ETV Bharat / politics

କଂଗ୍ରେସ ଶାସନ କାଳରେ ପଛୁଆ ରାଜ୍ୟ ଥିଲା ମଧ୍ୟପ୍ରଦେଶ: ମୋଦି - MODI TARGETS CONGRESS

author img

By ETV Bharat Odisha Team

Published : Apr 25, 2024, 2:20 PM IST

PM Modi address mega rally
PM Modi address mega rally

Modi target's congress: ମଧ୍ୟପ୍ରଦେଶରେ ବିଜୟ ସଙ୍କଳ୍ପ ରାଲିକୁ ସମ୍ବୋଧନ କଲେ ମୋଦି । କଂଗ୍ରେସକୁ କଲେ ସିଧା ନିଶାନା । କଂଗ୍ରେସ 'ନାମଦାର' ଆମେ 'କାମଦାର' ବୋଲି କହିଲେ ମୋଦି । ଅଧିକ ପଢନ୍ତୁ,

ଭୋପାଳ: ମଧ୍ୟପ୍ରଦେଶ ଗସ୍ତରେ ଆସି ଆଜି ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜୟ ସଙ୍କଳ୍ପ ରାଲିକୁ ସମ୍ବୋଧନ କରିବା ସମୟରେ କଂଗ୍ରେସକୁ ଟାର୍ଗେଟ କରିଥିଲେ ମୋଦି। ସେ କହିଛନ୍ତି, ''କଂଗ୍ରେସ ଶାସନ ସମୟରେ ମଧ୍ୟପ୍ରଦେଶ ସବୁଠାରୁ ପଛୁଆ ରାଜ୍ୟରେ ପରିଗଣିତ ହେଉଥିଲା । କଂଗ୍ରେସର ଶାସନ ସରିବା ପରେ ବିଜେପି ଚାମ୍ବଲକୁ ଏକ ନୂତନ ପରିଚୟ ଦେଇଛି। ଭିଣ୍ଡ, ମୋରେନା ଏବଂ ଗ୍ୱାଲିଅରର ଲୋକମାନେ କଂଗ୍ରେସ ଶାସନ ସମୟରେ ଅନ୍ଧକାର ଦେଖିଛନ୍ତି । ସେମାନେ ଏବେ ବିଜେପି ସରକାରଙ୍କ ଅଧୀନରେ ହୋଇଥିବା ବିକାଶକୁ ଅଧିକ ଅନୁଭବ କରୁଛନ୍ତି । ''

କଂଗ୍ରେସ 'ନାମଦାର', ବିଜେପି 'କାମଦାର': ମୋହି ଆହୁରି ମଧ୍ୟ କହିଛନ୍ତି, ''କଂଗ୍ରେସର ରାଜକୁମାର ପ୍ରତିଦିନ ମୋତେ ଅପମାନ କରୁଛନ୍ତି । ଅପମାନ ଜନକ ଶବ୍ଦ ବ୍ୟବହାର କରୁଛନ୍ତି । ଦେଶର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏପରି ଭାଷା ବ୍ୟବହାର କରାଯାଉଥିବାରୁ କିଛି ଲୋକ ଅସନ୍ତୁଷ୍ଟ । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଦୟାକରି କେହି ଦୁଃଖ କରନ୍ତୁ ନାହିଁ, କ୍ରୋଧିତ ହୁଅନ୍ତୁ ନାହିଁ, ସେମାନେ 'ନାମଦାର' ଏବଂ ଆମେ 'କାମଦାର' । ''

