ETV Bharat / politics

ସ୍ୱାସ୍ଥ୍ୟସେବାକୁ ନେଇ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ, କହିଲେ ତାଙ୍କର ଜନସେବା ଇଚ୍ଛା ନାହିଁ - Dharmendra targets BJD govt

author img

By ETV Bharat Odisha Team

Published : Apr 11, 2024, 2:24 PM IST

Etv Bharat
Etv Bharat

Dharmendra targets BJD govt: ଆଦିବାସୀ ଆଧ୍ୟୁଷିତ ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ । କହିଲେ ଲୋକଙ୍କ ସେବା କରିବାର ଆନ୍ତରିକତା ସରକାରଙ୍କ ନାହିଁ । ଅଧିକ ପଢନ୍ତୁ

ସ୍ୱାସ୍ଥ୍ୟସେବାକୁ ନେଇ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ

ସମ୍ବଲପୁର: ରାଜ୍ୟର ଆଦିବାସୀ ଅଧ୍ୟୁଷିତ କୁଚିଣ୍ଡା ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ । ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ଆମ୍ବୁଲାନ୍ସ ବ୍ୟବସ୍ଥା ନଥିବାରୁ ରୋଗୀଙ୍କୁ କାନ୍ଧରେ ବୋହି ଡାକ୍ତରଖାନା ଅଣାଯାଇଛି । 25 ବର୍ଷର ବିଜେଡି ସରକାରର ବିଫଳତାର ଏହା ପ୍ରମାଣ । ଲୋକଙ୍କ ସେବା କରିବାର ଆନ୍ତରିକତା ତାଙ୍କର ନାହିଁ l ମୋଦିଙ୍କ ପ୍ରତି ସାଧାରଣ ଲୋକଙ୍କ ଆଦର ବଢିଯିବ ଭାବି ରାଜ୍ୟ ସରକାର ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରି ଦେଉନାହାନ୍ତି । ତେଣୁ ଏଥର ଜନତା ଏହି ସରକାରକୁ ନିଶ୍ଚୟ ବଦଳାଇବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ସମ୍ବଲପୁର ରାଜ୍ୟର ଏକ ପ୍ରମୁଖ ଜିଲ୍ଲା l ଏହାର କୁଚିଣ୍ଡା ଉପଖଣ୍ଡ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଟେ l ଏହି ଉପଖଣ୍ଡର 3ଟି ଯାକ ବ୍ଲକ ଆଇଟିଡ଼ିଏ ଅନ୍ତର୍ଭୁକ୍ତ ରହିଛି l କିନ୍ତୁ ଏଠିକାର ଡାକ୍ତରଖାନାରେ ଡାକ୍ତର ନାହାନ୍ତି l ସ୍ୱାସ୍ଥ୍ୟସେବା ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା ନାହିଁ l ଏଭଳି ପରିସ୍ଥିତିରେ ଦୂର ଦୁରାନ୍ତ ଗ୍ରାମାଞ୍ଚଳର ରୋଗୀଙ୍କୁ ତାଙ୍କର ସମ୍ପର୍କୀୟମାନେ କାନ୍ଧରେ ବୋହି ଡାକ୍ତରଖାନା ନିଅନ୍ତି l ଯେଉଁମାନେ 25 ବର୍ଷ ହେବ ରାଜ୍ୟରେ ଶାସନ କରୁଛନ୍ତି, ସେମାନଙ୍କର ବିଫଳତାର ଏହା ପ୍ରମାଣ ଦେଉଛି l ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି ପାଇବ ଭାବି ଇର୍ଷାବଶତଃ ସେମାନେ ରାଜ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଦେଉନାହାନ୍ତି ।'' ସମ୍ବଲପୁରର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ 120ତମ ଜନ୍ମଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସମୟରେ ସରକାରଙ୍କୁ ଏମିତି ଘେରିଛନ୍ତି ଧର୍ମେନ୍ଦ୍ର ।

ଏହା ମଧ୍ୟ ପଢନ୍ତୁ: ବିଜେଡି ନେତାଙ୍କୁ ଖୋଲା ମଞ୍ଚରେ ବିତର୍କ କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ - Dharmendra Targets State Govt

ଆଜି (ଗୁରୁବାର) ସକାଳ 10ଟା ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ସହରର ଚର୍ଚ୍ଚ ଛକ ସ୍ଥିତ ପଣ୍ଡିତ ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଏବଂ ତାଙ୍କ ନୀତି ଆଦର୍ଶର ସ୍ମୃତିଚାରଣ କରିଥିଲେ l ଲକ୍ଷ୍ମୀ ନାରାୟଣ ମିଶ୍ର ବାପୁଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ l ସ୍ୱାଧୀନତା ପରବର୍ତ୍ତୀ ସମୟରେ ସେ ସମ୍ବଲପୁରର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ପରିଚିତ ବ୍ୟକ୍ତିତ୍ୱ ହୋଇପାରିଥିଲେ ବୋଲି ସେ କହିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.