ETV Bharat / politics

ବିଜେଡି ନେତାଙ୍କୁ ଖୋଲା ମଞ୍ଚରେ ବିତର୍କ କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ - Dharmendra Targets State Govt

author img

By ETV Bharat Odisha Team

Published : Apr 10, 2024, 8:19 PM IST

Dharmendra Targets State Govt: କୁଚିଣ୍ଡାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର । ଏପରିକି ବିଜେଡି ନେତାଙ୍କୁ ଖୋଲା ମଞ୍ଚରେ ବିତର୍କ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଅଧିକ ପଢନ୍ତୁ

Dharmendra Targets State Govt
Dharmendra Targets State Govt

Dharmendra Targets State Govt

ସମ୍ବଲପୁର: କୁଚିଣ୍ଡା ଉପଖଣ୍ଡରେ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ସେ କୁଚିଣ୍ଡା ସହରକୁ ଯାଇ ପ୍ରଥମେ ବନ୍ଧୁବାସପଡ଼ା ସ୍ଥିତ ହନୁମାନ ମନ୍ଦିର ଦର୍ଶନ କରିଥିଲେ । ପରେ ଜଗନ୍ନାଥ ମନ୍ଦିର ଯାଇ ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କୁଚିଣ୍ଡାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥାର ତଥ୍ୟ ଦେବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଖୋଲା ମଞ୍ଚରେ ବିତର୍କ କରିବାକୁ ଆହ୍ୱାନ ଦେଇଛନ୍ତି । ପ୍ରଚାର ସମୟରେ ତାଙ୍କ ସହ ସ୍ଥାନୀୟ ବିଜେପି ବିଧାୟକ ପ୍ରାର୍ଥୀ ରବି ନାୟକଙ୍କ ସହ ବହୁ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହେବା ପରେ ପ୍ରଥମ ଥର ପାଇଁ କୁଚିଣ୍ଡା ଗସ୍ତରେ ଆସିଛି । ମୋର ସୌଭାଗ୍ୟ ଯେ ମୁଁ ପୂର୍ବରୁ ମଧ୍ୟ କୁଚିଣ୍ଡାର ନେତୃତ୍ୱ ନେଇଛି । ଲୋକଙ୍କ ଆଶୀର୍ବାଦ ପାଇଁ ଆଜି ମୋଦି ବିଜୟ ଅଭିଯାନ ଆରମ୍ଭ କରିଛି ।" ଏହି ଅବସରରେ ସେ କୁଚିଣ୍ଡା ସରକାରୀ ହସ୍ପିଟାଲ ପରିଦର୍ଶନ ପରେ କରିନ୍ତି । ଧର୍ମେନ୍ଦ୍ର କହିଛନ୍ତି,"କୁଚିଣ୍ଡା ହସ୍ପିଟାଲରେ 18ଟି ସ୍ଥାୟୀ ଡାକ୍ତର ପଦବୀ ଥିବାବେଳେ କେବଳ 11 ଜଣ ଡାକ୍ତର ଅଛନ୍ତି । କୁଚିଣ୍ଡା ଉପଖଣ୍ଡରେ 149 ଟି ମେଡିକାଲ ପଦବୀ ରହିଛି । ମାତ୍ର 48 ଟି ପଦବୀରେ ଷ୍ଟାଫ ଥିବାବେଳେ 101 ପଦବୀ ଖାଲି ରହିଛି । ଏହି କୁଚିଣ୍ଡା ଅଂଚଳ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଟେ । ଏହି ଅଞ୍ଚଳରେ ସିକେଲସେଲ ପୀଡିତ ରୋଗୀ ବହୁ ସଂଖ୍ୟାରେ ଅଛନ୍ତି ।"

ଏହା ବି ପଢନ୍ତୁ...ଯୁଯୁମୁରାରେ ରୋଗୀଙ୍କୁ ଖଟିଆରେ ବୋହିବା ଘଟଣା, ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ - Dharmendra Pradhan

"ସମ୍ବଲପୁର ଜିଲ୍ଲାର 40% ପିଲାଙ୍କ ବୟସ ଅନୁସାରେ ଉଚ୍ଚତା କମ ଅଛି । 25% ପିଲାଙ୍କ ଓଜନ କମ ଅଛି, 36% ପିଲାଙ୍କ ଜନ୍ମ ସମୟରେ ଓଜନ କମ ରହିଛି । 65 % ଶିଶୁ ରକ୍ତ ହୀନତାର ଶିକାର ଅଛନ୍ତି, 66.7% ମହିଳା ରକ୍ତ ହୀନତାର ଶିକାର ହେଉଛନ୍ତି । 25 ବର୍ଷ ଶାସନ କାଳରେ ଏହା କ'ଣ ରୂପାନ୍ତରଣ, ଏହି ତଥ୍ୟକୁ ନେଇ କଣ ରାଜ୍ୟ ସରକାର ବାଃ ବାଃ ନେଉଛନ୍ତି?" ବୋଲି ରାଜ୍ୟ ସରକାର ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । "ଏହି ବ୍ୟବସ୍ଥାକୁ ବଦଳେଇବାକୁ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ଆୟୁଷ୍ମାନ ଭାରତ ଯୋଜନାରେ ଚିକତ୍ସା ସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ହୋଇଛି । ହେଲେ ମୋଦିଙ୍କ ଲୋକପ୍ରିୟତା ବଢ଼ିଯିବ ବୋଲି ରାଜ୍ୟ ସରକାର ଏହି ଯୋଜନାକୁ ଲାଗୁ ହେବାକୁ ଦେଉନାହାନ୍ତି" କହି ରାଜ୍ୟ ସରକାରଙ୍କ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।



ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.