ETV Bharat / politics

'ଇଣ୍ଡିଆ' ମେଣ୍ଟକୁ ଦିଦିଙ୍କ ଝଟକା: ପଶ୍ଚିମବଙ୍ଗରେ 'ଏକଲା ଚଲୋ' ନାରା, ଜବାବ ରଖିଲା କଂଗ୍ରେସ

author img

By ETV Bharat Odisha Team

Published : Jan 24, 2024, 1:20 PM IST

Updated : Jan 24, 2024, 2:22 PM IST

TMC will fight alone in Bengal
ଲୋକସଭା ନିର୍ବାଚନରେ ଏକା ଲଢିବ ଟିଏମସି

TMC to fight alone in Bengal: ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟକୁ ଶକ୍ତ ଝଟ୍‌କା । ପଶ୍ଚିମବଙ୍ଗରେ ଏକା ଲଢିବ ଟିଏମସି । ବଡ଼ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ। ଅଧିକ ପଢ଼ନ୍ତୁ,

ନୂଆଦିଲ୍ଲୀ: ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ଜବରଦସ୍ତ ଝଟ୍‌କା । ଆସନ୍ତା ଲୋକସଭା ନିର୍ବାଚନରେ ଏକା ଲଢ଼ିବ ଟିଏମସି । ପଶ୍ଚିମବଙ୍ଗରେ କୌଣସି ସହଯୋଗୀ ଦଳ ସହ ଆସନ ଭାଗବଣ୍ଟା ହେବନି । ତୃଣମୂଳ କଂଗ୍ରେସ ବିଜେପି ବିରୋଧରେ ଏକାକୀ ନିର୍ବାଚନୀ ମୈଦାନକୁ ଓହ୍ଲାଇବ । ବିରୋଧୀ ମେଣ୍ଟର ପ୍ରମୁଖ ସଦସ୍ୟ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି(ବୁଧବାର) ଏହି ବଡ଼ ଘୋଷଣା କରିଛନ୍ତି । ଦିଦିଙ୍କ ଏହି ଏକଲା ଚଲୋ ନାରା ପରେ ସାଧାରଣ ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି ।

ଆଜି ମମତା ବାନାର୍ଜୀ ଘୋଷଣା କରି କହିଛନ୍ତି, ''ମୁଁ ସେମାନଙ୍କୁ ଯାହା ସବୁ ପ୍ରସ୍ତାବ ଦେଇଥିଲି କେହି ଗ୍ରହଣ କଲେନି । ତେଣୁ ପଶ୍ଚିବଙ୍ଗରେ ଆମେ ଏକାକୀ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛୁ ।'' ଏହି ସମୟରେ ଦିଦି ରାହୁଲ ଗାନ୍ଧୀଙ୍କ ନାଁ ନେଇ ଏହା ମଧ୍ୟ କହିଛନ୍ତି ଯେ, ସେ (ରାହୁଲ) ପଶ୍ଚିବଙ୍ଗରେ ଯାତ୍ରା କରିବାକୁ ଯାଉଛନ୍ତି, କିନ୍ତୁ ଶିଷ୍ଟାଚାର ଦୃଷ୍ଟିରୁ ତାଙ୍କୁ ଏହାର ସୂଚନା ମଧ୍ୟ ଦିଆଯାଇନି ।'' ତେବେ ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସହ ବିବାଦର ଦିନକ ପରେ ମମତାଙ୍କ ଘୋଷଣା ସାମ୍ନାକୁ ଆସିଛି ।

ଏନେଇ କଂଗ୍ରେସ ନେତା ଜୟରାମ ରମେଶ ପ୍ରତିକ୍ରିୟା ଦେଇଛନ୍ତି ଯେ, ଟିଏମସି ଇଣ୍ଡିଆ ମେଣ୍ଟର ଏକ ଗୁରୁତପୂର୍ଣ୍ଣ ସ୍ତମ୍ଭ । ମମତା ବାନାର୍ଜୀଙ୍କ ବିନା ମେଣ୍ଟର କଳ୍ପନା କରାଯାଇ ପାରିବ ନାହିଁ । ଯଦି ମମତା ବାନାର୍ଜୀଙ୍କ ପୁରା ବୟାନକୁ ଭଲ ଭାବେ ଶୁଣିବେ ତାହେଲେ ଜାଣିପାରିବେ କି ସେ କହିଛନ୍ତି, ଆମେ ବିଜେପିକୁ ହରାଇବାକୁ ଚାହୁଁଛୁ ଏବଂ ଏ ଦିଗରେ ଟିଏମସି ଗୋଟିଏ ବି ପାଦ ପଛକୁ ଫେରିବନି ।

