ETV Bharat / politics

ବିଜେଡି ନିର୍ବାଚନ ଇସ୍ତାହାରକୁ ନେଇ ପାଣ୍ଡିଆନଙ୍କ ଅପିଲକୁ କଟାକ୍ଷ କଲା ବିଜେପି - BJP slams BJD

author img

By ETV Bharat Odisha Team

Published : Apr 19, 2024, 9:18 PM IST

BJP slams BJD
BJP slams BJD

BJP slams BJD: ବିଜେଡି ନିର୍ବାଚନୀ ଇସ୍ତାହାରକୁ ନେଇ ବର୍ଷିଲା ବିଜେପି । ଏଥିସହ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ମଧ୍ୟ କଟାକ୍ଷ କଲା ବିଜେପି । ଅଧିକ ପଢନ୍ତୁ

BJP slams BJD

ଭୁବନେଶ୍ୱର: ପାଖେଇ ଆସୁଛି ନିର୍ବାଚନ । ଜମୁଛି ପ୍ରଚାର । ଏଥିସହ ରାଜ୍ୟ ରାଜନୀତିରେ ଆହୁରୀ ଜୋର ଧରିଛି ଆରୋପ ପ୍ରତ୍ୟାରୋପ ରାଜନୀତି । ଏହିକ୍ରମରେ ଇସ୍ତାହାରକୁ ନେଇ ବିଜେପି ଆଜି ବିଜେଡିକୁ କଡା କଟାକ୍ଷ କରିଛି । ପ୍ରେସମିଟ କରି ବିଜେପି ମୁଖପାତ୍ର ମନୋଜ ମହାପାତ୍ର ଆଜି ବିଜେଡି ଉପରେ ବର୍ଷିଛନ୍ତି । ଏଥିସହ ଭି କେ ପାଣ୍ଡିଆନଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ।

ବିଜେଡି ନିର୍ବାଚନ ଇସ୍ତାହାରକୁ ନେଇ ପାଣ୍ଡିଆନଙ୍କ ଅପିଲକୁ କଟାକ୍ଷ କରିଛି ବିଜେପି । ପ୍ରେସମିଟ କରି ବିଜେପି ବିଜେପି ମୁଖପାତ୍ର ମନୋଜ ମହାପାତ୍ର ଆଜି ବିଜୁ ଜନତା ଦଳ ଉପରେ ବର୍ଷିଛନ୍ତି । ସେ କହିଛନ୍ତି,"ଦୁଇ ଦିନ ତଳେ ଭିକେ ପାଣ୍ଡିଆନ୍ କଳିଙ୍ଗ ଷ୍ଟାଡିୟମରେ କହିଥିଲେ ଯେ ଓଡିଶାବାସୀଙ୍କ କଣ ଅସୁବିଧା ଅଛି ଆମକୁ ଜଣାନ୍ତୁ । 38 ଜଣିଆ ନିର୍ବାଚନ ଇସ୍ତାହାର କମିଟିରେ ସଭାପତି ଅଛନ୍ତି ଚନ୍ଦ୍ର ଶେଖର ସାହୁ । ହେଲେ ତାଙ୍କର ଦେଖା ନାହିଁ । କିନ୍ତୁ ନୂଆ ନେତା ଓଡିଶାବାସୀଙ୍କୁ କହୁଛନ୍ତି ମତାମତ ଦିଅନ୍ତୁ । ଏହି ବିବୃତ୍ତି ଶଙ୍ଖ ଭବନରେ ନଦେଇ କଳିଙ୍ଗ ଷ୍ଟାଡିୟମରେ ଦେଇଛନ୍ତି । ଯାହା ନିର୍ବାଚନ ଆଚରଣ ବିଧିର ଉଲ୍ଲଘଂନ।"

ଏହାମଧ୍ୟ ପଢନ୍ତୁ..ଆଚରଣ ବିଧି ଉଲଙ୍ଘନ କରୁଛି ବିଜେଡି, ମୁଖ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପି - BJP MEETS CHIEF ELECTORAL OFFICER

ସେ ଆଉ ମଧ୍ୟ ଅଭିଯୋଗ କରିଛନ୍ତିି, " ବିଜେଡି ପୂର୍ବ ନିର୍ବାଚନର ଇସ୍ତାହାର ପୂରଣ କରିନି । 500 କୋଟି ଟଙ୍କା ଖର୍ଚ୍ଚ କରି ସାରା ଓଡିଶା ବୁଲିଥିଲେ । ଆଜି ପୁଣି ଆହୁରି ମତାମତର କଣ ଆବଶ୍ୟକ ପଡିଲା । ବିଜେଡି ପ୍ରତିଶ୍ରୁତି ଦେଉ ସରକାରକୁ ଆସିଲେ ଛାତ୍ର ନିର୍ବାଚନ କରିବ । ଦାଦନ ସମସ୍ୟାର ସମାଧାନ କରିବ । କାଳିଆ ଯୋଜନାରେ କଟିଥିବା 6 ହଜାର ଟଙ୍କା ଚାଷୀଙ୍କୁ ଫେରାଇବ । ଆୟୁଷ୍ମାନ ଯୋଜନା ଲାଗୁ କରିବ । ଲୋକଙ୍କୁ ଭ୍ରମିତ କରି ଶାସନ କରୁଛି ବିଜେଡି । ଓଡ଼ିଶା ରାଜକୋଷରୁ 5କୋଟି ଟଙ୍କା ଖର୍ଚ୍ଚ କରି ରାଜ୍ୟ ବୁଲିଥିଲେ ବିଜେଡି ନେତା । କହିଥିଲେ ଲୋକଙ୍କ ଅଭିଯୋଗ ଆଣିବୁ । 15 ଦିନ ମଧ୍ୟରେ ଅଭିଯୋଗ ପୂରଣ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ହେଲେ ପୁଣି କଣ ପାଇଁ ଲୋକଙ୍କ ଅଭିଯୋଗ ଲୋଡିଲେ ସରକାର ।" ଲୋକଙ୍କୁ ଭ୍ରମିତ କରି ବିଜେଡି ଶାସନ କରୁଥିବା କହିଛି ବିଜେପି ।

ଭୁବନେଶ୍ୱର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.