ETV Bharat / politics

ଚାଲିଛି ଗଣତନ୍ତ୍ରର ମହାପର୍ବ; ଷ୍ଟ୍ରେଚର ସହ ପୋଲିଂ ବୁଥରେ ରୋଗୀ, ମତଦାନ କେନ୍ଦ୍ରରେ ମାଙ୍କଡ଼ - Lok Sabha Election 2024

author img

By ETV Bharat Odisha Team

Published : Apr 26, 2024, 4:40 PM IST

Updated : Apr 26, 2024, 10:58 PM IST

Lok Sabha Election 2024
Lok Sabha Election 2024

Lok Sabha Election 2024: ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ମତଦାତାଙ୍କ ମଧ୍ୟରେ ଉତ୍ସାହ । ଜଣେ ବୃଦ୍ଧା ଷ୍ଟ୍ରେଚରରେ ଶୋଇ ମତଦାନ କରିଥିବା ବେଳେ ଅନ୍ୟ ଜଣେ ମତାଦାତା ମାଙ୍କଡ ସହିତ ପୋଲିଂ ବୁଥରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ

ବେଙ୍ଗାଲୁରୁ/ମୁମ୍ବାଇ: ଦେଶରେ ଜାରି ରହିଛି ଗଣତନ୍ତ୍ରର ମହାପର୍ବ । ଆଜି 13 ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର 88ଟି ଆସନରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି । ତେବେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ନିଜ ନିଜର ନେତା ବାଛିବାକୁ ସମସ୍ତେ ଆପ୍ରାଣ ପ୍ରଣେ ଉଦ୍ୟମ କରିଛନ୍ତି । ଆଉ ନିଜ ମତଦାନ ଦେଇ ଅନ୍ୟ ପାଇଁ ସାଜିଛନ୍ତି ଉଦାହରଣ । ବେଙ୍ଗାଲୁରୁରେ ଜଣେ ରୋଗୀ ଷ୍ଟ୍ରେଚର, ଅକ୍ସିଜେନ ସର୍ପୋଟରେ ନିଜ ପୋଲିଂ ବୁଥରେ ପହଞ୍ଚି ମତଦାନ କରିଛନ୍ତି । ସେହିପରି ମୁମ୍ବାଇରେ ଜଣେ ବ୍ୟକ୍ତି ମାଙ୍କଡ଼ ସହ ପୋଲିଂ ବୁଥରେ ପହଞ୍ଚିଥିବା ଦେଖିବାକୁ ମିଳିଛି ।

ଷ୍ଟ୍ରେଚର ସହ ପୋଲିଂ ବୁଥରେ ବୃଦ୍ଧା:- ବିକାଶ ଧାରାରେ ଅଗ୍ରଗତି କରୁଥିବା ଦେଶରେ ଭୋଟ ଦେଇ ଯୋଗ୍ୟ ପ୍ରାର୍ଥୀ ବାଛିବା ନିଶ୍ଚିତ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ । ୟାହାର ମହତ୍ତ୍ବକୁ ବୁଝିଛନ୍ତି କର୍ଣ୍ଣାଟକର 78 ବର୍ଷୀୟ ବୃଦ୍ଧା । ଏହି ବୃଦ୍ଧା ଜଣକ ଏପ୍ରିଲ 23 ତାରିଖରେ ନିମୋନିଆ ରୋଗରେ ପୀଡ଼ିତ ହୋଇଥିଲେ । ଏହାପରେ ସେ ଲଗାତାର ଭାବେ ଅକ୍ସିଜେନ ସିଲିଣ୍ଡର ମାଧ୍ୟମରେ ଶ୍ବାସକ୍ରିୟା କରୁଛନ୍ତି । ତାଙ୍କ ଅକ୍ସିଜେନ ମାତ୍ରା 80% (ଜଣେ ସୁସ୍ଥ ବ୍ୟକ୍ତିଙ୍କ ଅକ୍ସିଜେନ ମାତ୍ରା 95% ରହିଥାଏ)କୁ ଖସି ଆସିଥିଲା । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବା ସତ୍ତ୍ବେ ସେ ଭୋଟ ଦେବାକୁ ନିଜ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି ।

ଏହା ବି ପଢନ୍ତୁ- ଭୋଟ ମାଗିବାକୁ ଯାଇ ବିରୋଧର ଶିକାର ହେଲେ ଦିଲ୍ଲୀପ ରାୟ

କର୍ଣ୍ଣାଟକର 14ଟି ଲୋକସଭା ଆସନରେ ଆଜି ପଡୁଛି ଭୋଟ । ଜୟନଗର ନିର୍ବାଚନମଣ୍ଡଳୀରେ ଥିବା ନିଜ ପୋଲିଂ ବୁଥରେ ଷ୍ଟ୍ରେଚର ସହିତ ପହଞ୍ଚିଥିଲେ ଏହି ବୃଦ୍ଧା । ତାଙ୍କ ସହିତ କିଛି ସ୍ବାସ୍ଥ୍ୟ କର୍ମୀ ମଧ୍ୟ ରହିଥିଲେ । ଯାହାକି ଉକ୍ତ ମତଦାନ କେନ୍ଦ୍ରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମାଙ୍କଡ ସହ ପୋଲିଂ ବୁଥରେ ମତଦାତା:- ଅନ୍ୟପଟେ ମହାରାଷ୍ଟ୍ରର ଜଣେ ମତଦାତା ନିଜ ପୋଷା ମାଙ୍କଡ଼ ସହିତ ପୋଲିଂ ବୁଥରେ ପହଞ୍ଚିଛନ୍ତି । ଏହି ମତଦାତା ଜଣକ ମହାରାଷ୍ଟ୍ର ବର୍ଦ୍ଧା ନିବାସୀ ବିନୋଦ କସିରସାଗର ବୋଲି ଜଣାପଡ଼ିଛି । ଆଜି ଦ୍ବିତୀୟ ପର୍ଯ୍ୟାୟ ଭୋଟିଂରେ ମହାରାଷ୍ଟ୍ରର 8ଟି ଲୋକସଭା ଆସନରେ ପଡୁଛି ଭୋଟ । ଏନେଇ ବିନୋଦ କହିଛନ୍ତି, "ଏହି ମାଙ୍କଡ଼ଟି ମୋ ସହ ଗତ 3 ମାସ ଧରି ସାଥୀରେ ରହୁଛି । କିଛି ବୁଲା କୁକୁର ଏହି ମାଙ୍କଡ଼ ଉପରେ ଆକ୍ରମଣ କରିଥିଲେ । ତାର ଚିକିତ୍ସା ହେବା ପରେ 3ଟି ଷ୍ଟିଚ ପଡ଼ିଥିଲା । ଏହାପରେ ମାଙ୍କଡ଼ ଆଉ କେଉଁଆଡେ ନ ଯାଇ ମୋ ସହିତ ରହୁଛି । ଏଣୁ ମୁଁ ଭୋଟ ଦେବାକୁ ଆସିବା ସମୟରେ ସେ ମୋ ସହ ଏଠାକୁ ଆସିଛି । ଏହି ମାଙ୍କଡ଼ଟି ମୋର ସନ୍ତାନ ପରି । ବନ୍ୟଜନ୍ତୁ ହୋଇଥିଲେ ସୁଦ୍ଧା ସେ ପୋଲିଂ ବୁଥରେ କାହାକୁ ଆକ୍ରମଣ କରିନାହିଁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 26, 2024, 10:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.