ETV Bharat / politics

ମଙ୍ଗଳସୂତ୍ର ମନ୍ତବ୍ୟ ବିବାଦ: ‘ମୋର 90 ସେକେଣ୍ଡର ମନ୍ତବ୍ୟରେ ପୁରା କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ଚିନ୍ତିତ’ - INDIA bloc

author img

By ETV Bharat Odisha Team

Published : Apr 23, 2024, 2:30 PM IST

Updated : Apr 23, 2024, 5:17 PM IST

PM Modi: ମଙ୍ଗଳସୂତ୍ର ମନ୍ତବ୍ୟ ପ୍ରସଙ୍ଗରେ ପୁଣି ନିର୍ବାଚନୀ ସଭାମଞ୍ଚରୁ ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ । କହିଲେ 90 ସେକେଣ୍ଡର ମନ୍ତବ୍ୟରେ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ଚିନ୍ତିତ । ସେ କେବଳ ସତ୍ୟ ଉଜାଗର କରିଛନ୍ତି । ଅଧିକ ପଢନ୍ତୁ

‘ମୋର 90 ସେକେଣ୍ଡର ଭିଡିଓରେ ପୁରା କଂଗ୍ରେସ ଓ ‘ଇଣ୍ଡିଆ’ ମେଣ୍ଟ ଚିନ୍ତତ’
‘ମୋର 90 ସେକେଣ୍ଡର ଭିଡିଓରେ ପୁରା କଂଗ୍ରେସ ଓ ‘ଇଣ୍ଡିଆ’ ମେଣ୍ଟ ଚିନ୍ତତ’

