ETV Bharat / politics

ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଲେ ଲେଖାଶ୍ରୀ ସାମନ୍ତସିଂହାର, ଆଜି ଛାଡିଥିଲେ ବିଜେପି - Lekhashree joins BJD

author img

By ETV Bharat Odisha Team

Published : Apr 7, 2024, 12:38 PM IST

Updated : Apr 7, 2024, 2:15 PM IST

Lekhashree Samantsinghar joins BJD: ଆଗକୁ ଯିବାକୁ ହେଲେ ପରିବର୍ତ୍ତନର ସମ୍ମୁଖୀନ ହେବାକୁ ପଡିବ । ବିଜେଡିରେ ମିଶିବା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । କିଛି ସମୟ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇଥିଲେ । ଅଧିକ ପଢନ୍ତୁ

ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର, ଟିକେ ପୂର୍ବରୁ ବିଜେପି ଛାଡିଥିଲେ
ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର, ଟିକେ ପୂର୍ବରୁ ବିଜେପି ଛାଡିଥିଲେ

ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଲେ ଲେଖାଶ୍ରୀ ସାମନ୍ତସିଂହାର, ଆଜି ଛାଡିଥିଲେ ବିଜେପି

ଭୁବନେଶ୍ୱର: ଶଙ୍ଖ ଫୁଙ୍କିଲେ ଲେଖାଶ୍ରୀ । ଆଜି (ରବିବାର) ଲେଖାଶ୍ରୀ ସାମନ୍ତସିଂହାର ବିଜେଡିରେ ଯୋଗ ଦେଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । କିଛି ସମୟ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇଥିଲେ ଲେଖାଶ୍ରୀ । ସେ ରାଜ୍ୟ ବିଜେପିର ଉପସଭାପତି ଭାବେ କାର୍ଯ୍ୟ କରୁଥିଲେ । ହେଲେ ଦଳରେ ଜନସେବା ପାଇଁ ତାଙ୍କୁ ସୁଯୋଗ ମିଳୁନଥିବାରୁ ଇସ୍ତଫା ଦେଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ ।

ବିଜେଡିରେ ମିଶିବା ପରେ ଲେଖାଶ୍ରୀ କହିଛନ୍ତି, ''ବିଜେଡି ମୋତେ ଖୋଲା ହୃଦୟରେ ଗ୍ରହଣ କରିଥିବାରୁ ଧନ୍ୟବାଦ । ମୁଁ ବିଜେପି ଛାଡିଛି । କୌଣସି ପରିବର୍ତ୍ତନ ସହଜ ନୁହେଁ । ହେଲେ ପରିବର୍ତ୍ତନ ନିରନ୍ତର । ଆଗକୁ ଯିବାକୁ ହେଲେ ପରିବର୍ତ୍ତନର ସମ୍ମୁଖୀନ ହେବାକୁ ପଡିବ । ୧୦ ବର୍ଷ ହେଲା ମୋର ଶତ ପ୍ରତିଶତ ବିଜେପିକୁ ଦେଇଥିଲି । ଜନସେବାର ଇଚ୍ଛା ସେଠି ପୂରଣ ହୋଇପାରିଲାନି । ଏତେ ନିଷ୍ଠାର ସହ କାମ କରିବା ସତ୍ତ୍ବେ ନେତୃତ୍ୱର ଭରସା ପାଇଲି ନାହିଁ । ମୋ ସହ ବିଜେପି କାମ ଏତିକି ଥିଲା ଅନୁଭବ କଲି । ଓଡ଼ିଶାରେ ବିକାଶର ସ୍ରୋତ ବୁହାଉଥିବା ମୁଖ୍ୟମନ୍ତ୍ରୀଙ୍କ ବିକାଶ ଯାତ୍ରାରେ ସାମିଲ ହେବାକୁ ନିଷ୍ପତ୍ତି ନେଲି । ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ କୃତଜ୍ଞ । ଓଡିଶାର ବିକାଶରେ ଗୁଣ୍ଡୁଚି ମୂଷା ଭଳି ବାଲି ଝାଡିବା ଟିକେ କାମ କରିବାକୁ ଚାହୁଁଛି'' ଏଥିସହ ବିଜେଡିରେ ଯାହା ଦାୟିତ୍ବ ମିଳିବ ତାହା କରିବି ବୋଲି କହିଛନ୍ତି ଲେଖାଶ୍ରୀ ।

ଏହା ମଧ୍ୟ ପଢନ୍ତୁ: ବିଜେପିକୁ ବାଏ ବାଏ କହିଲେ ଲେଖାଶ୍ରୀ ସାମନ୍ତସିଂହାର - Lekhashree Samantsinghar Quits BJP


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଜେଡିକୁ ସ୍ୱାଗତ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ସେ କହିଛନ୍ତି ଯେ, ଲେଖାଶ୍ରୀଙ୍କ ଯୋଗଦାନ ଦ୍ୱାରା ଦଳ ଆହୁରି ସୁସଂଗଠିତ ହେବ । ରାଜ୍ୟ ରାଜନୀତିର ସେ ଜଣେ ପରିଚିତ ନାଁ । ମୁଖ୍ୟମନ୍ତ୍ରୀଙ୍କ ସୁଶାସନ ଓ ବିକାଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି ।

ପୂର୍ବତନ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଲେଖାଶ୍ରୀ ବିଜୁ ଜନତା ଦଳରେ ମିଶିଛନ୍ତି । ପୂର୍ବରୁ ସେ ଆମ ସହ ମିଶି କାମ କରିବାର ସୁଯୋଗ ଥିଲା । କିଛି କାରଣରୁ ସେ ପଳାଇଥିଲେ ହେଲେ ଆଜି ସେ ଘରକୁ ଫେରିଛନ୍ତି । ମିଶିକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରା ଲୋକଙ୍କ ପାଖରେ ପହଞ୍ଚାଇବାରେ କାର୍ଯ୍ୟ କରିବୁ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Apr 7, 2024, 2:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.