ପ୍ରଚାର ବେଳେ ଅଂଶୁଘାତର ଶିକାର ହେଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ - BIJAY PATNAIK

By ETV Bharat Odisha Team

Published : May 4, 2024, 10:02 PM IST

thumbnail
ପ୍ରଚାର ବେଳେ ଅଂଶୁଘାତର ଶିକାର ହେଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ (ETV Bharat Odisha)

Bijay Patnaik Taken Ill ପାରଳାଖେମୁଣ୍ଡି: ନିର୍ବାଚନୀ ପ୍ରଚାର ବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଗରମ ଓ ଗୁଳଗୁଳି ଯୋଗୁ ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଅସୁସ୍ଥ । ପାରଳାଖେମୁଣ୍ଡି ଆସନରୁ ବିଜୟ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବେଳେ ଜୋରଦାର ନିର୍ବାଚନୀ ପ୍ରଚାର ଚଳାଇଥିଲେ । ହେଲେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁ ଅଂଶୁଘାତରେ ଶିକାର ହୋଇ ସେ ଚିକିତ୍ସିତ ହେଉଛନ୍ତି । ଗତ ଦୁଇ ଦିନ ହେଲା ସେ ପ୍ରଚାର ମଇଦାନରେ ଦେଖାଯାଉନଥିବାରୁ ବିରୋଧୀମାନେ ବିଭିନ୍ନ କଥା କହି ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଥିଲେ । ତେଣୁ ସେ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରବଳ ଖରା ଯୋଗୁଁ ଅସୁସ୍ଥ ହୋଇପଡିଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଖୁବଶୀଘ୍ର ପୁଣି ପ୍ରଚାର ମୈଦାନକୁ ଫେରିବେ । ତାଙ୍କ ଅନୁପସ୍ଥିତିରେ କଂଗ୍ରେସ କର୍ମୀ ଓ ନେତାମାନେ ଯେଉଁଭଳି ପ୍ରଚାର କାର୍ଯ୍ୟ ଜାରି ରଖିଛନ୍ତି ତାହା ହିଁ ତାଙ୍କ ପ୍ରତି ଥିବା ଶ୍ରଦ୍ଧା ଓ କଂଗ୍ରେସ ପ୍ରତି ଥିବା ଲୋକଙ୍କ ଭଲପାଇବାର ପ୍ରତୀକ ବୋଲି ବିଜୟ ଭିଡିଓ ବାର୍ତ୍ତାରେ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ମୋହନା ଓ ପାରଳାଖେମୁଣ୍ଡି ଆସନ ପାଇଁ ୫ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ - ODISHA ASSEMBLY ELECTION 2024

ସୂଚନା ଯୋଗ୍ୟ ଯେ, ଗତ ପ୍ରାୟ ୧୫ଦିନ ଧରି ପାରଳାଖେମୁଣ୍ଡି ସହର ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ଗରମ ଅନୁଭୂତ ହେଉଛି । । ଏହାରି ଭିତରେ ବିଭିନ୍ନ ଦଳର ରାଜନୈତିକ ଦଳର ପ୍ରାର୍ଥୀମାନେ ସେମାନଙ୍କ ନେତା ଓ କର୍ମୀଙ୍କୁ ସାଙ୍ଗରେ ନେଇ ବିଭିନ୍ନ ସ୍ଥାନ ବୁଲି ପ୍ରଚାର କାର୍ଯ୍ୟ ଚଳାଇଛନ୍ତି । 

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.