ETV Bharat / politics

କଟକ ଚୌଦ୍ବାର ନିର୍ବାଚନ ମଣ୍ଡଳୀ, ପୁଅ ରଥରେ ବାପା ସାରଥୀ ! - INTERVIEW WITH Prabhat Biswal

author img

By ETV Bharat Odisha Team

Published : Apr 20, 2024, 3:55 PM IST

Former BJD MLA Prabhat Biswal
Former BJD MLA Prabhat Biswal

Former BJD MLA Prabhat Biswal Interview: କଟକ ଜିଲ୍ଲାର ପ୍ରମୁଖ ନିର୍ବାଚନ ମଣ୍ଡଳୀ କଟକ-ଚୌଦ୍ବାରକୁ ନେଇ ପୁଣି ଚର୍ଚ୍ଚା । ଏଠାରୁ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ପୁଅ ସୌଭିକଙ୍କୁ ଟିକେଟ ମିଳିଥିବା ବେଳେ ପୁଅ ରଥରେ ସାରଥୀ ସାଜିଛନ୍ତି ବାପା । ଅଧିକ ପଢନ୍ତୁ

କଟକ ଚୌଦ୍ବାର ନିର୍ବାଚନ ମଣ୍ଡଳୀ, ପୁଅ ରଥରେ ବାପା ସାରଥୀ !

କଟକ: ଜିଲ୍ଲାର ଅନ୍ୟ ଏକ ପ୍ରମୁଖ ନିର୍ବାଚନମଣ୍ଡଳୀ କଟକ-ଚୌଦ୍ବାର ନିର୍ବାଚନ ମଣ୍ଡଳୀକୁ ନେଇ ପୁଣି ଚର୍ଚ୍ଚା । ଏହି ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ସୌଭିକ ବିଶ୍ବାଳ ଯଦିଓ ବିଧାୟକ ପ୍ରାର୍ଥୀ ହୋଇଛନ୍ତି, ମାତ୍ର ତାଙ୍କ ବାପା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ପୁଅ ପାଇଁ ସଂଗଠନ କରୁଛନ୍ତି । ଏକଥା ଆମେ କହୁ ନାହୁଁ ବରଂ ନିଜେ ପ୍ରଭାତ ଏହାକୁ ସ୍ବୀକାର କରିଛନ୍ତି । ଗତ ନିର୍ବାଚନରେ ଯେଉଁ ମାର୍ଜିନ ଥିଲା ତାହା ବି ବୃଦ୍ଧି ପାଇବ ବୋଲି ପ୍ରଭାତ କହିଛନ୍ତି ।

ଗତ ପୌର ନିର୍ବାଚନରେ ନୈରାଶ୍ୟଜନକ ଫଳ ମିଳିଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀରେ ପ୍ରଭାତ ନିଜର ସଂଗଠନକୁ ସଜାଡିଥିବା କହିଛନ୍ତି । ଏନେଇ ସେ କହିଛନ୍ତି, "ଗତ ପୌର ନିର୍ବାଚନର ଫଳ ଆସନ୍ତା ସାଧାରଣ ନିର୍ବାଚନରେ କୌଣସି ପ୍ରଭାବ ପକାଇବ ନାହିଁ ।" ପୌର ନିର୍ବାଚନରେ ସେ ପୁଅକୁ ସଂଗଠନ ଦାୟିତ୍ବ ଦେଇଥିଲେ । ସେ ଅନ୍ୟ ଜିଲ୍ଲାର ପର୍ୟ୍ୟବେକ୍ଷକ ଦାୟିତ୍ବରେ ଥିବାରୁ ପୌର ନିର୍ବାଚନରେ କଟକରେ ନଥିଲେ । ଯେଉଁ କାରଣରୁ ଏହି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଯେଉଁ ତ୍ରୁଟି ଥିଲା ସେଥିରେ ସେ ନିଜେ ସୁଧାରି ଦେଇଥିବା ପ୍ରଭାତ କହିଛନ୍ତି ।

