ETV Bharat / politics

କଂଗ୍ରେସ ଆଶାୟୀଙ୍କ ପାଇଁ ନୂଆ କ୍ରାଇଟେରିଆ, ସମର୍ଥନରେ ସଦସ୍ୟ ଯୋଡ଼ିଲେ ମିଳିବ ଟିକେଟ୍‌

author img

By ETV Bharat Odisha Team

Published : Feb 28, 2024, 9:41 PM IST

Congress Ticket Exercise
Congress Ticket Exercise

Congress Ticket Exercise: ପ୍ରାର୍ଥୀ ଚୟନରେ ସ୍ବଚ୍ଛତା ଅବଲମ୍ବନ କରିବା ପାଇଁ କଂଗ୍ରେସ ଆଣିଥିବା 'ପ୍ରଗମନ' ଆପ୍‌ରେ ଆଶାୟୀଙ୍କ ପାଇଁ ନୂଆ କ୍ରାଇଟେରିଆ ଆଣିଛି ଦଳ । ବିଧାନ ସଭା ଆଶାୟୀଙ୍କୁ ନିଜ ସମର୍ଥନରେ ଅତି କମରେ 300 ଓ ଲୋକସଭା ଆଶାୟୀ ପ୍ରାର୍ଥୀଙ୍କୁ 700 ଟିମ୍‌ ମେମ୍ବର ଯୋଡ଼ିବାକୁ ହେବ । ଅଧିକ ପଢ଼ନ୍ତୁ

Congress Ticket Exercise

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ଚୟନରେ ସ୍ବଚ୍ଛତା ଅବଲମ୍ବନ କରିବା ପାଇଁ ଓଡ଼ିଶାରେ ପ୍ରଥମ କରି 'ପ୍ରଗମନ' ଆପ୍‌ ବ୍ୟବସ୍ଥା କରିଥିଲା କଂଗ୍ରେସ । 'ପ୍ରଗମନ'ରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ, ଚୟନ ପ୍ରକ୍ରିୟା ଏବେ କଂଗ୍ରେସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବା କଂଗ୍ରେସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସେଥିପାଇଁ ଏବେ ଆବେଦନକାରୀଙ୍କ ପାଇଁ ଆଉ ଏକ ନୂଆ କ୍ରାଇଟେରିଆ ଯୋଡ଼ିଛି କଂଗ୍ରେସ । ବିଧାନସଭା ପାଇଁ ଆବେଦନକାରୀଙ୍କୁ ଏହି ଆପ୍‌ରେ ୩୦୦ ଜଣ ସଦସ୍ୟ ଯୋଡିବାକୁ ପଡିବ ଏବଂ ସଂସଦୀୟ କ୍ଷେତ୍ର ପାଇଁ ୭୦୦ ଜଣ ସଦସ୍ୟଙ୍କୁ ଯୋଡିବାକୁ ପଡିବ ବୋଲି ସୂଚନା ଦେଇଛନ୍ତି ମିଡିଆ ସେଲ୍‌ ଅଧ୍ୟକ୍ଷ ବିଶ୍ବରଞ୍ଜନ ମହାନ୍ତି ।

