ETV Bharat / politics

ପାଟ ପଟୁଆରରେ ଆସି କୋରାପୁଟ ଓ ଜୟପୁରରେ ନାମାଙ୍କନ ଭରିଲେ ବିଭିନ୍ନ ଦଳର ପ୍ରାର୍ଥୀ - ODISHA ASSEMBLY ELECTION 2024

author img

By ETV Bharat Odisha Team

Published : Apr 22, 2024, 10:30 PM IST

ପାଟ ପଟୁଆରରେ ଆସି କୋରାପୁଟ ଓ ଜୟପୁରରେ ନାମାଙ୍କନ ଭରିଲେ ବିଭିନ୍ନ ଦଳର ପ୍ରାର୍ଥୀ
ପାଟ ପଟୁଆରରେ ଆସି କୋରାପୁଟ ଓ ଜୟପୁରରେ ନାମାଙ୍କନ ଭରିଲେ ବିଭିନ୍ନ ଦଳର ପ୍ରାର୍ଥୀ

MLA Candidates File Nomination: ଆଜି କୋରାପୁଟ ଓ ଜୟପୁରରେ ବିଭିନ୍ନ ଦଳର ପ୍ରାର୍ଥୀ ମାନେ ନିଜର ନାମାଙ୍କନ ଦାଖଲ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନୀପତି, ଅନାମ ଦିଆନ ତଥା ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗି, ଚନ୍ଦ୍ରଶେଖର ମାଝୀ ପ୍ରମୁଖ ନାମାଙ୍କନ ଭରିଛନ୍ତି ଅଧିକ ପଢନ୍ତୁ

ପାଟ ପଟୁଆରରେ ଆସି କୋରାପୁଟ ଓ ଜୟପୁରରେ ନାମାଙ୍କନ ଭରିଲେ ବିଭିନ୍ନ ଦଳର ପ୍ରାର୍ଥୀ

ପାକୋରାପୁଟ: ଆଜି କୋରାପୁଟ ଜିଲ୍ଲାରେ ଅନେକ ହେଭିୱେଟ ନେତାମାନେ ନିଜର ନାମାଙ୍କନ ଦାଖଲ କରିଛନ୍ତି । ଜୟପୁର ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନୀପତି ବିଭିନ୍ନ ଦେବାଦେବୀ ମନ୍ଦିରରେ ପୂଜା ଅର୍ଚ୍ଚନା କରି ତାଙ୍କ ପତ୍ନୀ ତଥା ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଓ ସାଂସଦ ସପ୍ତଗିରି ଉଲାକାଙ୍କ ସହିତ ହଜାର ହଜାର ଦଳୀୟ କର୍ମୀଙ୍କୁ ନେଇ ରାଜ ନଅରରୁ ବିରାଟ ରାଲିରେ ବାହାରି ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେ କଂଗ୍ରେସର ୯ ଗ୍ୟାରେଣ୍ଟି ସହିତ ସ୍ଥାନୀୟ ନିଯୁକ୍ତିକୁ ଯୋଡି ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି କହିଛନ୍ତି ତାରା ପ୍ରସାଦ ।

ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକା କହିଛନ୍ତି ଯେ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିଜେଡି ବିରୋଧରେ ହାୱା ଚାଲିଛି ତେଣୁ ଏଠାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ । ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ପିଇବା ପାଣି ସମସ୍ୟା ଭଳି ପ୍ରସଙ୍ଗକୁ ନେଇ କଂଗ୍ରେସ ଲଢେଇ କରିବ । ମୋଦିଙ୍କ ଗ୍ୟାରେଣ୍ଟି କେବଳ ଆଦାନୀ ଓ ଅମ୍ବାନୀ ପାଇଁ କିନ୍ତୁ କଂଗ୍ରେସର ଗ୍ୟାରେଣ୍ଟି ଲୋକଙ୍କ ପାଇଁ ବୋଲି କହିଛନ୍ତି ସପ୍ତଗିରି ଉଲ୍ଲାକା ।

ଏହା ମଧ୍ୟ ପଢନ୍ତୁ... ନାମାଙ୍କନ ଭରିଲେ ବିଜେପି ଓ ବିଜେଡି ପ୍ରାର୍ଥୀ, ଶୋଭାଯାତ୍ରା ମାଧ୍ୟମରେ ଶକ୍ତି ପ୍ରଦର୍ଶନ - Lok Sabha Election 2024

କୋଟପାଡ଼ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଅନାମ ଦିଆନ ଓ ବିଜେଡ଼ି ବିଧାୟକ ପ୍ରାର୍ଥୀ ଚନ୍ଦ୍ରଶେଖର ମାଝୀ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅପର ପକ୍ଷରେ ଆଜି ଚତୁର୍ଥ ଦିନରେ ପଟାଙ୍ଗି ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗି, ଲକ୍ଷ୍ମୀପୁର ଆସନର କଂଗ୍ରେସ ପ୍ରାର୍ଥୀ ପବିତ୍ର ସାଉନ୍ତା କୋରାପୁଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପଟାଙ୍ଗି ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଠାରୁ ଏକ ବିରାଟ ପଟୁଆରରେ କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନାମାଙ୍କନ ଭରିଥିଲେ ।

କୋଟପାଡ଼ ବିଜେଡି ବିଧାନସଭା ପ୍ରାର୍ଥୀ ଚନ୍ଦ୍ରଶେଖର ମାଝୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଶାସନ ଓ ଲୋକ କଲ୍ୟାଣ କାମ ପାଇଁ ଲୋକଙ୍କ ସମର୍ଥନ ବଢିଛି । ଚାଷ, ସ୍ବାସ୍ଥ୍ୟ, ଶିକ୍ଷା ଭଳି ସମସ୍ୟାକୁ ମୁଦ୍ଦା ଭାବେ ନେଇ ନିର୍ବାଚନ ଲଢିବେ ବୋଲି ଚନ୍ଦ୍ରଶେଖର କହିଛନ୍ତି । ସେହିପରି ଲକ୍ଷ୍ମୀପୁର କଂଗ୍ରେସ ପ୍ରାର୍ଥୀ ପବିତ୍ର ସାଉନ୍ତା ମଧ୍ୟ ଗୁଣ୍ଡିଚା ମନ୍ଦିର ଛକରୁ ଏକ ବିରାଟ ପଟୁଆରରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଙ୍କ ସହ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଓ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ ସାମିଲ ଥିଲେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.