ସେହିପରି କଟକ ଚୌଦ୍ବାର ନିର୍ବାଚନ ମଣ୍ଡଳୀରେ ଅନେକ ଉନ୍ନତମୂଳକ କାର୍ଯ୍ୟ କରାଯାଇଛି । ରାସ୍ତାଘାଟଠାରୁ ନେଇ ସ୍ବାସ୍ଥ୍ୟ ସେବା ଯୋଗାଇବା ସହିତ ପେଟା ନାଳ ଏବଂ ଓଟିଏମର ପୁନରୁଦ୍ଧାର ପାଇଁ ସରକାର ହାତକୁ ନେଇଛନ୍ତି । ଯାହାକି ଚଳିତ ନିର୍ବାଚନରେ ବହୁତ ସହଯୋଗ ହେବ ବୋଲି କହିଛନ୍ତି ପ୍ରଭାତ ।

ଏହା ବି ପଢନ୍ତୁ- ବିଧାନସଭା ନିର୍ବାଚନ 2024: କଟକ-ଚୌଦ୍ବାର ନିର୍ବାଚନ ମଣ୍ଡଳୀରେ ଏଥର ପରିବର୍ତ୍ତନ ନା ପୁଣି ବିଜେଡି ?

ସୂଚନା ଥାଉ କି ୧୪୭ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ କଟକ ଚୌଦ୍ବାର ନିର୍ବାଚନ ମଣ୍ଡଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ । ୨୦୦୯ରୁ ଗଠନ ହୋଇଥିବା ଏହି ନିର୍ବାଚନ ମଣ୍ଡଳୀରେ ଆଜି ପର୍ଯ୍ୟନ୍ତ ଶାସକ ଦଳର ପ୍ରାର୍ଥୀ ହିଁ ଜିତି ଆସୁଛନ୍ତି । ୨୦୦୯ ମସିହାରେ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରଭାତ ରଞ୍ଜନ ବିଶ୍ବାଳ ଶାସକ ଦଳର ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ସେହି ସମୟରେ ଏହି ନିର୍ବାଚନ ମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ । ବିଜେପି ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ କଂଗ୍ରେସ ଚତୁର୍ଥ ସ୍ଥାନ ଅଧିକାର କରିଥିଲା । ବିଜେଡିର ଭୋଟ ପ୍ରତିଶତ ୫୬.୫୪ ରହିଥିବା ବେଳେ ସ୍ବାଧୀନ ୨୪.୮୬, ବିଜେପି ୮.୬୯ ଏବଂ କଂଗ୍ରେସକୁ ୮.୨୨ ପ୍ରତିଶତ ଭୋଟ ମିଳିଥିଲା ।

୨୦୧୪ରେ ଏହି ଆସନରୁ ପ୍ରଭାତ ବିଶ୍ବାଳ ବିଜେଡି ଟିକେଟ ପାଇ ନିର୍ବାଚିତ ହୋଇଥିଲେ । ବିଜେଡିକୁ ୫୪.୪୫ ପ୍ରତିଶତ ଭୋଟ ମିଳିଥିବା ବେଳେ, ଦ୍ବିତୀୟରେ କଂଗ୍ରେସ ପ୍ରାର୍ଥୀକୁ ୨୨.୬୬ ପ୍ରତିଶତ ଭୋଟ ମିଳିଥିଲା ଏବଂ ବିଜେପିକୁ ୮.୬୯ ପ୍ରତିଶତ ମିଳିଥିଲା । ବିଜେପି ତୃତୀୟ ସ୍ଥାନରେ ରହିଥିଲା । ମାତ୍ର ୨୦୧୯ରେ ଏହି ଆସନ ବିଜେଡି ସପକ୍ଷରେ ଯାଇଥିଲା । ପ୍ରଭାତଙ୍କ ପୁଅ ସୌଭିକ ବିଜେଡିରୁ ୪୯ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଥିଲେ । ସବୁଠାରୁ ବଡ଼ କଥା ହେଉଛି ଗତ ନିର୍ବାଚନରେ ବିଜେପି ଏହି ଆସନରୁ ୩୨ ପ୍ରତିଶତ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲା । କଂଗ୍ରେସ ମାତ୍ର ୫ ପ୍ରତିଶତ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲା । ଦେଖିବାକୁ ଗଲେ ଗତ ନିର୍ବାଚନରେ ବିଜେଡିର ଭୋଟ ହାର ପୂର୍ବ ଅପେକ୍ଷା କମିଛି ଏବଂ ବିଜେପିର ବୃଦ୍ଧି ପାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.