ETV Bharat / bharat

ଟିଏମସି ନେତାଙ୍କ ଘରେ ଇଡି ରେଡ୍: 29ରେ ହାଜର ହେବାକୁ ନିର୍ଦ୍ଦେଶ

author img

By ETV Bharat Odisha Team

Published : Jan 24, 2024, 10:01 AM IST

Updated : Jan 24, 2024, 2:10 PM IST

ED raid in West Bengal: ରାସନ ଦୁର୍ନୀତି ମାମଲାରେ ଟିଏମସି ନେତା ଶାହାଜାହନଙ୍କ ସନ୍ଦେଶଖାଲିଙ୍କ ବାସଭବନରେ ଇଡି ରେଡ୍ । ସିଆରପିଏଫ ଯବାନଙ୍କ ଉପସ୍ଥିତିରେ ଛାନଭିନ୍। ଅଧିକ ପଢନ୍ତୁ

ED raid in West Bengal
ଟିଏମସି ନେତାଙ୍କ ଘରେ ଇଡି ରେଡ୍

କୋଲକାତା: ପଶ୍ଚିମବଙ୍ଗ ରାସନ ଦୁର୍ନୀତି ମାମଲାରେ ପୁଣିଥରେ ତୃଣମୂଳ କଂଗ୍ରେସ ନେତାଙ୍କ ଘରେ ପଶିଛି ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍ ଆଜି(ବୁଧବାର) ସକାଳୁ ଟିଏମସି ନେତା ଶାହାଜାହନ ଶେଖଙ୍କ ଘରେ ରେଡ୍ କରିଛି । ତାଙ୍କର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲି ସ୍ଥିତ ବାସଭବନରେ ଚଢାଉ କରାଯାଉଛି । ଚଢାଉରେ ଇଡି ସହିତ ସିଆରପିଏଫ ଯବାନ ସାମିଲ ଅଛନ୍ତି । ଇଏ ସେହି ଟିଏମସି ନେତା, ଯାହାଙ୍କ ଘରେ ଜାନୁଆାରୀ ୫ରେ ରେଡ୍ ବେଳେ ଇଡି ଅଧିକାରୀଙ୍କୁ ଆକ୍ରମଣ କରାଯାଇଥିଲା ।

  • #WATCH | West Bengal: Enforcement Directorate, accompanied by central force conducts raids at the residence of TMC leader Sheikh Shahjahan in Sandeshkhali, North 24 Parganas. pic.twitter.com/m9BLXrigrx

    — ANI (@ANI) January 24, 2024 " class="align-text-top noRightClick twitterSection" data=" ">

କିନ୍ତୁ ଏଥର ଇଡି ପୁରା ପ୍ରସ୍ତୁତି ସହ ଦଳବଳ ନେଇ ଟିଏମସି ନେତାଙ୍କ ଘରେ ଚଢାଉ କରିଛି । ଇଡି ଟିମ୍ ସହ ସିଆରପିଏଫର ଗୋଟିଏ କମ୍ପାନି ସାମିଲ ଅଛି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡାଇବାକୁ ୨୪ଟି ଗାଡିରେ କେନ୍ଦ୍ରୀୟ ସୁରକ୍ଷାବଳର ଯବାନମାନେ ସ୍ଥାନୀୟ ଅଞ୍ଚଳରେ ମୁତୟନ ହୋଇଛନ୍ତି । ଏହାବ୍ୟତୀତ ସ୍ଥାନୀୟ ପୋଲିସ ମଧ୍ୟ ଚଢାଉରେ ସହାୟତା କରୁଥିବା ସୂଚନା ମିଳିଛି । ତେବେ ଏହି ରାସନ ଦୁର୍ନୀତି ମାମଲାର ପଚରାଉଚରା ପାଇଁ ଆସନ୍ତା ୨୯ ତାରିଖରେ ଇଡିରେ ହାଜର ହେବାକୁ ଶାହାଜାହନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ତଦନ୍ତକାରୀ ଏଜେନ୍ସି ତାଙ୍କର ଘର ବାହାରେ ନୋଟିସ୍ ଲଗାଇଛି ।

ଏହା ମଧ୍ୟ ପଢନ୍ତୁ: ଚାକିରି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଘରେ ଇଡି ରେଡ୍

ଏଠାରେ ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗ ରାସନ ଦୁର୍ନୀତି ମାମଲାର ତଦନ୍ତ ପାଇଁ ଜାନୁଆରୀ ୫ରେ ଇଡି ଟିମ୍ ଟିଏମସି ନେତା ଶାହାଜାହନ ଶେଖଙ୍କ ସନ୍ଦେଶଖାଲି ବାସଭବନରେ ଚଢାଉ କରିଥିଲା। ଏହି ସମୟରେ ସେଠାରେ କିଛି ଦୁର୍ବୃତ୍ତ ଇଡି ଅଧିକାରୀଙ୍କ ଉପରକୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଅଧିକାରୀଙ୍କ କାର୍ ଏବଂ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ କ୍ୟାମେରା ଭାଙ୍ଗି ଯାଇଥିଲା । ଏଥିରେ ୩ ଜଣ ଅଧିକାରୀ ଆହତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: Ration Scam: ପଶ୍ଚିମବଙ୍ଗ ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକଙ୍କୁ ବାନ୍ଧିଲା ED

ଇଡି ପଶ୍ଚିମବଙ୍ଗ ରାସନ ଘୋଟାଲା ମାମଲା ତଦନ୍ତ କରୁଛି । ଏହି ମାମଲାରେ ପୂର୍ବରୁ ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟା ମଲ୍ଲିକ ଗିରଫ ହୋଇସାରିଛନ୍ତି । ଏବେ ଟିଏମସି ନେତା ଶାହାଜାହାନ ଶେଖ ତଦନ୍ତକାରୀ ଏଜେନ୍ସିର ସ୍କାନରରେ ରହିଛନ୍ତି । ପୂର୍ବରୁ ଯେତେବେଳେ ଇଡି ଅଧିକାରୀମାନେ ରେଡ୍ ପାଇଁ ଶାହାଜାହନଙ୍କ ଘରକୁ ଯାଇଥିଲେ, କେହି କବାଟ ଖୋଲିନଥିଲେ । ବାରମ୍ବାର କବାଟ ବାଡେଇବା ପରେ ବି କୌଣସି ଜବାବ ମିଳିନଥିଲା । ତେଣୁ ଆଉ କିଛି ଉପାୟ ନପାଇ ଇଡି ଟିମ୍ କେନ୍ଦ୍ରୀୟ ସୁରକ୍ଷା ବଳକୁ କବାଟ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ । ଠିକ୍ ଏହି ସମୟରେ ଟିଏମସି ସମର୍ଥକଙ୍କ ଏକ ଭିଡ ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 24, 2024, 2:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.