  • " class="align-text-top noRightClick twitterSection" data="">

ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ଲାଇନ୍‌ ଥିବାରୁ ସ୍କ୍ରିନିଂ କମିଟି ବୈଠକକୁ ମାର୍ଚ୍ଚ 9 ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ସେହିଭଳି ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରୁ ଉପଯୁକ୍ତ ପ୍ରାର୍ଥୀ ଚୟନ ପାଇଁ ନୂଆ ସର୍ତ୍ତ ଯୋଡ଼ିଛି ଦଳ । ଆବେଦନକାରୀ ନିଜ ଆବେଦନ ସହ ପ୍ରଗମନ ଆପ୍‌ରେ ନୂଆ ସଭ୍ୟ ଯୋଡିବାକୁ 4 ମାର୍ଚ୍ଚ ପର୍ଯ୍ୟନ୍ତ ଡେଡ୍‌ ଲାଇନ ଦେଇଛି ଦଳ । ଯଦି ସେହି ସମୟ ଭିତରେ ଜଣେ ପ୍ରାର୍ଥୀ, ସଭ୍ୟଙ୍କୁ ଯୋଡି ପାରିବେନି, ତାହେଲେ ତାଙ୍କ ଆବେଦନ ପତ୍ର ନାକଚ ହେବାର ସମ୍ଭାବନା ରହିଛି । ପ୍ରଗମନରେ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜଣେ ଜଣେ ବିଧାୟକ ପ୍ରାର୍ଥୀ ପାଇଁ ଆବେଦନ କରିଥିବା ଆବେଦନକାରୀ ତାଙ୍କ ଟିମରେ ୩୦୦ ଜଣ ଟିମ୍‌ ସଦସ୍ୟ ରହିବା ଆବଶ୍ୟକ ବୋଲି କହିଛି କଂଗ୍ରେସ । ସେହିଭଳି ଲୋକସଭା ପ୍ରାର୍ଥୀ ମଧ୍ୟ ୭୦୦ ଜଣ ଟିମ୍‌ ମେମ୍ବରଙ୍କ ସମର୍ଥନ ଯୋଗାଡ଼ କରିବାର ଆବଶ୍ୟକତା ରହିଛି । ପ୍ରତି ନିର୍ବାଚନ ମଣ୍ଡଳୀରୁ ୧୦୦ ଜଣ ସଦସ୍ୟ ରହିବା ଆବଶ୍ୟକ ବୋଲି କହିଛନ୍ତି କଂଗ୍ରେସ ମିଡିଆ ସେଲ୍‌ ଅଧ୍ୟକ୍ଷ ଡଃ ବିଶ୍ବରଞ୍ଜନ ମହାନ୍ତି । ଏହା ସହିତ ଏହି ସଦସ୍ୟ ସଂଖ୍ୟା ମାର୍ଚ୍ଚ ୪ ତାରିଖ ମଧ୍ୟରେ ପ୍ରଗମନରେ ଯୋଡିବାର ସମୟସୀମା ମଧ୍ୟ ଧାର୍ଯ୍ୟ କରିଛି କଂଗ୍ରେସ ।

ଏହା ମଧ୍ୟ ପଢ଼ନ୍ତୁ...ମାର୍ଚ୍ଚ ୯କୁ ଘୁଞ୍ଚିଲା କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ

ପ୍ରକାଶ ଯୋଗ୍ୟ, ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଚୟନରେ ସ୍ବଚ୍ଛତା ଅବଲମ୍ବନ କରିବାକୁ 'ପ୍ରଗମନ' ଆପ୍‌ ଲଞ୍ଚ କରିଥିଲା । ପ୍ରଥମ ପର୍ଯ୍ୟାୟରେ ବିଧାୟକ ଓ ସାଂସଦ ପାଇଁ ଶହ ଶହ ଲୋକ ଆବେଦନ କରିଥିଲା । ଏବେ ଦ୍ବିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଜାରି ରହିଛି । ଏବେ ପର୍ଯ୍ୟନ୍ତ ଲୋକସଭା ପାଇଁ 700ରୁ ଊର୍ଦ୍ଧ୍ବ ଆବେଦନକାରୀ ଥିବାବେଳେ ବିଧାନସଭା ପାଇଁ ପାଖାପାଖି 4 ହଜାର ପ୍ରାର୍ଥୀ ଆବେଦନ କଲେଣି । ତେବେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରକାଶ କରିବ ବୋଲି କସରତ ଚଳାଇଥିଲା ଦଳ । ଏଥିପାଇଁ ଗତକାଲି ଦିଲ୍ଲୀରେ ଦଳର ସ୍କ୍ରିନିଂ କମିଟି ବୈଠକ ବସିବାର ଥିଲା । ହେଲେ ଏହି ସ୍କ୍ରିନିଂ କମିଟି ବୈଠକ ସ୍ଥଗିତ ହୋଇଥିଲା । ଆସନ୍ତା ମାର୍ଚ୍ଚ 9 ତାରିଖରେ ସ୍କ୍ରିନିଂ କମିଟି ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ସ୍କ୍ରିନିଂ କମିଟି ବୈଠକ ପରେ ଦଳର ସେଣ୍ଟ୍ରାଲ ଇଲେକ୍ସନ କମିଟି ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.