କରାଯିବ ନାହିଁ । ମହିଳା କଂଗ୍ରେସ ପକ୍ଷରୁ ଏହାକୁ ଦୃଢ଼ ହସ୍ତରେ ଦମନ କରାଯିବ । ଏହି ବାର୍ତ୍ତା ନେଇ ଆଗକୁ ବଢିବ ମହିଳା କଂଗ୍ରେସ।" ତେବେ ମୀନାକ୍ଷୀ ବାହିନୀପତି ମହିଳା ସଭାନେତ୍ରୀ ହେବା ପରେ ଏହା ହେଉଛି ତାଙ୍କ ପ୍ରଥମ କାର୍ଯ୍ୟକ୍ରମ।ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ମହିଳାମାନଙ୍କୁ ଏକତ୍ର ହେବାକୁ ସେ କହିଛନ୍ତି। ନିଜର ହକ୍ ପାଇଁ ଆନ୍ଦୋଳନ କରିବାକୁ ଆହ୍ୱାନ ଦେଲେ ମିନାକ୍ଷୀ ବାହିନୀପତି । ତେବେ ଦଳର ସବାନେତ୍ରୀ ମିନାକ୍ଷାଙ୍କ ଏହି ପ୍ରଥମ କାର୍ଯ୍ୟକ୍ରମ ଉପରେ ସମସ୍ତଙ୍କ ନଜର ରହିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.