ETV Bharat / politics

ଗର୍ଜିଲେ ରାହୁଲ: ବିଜେପି-ବିଜେଡି ବିବାହ ହୋଇଛି, ଓଡ଼ିଶାରେ ପାଣ୍ଡିଆନ ଶାସନ ଚଳାଉଛନ୍ତି - Rahul Gandhi in Odisha

author img

By ETV Bharat Odisha Team

Published : Apr 28, 2024, 12:32 PM IST

Updated : Apr 28, 2024, 2:42 PM IST

ଗର୍ଜିଲେ ରାହୁଲ: ବିଜେପି-ବିଜେଡି ବିବାହ ହୋଇଛି, ପାଣ୍ଡିଆନ ଶାସନ ଚାଲିଛି ।
ଗର୍ଜିଲେ ରାହୁଲ: ବିଜେପି-ବିଜେଡି ବିବାହ ହୋଇଛି, ପାଣ୍ଡିଆନ ଶାସନ ଚାଲିଛି ।

Rahul Gandhi arrives at Bhubaneswar: ମଧୁବାବୁଙ୍କ ଜନ୍ମପୀଠରେ ରାହୁଲ ଗାନ୍ଧୀ । ସାଲେପୁରରେ ଜନସଭାକୁ ସମ୍ବୋଧିତ କଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ବିରୋଧରେ ବର୍ଷିଲେ । ମହିଳା ଯୁବକ ଓ ଚାଷୀଙ୍କ ପାଇଁ ଦେଲେ ପ୍ରତିଶୃତି । ଅଧିକ ପଢନ୍ତୁ

ଗର୍ଜିଲେ ରାହୁଲ: ବିଜେପି-ବିଜେଡି ବିବାହ ହୋଇଛି, ପାଣ୍ଡିଆନ ଶାସନ ଚାଲିଛି

ଭୁବନେଶ୍ବର: ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ବୁଝାମଣା ହୋଇଛି । ରାଜ୍ୟରେ ପାଣ୍ଡିଆନ ହିଁ ସରକାର ଚଳାଉଛନ୍ତି । କେନ୍ଦ୍ରରେ ମୋଦି ଓ ରାଜ୍ୟରେ ନବୀନ କେବଳ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ଲାଭ ପହଞ୍ଚାଇଛନ୍ତି । କଂଗ୍ରେସ ଉଭୟ ଦଳ ବିରୋଧରେ ଲଢୁଛି । ବିଭିନ୍ନ ବର୍ଗ ଓ ସେମାନଙ୍କ ଅଧିକାର ପାଇଁ ଲଢୁଛି । ରାଜ୍ୟ ଓ କେନ୍ଦ୍ରରେ ଦଳ କ୍ଷମତାକୁ ଆସିବା ପରେ ଚାଷୀ, ମହିଳା ଓ ଯୁବପିଢିଙ୍କ ପାଇଁ ଏକାଧିକ ଯୋଜନା କାର୍ଯ୍ୟକାରୀ ହେବ । ଆଜି ସାଲେପୁର ସମାବେଶରେ କଂଗ୍ରେସ ଷ୍ଟାର ନେତା ରାହୁଲ ଗାନ୍ଧୀ ଉଭୟ କେନ୍ଦ୍ର ଓ ରାଜ୍ୟରେ ଶାସନରେ ଥିବା ବିଜେପି ଓ ବିଜେଡି ଉପରେ ପ୍ରବଳ ବର୍ଷିବା ସହ କଂଗ୍ରେସ କ୍ଷମତାକୁ ଆସିଲେ ଏକାଧିକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାର ପ୍ରତିଶୃତି ଦେଇଛନ୍ତି ।

