ETV Bharat / politics

ବିଜେଡି ୧୪୦ ନ ଛୁଇଁଲେ ପାଣ୍ଡିଆନ ରାଜନୀତି ଛାଡ଼ନ୍ତୁ: ବିଜୟ ପଟ୍ଟନାୟକ - BIJAY PATNAIK TARGETS PANDIAN

author img

By ETV Bharat Odisha Team

Published : May 6, 2024, 7:03 AM IST

BIJAY PATNAIK TARGETS PANDIAN: ପାଣ୍ଡିଆନଙ୍କୁ କଡ଼ା ଜବାବ ଦେଲେ ବିଜୟ । କହିଲେ ବିଜେଡି ଯଦି ୧୪୦ ଆସନ ଜିତେ ମୁଁ ରାଜନୀତିରୁ ସନ୍ୟାସ ନେବି । କିନ୍ତୁ ବିରୋଧୀ ଦୁଇ ଅଙ୍କ ଛୁଇଁଲେ ପାଣ୍ଡିଆନ ରାଜନୀତି ଛାଡ଼ନ୍ତୁ । ଅଧିକ ପଢନ୍ତୁ

ବିଜେଡି ୧୪୦ ଆସନ ନଛୁଇଁଲେ ପାଣ୍ଡିଆନ ରାଜନୀତି ଛାଡିବେ କି: ବିଜୟ
ବିଜେଡି ୧୪୦ ଆସନ ନଛୁଇଁଲେ ପାଣ୍ଡିଆନ ରାଜନୀତି ଛାଡିବେ କି: ବିଜୟ (ETV BHARAT ODISHA)

BIJAY PATNAIK TARGETS PANDIAN (ETV BHARAT ODISHA)

ପାରଳାଖେମୁଣ୍ଡି: ଭିକେ ପାଣ୍ଡିଆନଙ୍କୁ ବିଜୟ ପଟ୍ଟନାୟକଙ୍କ ଖୋଲା ଚ୍ୟାଲେଞ୍ଜ । ପାରଳାଖେମୁଣ୍ଡି ବିଧାସଭା କଂଗ୍ରେସ ପ୍ରାର୍ଥୀ ବିଜୟ ପଟ୍ଟନାୟକ ଅଂଶୁଘାତ ଆକ୍ରାନ୍ତ ହୋଇ ଗତ କିଛିଦିନ ଧରି ପ୍ରଚାର ମୈଦାନରୁ ଦୂରେଇ ରହିଥିବାବେଳେ ସୁସ୍ଥ ହୋଇ ପୁଣି ମୈଦାନକୁ ଫେରିଛନ୍ତି । ତେବେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଏବଂ ଭିକେ ପାଣ୍ଡିଆନ ଗଜପତି ଗସ୍ତରେ ଆସିଥିବାବେଳେ ସିଧାସଳଖ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ । ପାଣ୍ଡିଆନ କହିଥିଲେ ବିରୋଧୀ ଦୁଇ ଅଙ୍କ ଛୁଇଁବେ ନାହିଁ । ଏହାର କଡ଼ା ଜବାବ ଦେଇଛନ୍ତି ବିଜୟ ।