  • #WATCH | Barpeta | On Mamata Banerjee's remark, Congress General Secretary in-charge Communications, Jairam Ramesh says, "TMC is a pillar of the INDIA alliance. We cannot imagine the INDIA alliance without Mamata ji. Tomorrow our Yatra is entering West Bengal. Discussions… pic.twitter.com/QrR4XYIEKq

    — ANI (@ANI) January 24, 2024 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: ପୁଣି ଦୋହରାଇଲେ ରାହୁଲ: ହିମନ୍ତ ସବୁଠୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ, ଶାହଙ୍କ ଇସାରାରେ ଚାଲୁଛନ୍ତି

ଏହା ମଧ୍ୟ ପଢନ୍ତୁ: ପଶ୍ଚିମବଙ୍ଗ ଟିଏମସି ନେତାଙ୍କ ଘରେ ଇଡି ରେଡ୍, CRPF ଯବାନଙ୍କ ଉପସ୍ଥିତିରେ ଛାନଭିନ୍

କହିରଖୁଛି କି, କଂଗ୍ରେସ ନେତା ମମତାଙ୍କୁ ସୁବିଧାବାଦୀ ବୋଲି କହିଥିଲେ ଏବଂ ତାଙ୍କର ବିନା ସହଯୋଗରେ ଦଳ ଲୋକସଭା ନିର୍ବାଚନ ଲଢିବ ବୋଲି ମନ୍ତବ୍ୟ ଦେଇଥିଲେ । ଦୁଇ ନେତାଙ୍କ ମଧ୍ୟରେ ତୁ ତୁ ମେଁ ମେଁ ପରେ ରାହୁଲ ଗାନ୍ଧୀ ମମତାଙ୍କୁ ନିଜର ଅତି ନିକଟତର ବୋଲି କହି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଟିଏମସି ସୁପ୍ରିମୋ କଂଗ୍ରେସ ପ୍ରତି ଖୋଲାଖୋଲି ନିଜର ଅସନ୍ତୋଷ ଜାହିର୍ କରିଥିଲେ ।

ଟିଏମସି ସୁପ୍ରିମୋ ମେଣ୍ଟକୁ ଚେତାଇ ଥିଲେ ଯେ, ଆଞ୍ଚଳିକ ଦଳଗୁଡିକୁ ନିଜ ନିଜ ରାଜ୍ୟରେ ବିଜେପି ବିରୋଧରେ ଲଢିବାକୁ ସୁଯୋଗ ଦିଆଯାଉ ଏବଂ କଂଗ୍ରେସ କେବଳ ୩୦୦ ଆସନ ଉପରେ ଫୋକସ୍ କରୁ । ଯଦି ଆଞ୍ଚଳିକ ଦଳର ପ୍ରସଙ୍ଗରେ କଂଗ୍ରେସ ହସ୍ତକ୍ଷେପ କରେ ତାହେଲେ ଦଳଗୁଡିକ ନିଜର ଦୃଷ୍ଟିକୋଣ ଉପରେ ପୁର୍ନବିଚାର କରିବାକୁ ବାଧ୍ୟ ହେବେ । ଏଥିସହ ମେଣ୍ଟର ନେତୃତ୍ବ, ଏକତା ଏବଂ ଏଥିରେ କଂଗ୍ରେସ ଭୂମିକା ଉପରେ ମଧ୍ୟ ଖୋଲାଖୋଲି ପ୍ରଶ୍ନ ଉଠାଇଥିଲେ ମମତା ।

ଟିଏମସି ସଫା ସଫା କହିଥିଲା ଯେ, ଆସନ୍ତା ନିର୍ବାଚନରେ ରାଜ୍ୟରେ ସେ କଂଗ୍ରେସକୁ କେବଳ ଦୁଇଟି ଆସନ ଦେବ । କଂଗ୍ରେସ ୨୦୧୯ ନିର୍ବାଚନରେ ପଶ୍ଚିମବଙ୍ଗରେ ୪୨ ଆସନରୁ କେବଳ ୨ଟି ଆସନ ଜିତିଥିଲା । ଏହାକୁ ନେଇ ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀ ମମତାଙ୍କ ଉପରେ ବର୍ଷିଥିଲେ । ଅଧୀର କହିଥିଲେ ଯେ, ଦୁଇଟି ସିଟ୍ ଆମେ ସେତେବେଳେ ବି ଜିତିଥିଲୁ ଏବଂ ଏବେ ବି ଜିତିପାରିବୁ । ଟିଏମସି ଠାରୁ ଆମକୁ କିଛି ଭିକ ଦରକାର ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 24, 2024, 2:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.