ETV Bharat / politics

ଜଗତସିଂହପୁରରେ ପ୍ରାର୍ଥୀ ଚୟନ କରିପାରୁନି କଂଗ୍ରେସ ! - Congress meeting

author img

By ETV Bharat Odisha Team

Published : Apr 12, 2024, 12:58 PM IST

Jagatsinghpur Assembly constituency
Jagatsinghpur Assembly constituency

Jagatsinghpur Assembly constituency: ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଘୋଷଣାରେ ପଛରେ ରହିଯାଇଛି କଂଗ୍ରେସ । ଏବେ ସୁଦ୍ଧା ଜଗତସିଂହପୁର ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ହୋଇନି ପ୍ରାର୍ଥୀ ନାଁ ଘୋଷଣା । ସେପଟେ ଜିଲ୍ଲା ଗ୍ରସ୍ତ କରି ସମୀକ୍ଷା କରିଛନ୍ତି ଜିଲ୍ଲା ପ୍ରଭାରୀ । ଅଧିକ ପଢନ୍ତୁ

Jagatsinghpur Assembly constituency

ଜଗତସିଂହପୁର: ଜିଲ୍ଲାରେ ପ୍ରାର୍ଥୀ ଘୋଷଣା କରିବାରେ ପଛରେ ପଡିଛି କଂଗ୍ରେସ । ଶାସକ ବିଜେଡି ଜଗତସିଂହପୁର, ତିର୍ତ୍ତୋଲ ଓ ପରେ ପାରାଦ୍ୱୀପ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଥିବା ବେଳେ ବିଜେପି ମଧ୍ୟ ଜିଲ୍ଲାର, ତିର୍ତ୍ତୋଲ ଓ ପାରାଦୀପ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ହେଲେ କଂଗ୍ରେସ ଜଗତସିଂହପୁର ଜିଲ୍ଲାର 4ଟି ଯାକ ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନ ପାଇଁ ଆଜି ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ । ଅନ୍ୟପଟେ ଜଗତସିଂହପୁର ଲୋକସଭା କ୍ଷେତ୍ର ପାଇଁ କଂଗ୍ରେସ ସିପିଆଇକୁ ବାଟ ଛାଡିଥିବା ନେଇ ଚର୍ଚ୍ଚା ହେଉଛି ।

ଜଗତସିଂହପୁର ଜିଲ୍ଲାର ଟାଣୁଆ ନେତା ଭାବେ ଉଭା ହୋଇଥିବା ଦୁଇ ବାପି ଅର୍ଥାତ୍ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଓ ପାରାଦ୍ୱୀପ କଂଗ୍ରେସ ନେତା ଅରିନ୍ଦମ ସର୍ଖେଲ ବିଜେଡିରେ ମିଶିବା ପରେ କଂଗ୍ରେସ ନୂଆ ନେତାଙ୍କୁ ଧରି ନିର୍ବାଚନ ବୈତରଣୀ ପାର ହେବାକୁ ପ୍ରୟାସ ଆରମ୍ଭ କରିଛି । କର୍ମୀମାନଙ୍କ ମନୋବଳ ବଢାଇବା ପାଇଁ ଗୁରୁବାର ଦିନ ଅଖିଳ ଭାରତୀୟ କଂଗ୍ରେସର ଜିଲ୍ଲା ପ୍ରଭାରୀ ରୋହିତ ମେନିନୀ ଜଗତସିଂହପୁରର କୁଜଙ୍ଗ ଗସ୍ତ କରି ଏକ ବୈଠକ କରିଛନ୍ତି । ଏହି ବୈଠକରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ।

ରୋହିତ ମେନିନୀ କହିଛନ୍ତି, "ଦେଶରେ ଇଣ୍ଡିଆ ମେଣ୍ଟ ଆଗାମୀ ନିର୍ବାଚନରେ ଅପୂର୍ବ ସଫଳତା ହାସଲ କରିବ । ଏହା ବୋଧେ ଦେଶରେ ଶେଷ ନିର୍ବାଚନ ହୋଇପାରେ । କେନ୍ଦ୍ରରେ ମୋଦି ସରକାର ଇଡି, ସିବିଆଇ ଭଳି ତଦନ୍ତକାରୀ ସଂସ୍ଥାକୁ ହାତ ବାରିସୀ କରି ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି । ଏହାର ଜବାବ ଲୋକେ ଇଭିଏଏମରେ ଦେବେ । ରାଜ୍ୟରେ ବିଜେଡି ସରକାରକୁ କେନ୍ଦ୍ର ବିଜେପି ଚଳାଉଛି । ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି ପାଇଛି । 25 ବର୍ଷର ନବୀନ ପଟ୍ଟନାୟକ ସରକାର ଅମଳରେ କୌଣସି ଜନହିତକର କାର୍ଯ୍ୟ ହୋଇ ପାରିନାହିଁ ।

ଏହାମଧ୍ୟ ପଢନ୍ତୁ..CPIକୁ ଜଗତସିଂହପୁର ଲୋକସଭା ଆସନ ଛାଡିବ କଂଗ୍ରେସ ! - CPI will contest from Jagatsinghpur

ସେ ଆଉମଧ୍ୟ କହିଛନ୍ତି ଯେ ଜଗତସିଂହପୁର ଜିଲ୍ଲାରେ କଂଗ୍ରେସ କର୍ମୀମାନେ ଏକାଠି ହୋଇ କାର୍ଯ୍ୟ କରିବା ଦରକାର । କଂଗ୍ରେସ ଗୋଟିଏ ବିରାଟ ଦଳ । ଯଦି କିଏ ଦଳରୁ ଅନ୍ୟଦଳ କୁ ଯାଉଛି ତେବେ ଦଳ ଉପରେ କିଛି ପ୍ରଭାବ ଦେଖାଯାଏ ନାହିଁ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ସଭାପତି ନଟବର ବାରିକ, ପିସିସିର ଜିଲ୍ଲା ପର୍ଯ୍ୟବେକ୍ଷକ ନିରଞ୍ଜନ ଲେଙ୍କା, କଂଗ୍ରେସ ଉପସଭାପତି କେଦାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.