ରାହୁଲ କହିଛନ୍ତି,‘‘ଗତ ବିଧାସଭା ନିର୍ବାଚନରେ ତେଲେଙ୍ଗାନାରେ କଂଗ୍ରେସକୁ ସମର୍ଥନ ମିଳିଲା । ଆମେ 5 ଗ୍ୟାରେଣ୍ଟି ଦେଇଥିଲୁ । ସରକାର ଗଠନ କରିବା ପରେ କାର୍ଯ୍ୟକାରୀ କରି ଦେଖାଇଲୁ ମଧ୍ୟ । ସେଠାରେ ଏବେ ବିଆରଏସ କ୍ଷମତାରୁ ଦୂରରେ । ସେହିପରି ଗତ 10 ବର୍ଷ ମଧ୍ୟରେ କେନ୍ଦ୍ରରେ ନରେନ୍ଦ୍ର ମୋଦି କେବଳ କିଛି ହାତ ଗଣତି ଲୋକଙ୍କୁ ସୁବିଧା ଦେଇଛି । ଏଠାରେ (ଓଡିଶା) ରେ ମଧ୍ୟ ବିଜେପି- ବିଜେଡି ମଧ୍ୟରେ ବିବାହ ହୋଇଛି । ଦିଲ୍ଲୀର ଅଙ୍କଲ, ନବୀନ ବାବୁ ପାର୍ଟନରସିପ କରିଛନ୍ତି । ସେହି 22 ଲୋକଙ୍କୁ ଫାଇଦା ମିଳିଛି । ନବୀନ ଓ ଅଙ୍କଲ (ମୋଦି) ମିଶି ଲୋକଙ୍କୁ ପାନ ଦେଇଛନ୍ତି । ପାନର ଅର୍ଥ ପାଣ୍ଡିଆନ, ଅମିତ ଶାହ ନବୀନ ଓ ନରେନ୍ଦ୍ର ମୋଦି । ରାଜ୍ୟକୁ ଏବେ ପାଣ୍ଡିଆନ ଚଳାଉଛନ୍ତି । ରାଜ୍ୟରେ ସରକାର କୃଷକଙ୍କ ଜମି ନେଇଗଲେ । ଚାରା ଘାଟାଲାରେ 15 ହଜାର କୋଟି ହଡପ ହୋଇଛି । ଯେତେବେଳେ କଂଗ୍ରେସ ସରକାର ଗଠନ କରିବ, ଲୁଟିଥିବା ଟଙ୍କା ଆପଣଙ୍କୁ ଫେରାଇବାର କାମ କରିବୁ ।’’

ଏହା ମଧ୍ୟ ପଢନ୍ତୁ:-ବାରବାଟୀରୁ ସୋଫିଆ ହେବେ କଂଗ୍ରେସ ପ୍ରାର୍ଥୀ, କେବଳ ଆନୁଷ୍ଠାନିକ ଘୋଷଣା ବାକି ! - Sofia firdosh

ସେହିପରି ରାହୁଲ କଂଗ୍ରେସ କ୍ଷମତାକୁ ଆସିଲେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବ ବୋଲି କହିଛନ୍ତି ।

  • ରାଜ୍ୟରେ ବେକାର ଯୁବକ-ଯୁବତୀଙ୍କୁ ମାସିକ 3 ହଜାର ଭତ୍ତା
  • ଆର୍ଥିକ ପଛୁଆ ପରିବାର ଜଣେ ମହିଳାଙ୍କ ଖାତାକୁ ବାର୍ଷିକ 1 ଲକ୍ଷ ଟଙ୍କା
  • ରାଜ୍ୟରେ ପ୍ରତି ପରିବାରକୁ 200 ୟୁନିଟ ମାଗଣା ବିଜୁଳି
  • 500 ଟଙ୍କାରେ ଗ୍ୟାସ ସିଲିଣ୍ଡର
  • ରାଜ୍ୟରେ ଧାନ କ୍ବଣ୍ଟାଲ 3 ହଜାର ଟଙ୍କା ହେବ
  • କୃଷି ଋଣ ଛାଡ
  • ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର
  • ମନରେଗା ମଜୁରୀ 400 ଟଙ୍କା ହେବ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 28, 2024, 2:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.