ଆଜି ବିଜୟ ପଟ୍ଟନାୟକ ସୁସ୍ଥ ହୋଇ ଫେରିବା ପରେ ୫ଟି ଅଧ୍ୟକ୍ଷଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ବିରୋଧୀ ଦୁଇ ଅଙ୍କ ଛୁଇଁବେ ନାହିଁ ବୋଲି ଭିକେ ପାଣ୍ଡିଆନ ଯେଉଁ ଦମ୍ଭୋକ୍ତି ପ୍ରକାଶ କରିଥିଲେ, ତାକୁ ନେଇ ବିଜୟ ପ୍ରତିକ୍ରିୟା ରଖିଛନ୍ତି । ବିଜୟ କହିଛନ୍ତି, "ବିଜେଡି ଯଦି ୧୪୦ ଆସନ ଜିତେ ମୁଁ ରାଜନୀତିରୁ ସନ୍ୟାସ ନେବି, କିନ୍ତୁ ବିରୋଧୀ ଦୁଇ ଅଙ୍କ ଛୁଇଁଲେ ପାଣ୍ଡିଆନ ରାଜନୀତି ଛାଡିବେ କି ? ଏଥର ବିଜେଡି ସରକାରର ପତନ ନିଶ୍ଚିତ । ତେଣୁ ନିଜର ଦମ୍ଭ ଦେଖାଇବା ପାଇଁ ଲୋକଙ୍କ ସମ୍ମୁଖରେ ଏଭଳି ଫମ୍ପା ଶବ୍ଦ କରୁଛନ୍ତି । ସେହିଭଳି ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲ ଜଗନ୍ନାଥ ଜମି କେଳେଙ୍କାରୀରେ ମୋର ନାଁକୁ ଯୋଡି ମିଥ୍ୟା ଖବର ପ୍ରଚାରିତ କରାଯାଉଛି । ସମ୍ପୃକ୍ତ ଚ୍ୟାନେଲ ଏବଂ ଏହାକୁ ପ୍ରସଙ୍ଗ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମୁଁ ଆଇନଗତ କାର୍ଯାନୁଷ୍ଠାନ ନିଶ୍ଚିତ ନେବି ।"

ସେ ଆହୁରି ମଧ୍ୟ କହିଛନ୍ତି, "ମୋର ଅସୁସ୍ଥତାର ଫାଇଦା ନେଇ ବିରୋଧୀମାନେ ମୁଁ କୌଣସି ଚାପରେ ପଡି ମୈଦାନ ଛାଡିଦେଇଥିବା ନେଇ ଅପପ୍ରଚାର ଆରମ୍ଭ କରିଦେଇଥିଲେ । ହେଲେ ଏଭଳି ଅପପ୍ରଚାରକୁ ଖାତିର ନକରି ମୋର ଅନୁପସ୍ଥିତିରେ କଂଗ୍ରେସ ଦଳର କର୍ମୀ ଓ ନେତାମାନେ ଯେଉଁଭଳି ଭାବେ ପ୍ରଚାର କାର୍ଯ୍ୟ ଜାରି ରଖିଥିଲେ ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଇବା ସହ କଂଗ୍ରେସ ପ୍ରତି ସେମାନଙ୍କ ଭଲ ପାଇବା ଏବଂ ଶ୍ରଦ୍ଧାକୁ ପ୍ରଣାମ ଜଣାଉଛି । ଏଭଳି ଅପପ୍ରଚାର କରିଥବା ବ୍ୟକ୍ତିଙ୍କୁ ଆସନ୍ତା ୧୩ ତାରିଖ ଦିନ ଲୋକେ ଭୋଟ ମାଧ୍ୟମରେ ଜବାବ ଦେବେ ।"

ଏହା ମଧ୍ୟ ପଢନ୍ତୁ....ପ୍ରଚାର ବେଳେ ଅଂଶୁଘାତର ଶିକାର ହେଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ - BIJAY PATNAIK
ସୂଚନା ଥାଉ, ପାରଳାଖେମୁଣ୍ଡି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ବିଜୟ ପଟ୍ଟନାୟକ ପ୍ରଚଣ୍ଡ ଖରା ଯୋଗୁଁ ଅଂଶୁଘାତରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଗତ ଦୁଇଦିନ ହେଲା ସେ ପ୍ରଚାର ମୈଦାନରେ ଦେଖାଯାଉନଥିବାରୁ ବିରୋଧୀମାନେ ବିଭିନ୍ନ କଥା କହି ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଥିଲେ । ତେଣୁ ସେ ଗତକାଲି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରବଳ ଖରା ଯୋଗୁଁ ସେ ଅସୁସ୍ଥ ହୋଇ ପଡିଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ଏବଂ ଖୁବଶୀଘ୍ର ପୁଣି ପ୍ରଚାର ମୈଦାନକୁ ଫେରିବେ ବୋଲି କହିଥିଲେ । ବର୍ତ୍ତମାନ ସେ ଫେରିଛନ୍ତି ।


ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.