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମଙ୍ଗଳସୂତ୍ର’ ମନ୍ତବ୍ୟକୁ ନେଇ ଏବେ ବିବାଦ, ବିତର୍କ ଓ ଆରୋପ-ପ୍ରତ୍ୟାରୋପ ଜାରି ରହିଛି । ବିରୋଧୀ କଂଗ୍ରେସ ଅନ୍ୟ ଦଳମାନେ ଏହାକୁ ଆପତ୍ତିଜନକ ଶବ୍ଦ ବୋଲି ଦର୍ଶାଇ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ମଧ୍ୟ ହୋଇସାରିଲେଣି । ଏହାରି ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନିଜ ସପକ୍ଷରେ ସଫେଇ ରଖିଛନ୍ତି । ସେ ବି ପୁଣି ନିର୍ବାଚନୀ ସଭାମଞ୍ଚରୁ । ଆଜି ରାଜସ୍ଥାନର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କର 90 ସେକେଣ୍ଡର ଏହି ମନ୍ତବ୍ୟ ପୁରା କଂଗ୍ରେସ ଓ ଇଣ୍ଡିଆ ମେଣ୍ଟକୁ ଚିନ୍ତାରେ ପକାଇ ଦେଇଛି । ସେ ଏକ ଗଭୀର ସତ୍ୟ ଉଜାଗର କରିଛନ୍ତି । କଂଗ୍ରେସ ଏକ ଗମ୍ଭୀର ଷଡଯନ୍ତ୍ର କରୁଛି । ସାଧାରଣ ଲୋକଙ୍କ ଅର୍ଥ ଲୁଟ କରି ନିଜର କିଛି ସ୍ବତନ୍ତ୍ର ଶ୍ରେଣୀର ଲୋକଙ୍କ ମଧ୍ୟରେ ବିତରଣ କରିବାକୁ ଚାହୁଁଛି । ସେମାନେ ସତକୁ ଏତେ ଭୟ କାହିଁକି କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଗତକାଲି ପ୍ରଧାନମନ୍ତ୍ରୀ କଂଗ୍ରେସର ଇସ୍ତାହାରକୁ ସମାଲୋଚନା କରି ଏହି ମନ୍ତବ୍ୟ ଦେଇଥିଲେ । କହିଥିଲେ, କଂଗ୍ରେସ କ୍ଷମତାକୁ ଆସିଲେ ଲୋକଙ୍କ ସମ୍ପତ୍ତି ସମ୍ପର୍କରେ ସର୍ଭେ କରିବ । ମହିଳା ଓ ଯୁବତୀଙ୍କ ଗହଣା ଓ ଟଙ୍କା ଉପରେ ମଧ୍ୟ ସର୍ଭେ କରିବ ବୋଲି କହୁଛି । ଏହାକୁ ନେଇ ଯେଉଁମାନଙ୍କର ଅଧିକ ସନ୍ତାନ ଅଛି, ମଧ୍ୟରେ ସାମାନ ଭାବରେ ବଣ୍ଟନ କରିବା ନେଇ ଦଳ ଇସ୍ତାହାରରେ ଘୋଷଣା କରିଛି । ଏପରିକି ମହିଳାଙ୍କ ମଙ୍ଗଳସୂତ୍ରକୁ ମଧ୍ୟ କଂଗ୍ରେସ ଛାଡିବ ନାହିଁ ବୋଲି ମୋଦି କଡା ଭାଷାରେ କହିଥିଲେ । ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । କଂଗ୍ରେସ ତୀବ୍ର ପ୍ରତିକ୍ରିୟାଶୀଳ ହେବା ସହ ମୋଦିଙ୍କ ଉପରେ ବର୍ଷିଥିଲା । ଏହାକୁ ସାମ୍ପ୍ରଦାୟିକ ହିଂସା ସୃଷ୍ଟିକାରୀ ଭାଷା ଦର୍ଶାଇ ଦଳ ନିର୍ବାଚନ ଆୟୋଗଙ୍କୁ ଅଭିଯୋଗ ମଧ୍ୟ କରିଛି । ହେଲେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିନି । ଅନ୍ୟପଟେ ମୋଦିଙ୍କ ଏହି ଅଭିଯୋଗ ସମ୍ପର୍କରେ କଂଗ୍ରେସ କହିଛି, କଂଗ୍ରେସ ଇସ୍ତାହାରରେ ସେପରି କିଛି ଉଲ୍ଲେଖ ନାହିଁ, ଯାହା ପ୍ରଧାନମନ୍ତ୍ରୀ କହୁଛନ୍ତି । ବାରମ୍ବାର ଅଭିଯୋଗ ହେବା ପରେ ମଧ୍ୟ ପ୍ରଧାନମନ୍ତ୍ରୀ କିମ୍ବା ଶାସକ ଦଳର ନେତାଙ୍କ ଉପରେ ନିର୍ବାଚନ କମିଶନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ।

ଏହା ମଧ୍ୟ ପଢନ୍ତୁ :- ମହିଳାଙ୍କ ମଙ୍ଗଳସୂତ୍ର ଉପରେ କଂଗ୍ରେସ-ଇଣ୍ଡିଆ ମେଣ୍ଟର ଆଖି: ପ୍ରଧାନମନ୍ତ୍ରୀ ମୋଦି - PM Modi On Mangalsutra

କଂଗ୍ରେସର କଡା ସମାଲୋଚନା ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ପୁଣି ଏହି ପ୍ରସଙ୍ଗକୁ ନିଜ ନିର୍ବାଚନୀ ଭାଷଣରେ ସ୍ଥାନ ଦେଇଛନ୍ତି । ସେ ଏକ ଗଭୀର ସତ୍ୟ ଉନ୍ମୋଚନ କରି ଲୋକଙ୍କ ସମ୍ନାକୁ ଆଣିଛନ୍ତି । କଂଗ୍ରେସର ଏହା ଉଦ୍ଦେଶ୍ୟ ରହିଛି ଓ ସେଥିପାଇଁ ଦଳ ଏତେ ଭୟଭୀତ ବୋଲି ପ୍ରଧାନମନ୍ତ୍ରୀ ଆଜି ପୁଣି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 23, 2024, 5:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.