'କଂଗ୍ରେସ ଦଳ ଏକ ବିକାଶ ବିରୋଧୀ ଦଳ': ମୋଦି କହିଛନ୍ତି, ''ମୋରେନାରେ ବିଜୟ ସଙ୍କଳ୍ପ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, " ମୋରେନା ସର୍ବଦା ସେଇ ମାନଙ୍କୁ ସମର୍ଥନ କରିଆସୁଛି, ଯେଉଁମାନଙ୍କ ପାଇଁ ଦେଶ ପ୍ରଥମ । ମଧ୍ୟପ୍ରଦେଶର ଲୋକମାନେ ଜାଣନ୍ତି ଯେ ଥରେ ଯେତେବଳେ କୌଣସି ସମସ୍ୟାରୁ ମୁକ୍ତି ପାଆନ୍ତି ସେହି ସମସ୍ୟାରୁ ଦୂରାଇ ରହିବା ଆବଶ୍ୟକ । କଂଗ୍ରେସ ଦଳ ଏକ ବିକାଶ ବିରୋଧୀ ଦଳ। ଚମ୍ବଲର ଲୋକମାନେ କଂଗ୍ରେସ ଶାସନ ସମୟକୁ କେମିତି ଭୁଲି ପାରିବେ ? କଂଗ୍ରେସ ଶାସନ କାଳରେ ଚମ୍ବଲଙ୍କ ପରିଚୟ ଖରାପ ଶାସନ ଥିଲା। ''

ଏହା ମଧ୍ୟ ପଢନ୍ତୁ-ଆଚରଣ ବିଧି ଉଲ୍ଲଂଘନ ମାମଲା: ମୋଦି-ରାହୁଲଙ୍କୁ ନିର୍ବାଚନ ଆୟୋଗଙ୍କ ନୋଟିସ - MCC violations notice

'କଂଗ୍ରେସ ପାଇଁ ପରିବାର ବଡ' : ପ୍ରଧାନମନ୍ତ୍ରୀ କହିଛନ୍ତି ''ବିଜେପି ପାଇଁ ଦେଶଠାରୁ କିଛି ବଡ଼ ନାହିଁ। କିନ୍ତୁ କଂଗ୍ରେସ ପାଇଁ ପରିବାର ବଡ । କଂଗ୍ରେସର ନୀତି ସର୍ବାଧିକ ଅବଦାନ, ପରିଶ୍ରମ ଏବଂ ଉତ୍ସର୍ଗୀକୃତତାକୁ ପଛରେ ରଖିବା। ତେଣୁ ବର୍ଷ ବର୍ଷ ଧରି ସେନାର ଯବାନଙ୍କ ୱାନ ରାଙ୍କ-ୱାନ ପେନସନ ଦାବି ପୂରଣ କରି ପାରିଲା ନାହିଁ କଂଗ୍ରେସ। ବିଜେପି ଦେଶରେ ସରକାର ଗଠନ ହେବା ମାତ୍ରେ ଏହି ଦାବି ପୂରଣ କରିଥିଲା । ''

'ସମ୍ପତ୍ତି ପାଇଁ ଉତ୍ତରାଧିକାରୀ ଆଇନ ହଟାଇ ଥିଲେ ରାଜୀବ ଗାନ୍ଧୀ': ମୋଦି କହିଛନ୍ତି ''ଯେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ହୋଇଥିଲା, ସେତେବେଳେ ତାଙ୍କ ତାଙ୍କ ସମ୍ପତ୍ତି ତାଙ୍କ ପିଲା ପାଇବାର ହକଦାର ଥିଲେ । କିନ୍ତୁ ପୂର୍ବରୁ ଏକ ନିୟମ ଥିଲା ଯେ, ସମ୍ପତ୍ତି ପିଲାଙ୍କ ନାମରେ ହେବା ପୂର୍ବରୁ ଏହାର କିଛି ଅଂଶ ସରକାର ନେଉଥିଲେ । ସମ୍ପତ୍ତିକୁ ବଞ୍ଚାଇବା ପାଇଁ ଯେମିତିକି ସରକାରଙ୍କ ନିକଟକୁ ନ ଯାଏ, ସେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଇନହେରିଟାନ୍ସ ଆଇନକୁ ହଟାଇ ଦେଇଥିଲେ । ''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.