ETV Bharat / state

CPIକୁ ଜଗତସିଂହପୁର ଲୋକସଭା ଆସନ ଛାଡିବ କଂଗ୍ରେସ ! - CPI will contest from Jagatsinghpur

author img

By ETV Bharat Odisha Team

Published : Apr 11, 2024, 10:42 PM IST

CPIକୁ ଜଗତସିଂହପୁର ଲୋକସଭା ଆସନ ଛାଡିବ କଂଗ୍ରେସ !
CPIକୁ ଜଗତସିଂହପୁର ଲୋକସଭା ଆସନ ଛାଡିବ କଂଗ୍ରେସ !

CPI will contest from Jagatsinghpur: ଆଜି କଂଗ୍ରେସ ଭବନରେ ଇଣ୍ଡି ମେଣ୍ଟର ବୈଠକ ଅନୁଷ୍ଟିତ ହୋଇଥିଲା । ଚଳିତ ଥର CPI ଜଗତସିଂହପୁର ଲୋକସଭାରୁ ଲଢିବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ

CPIକୁ ଜଗତସିଂହପୁର ଲୋକସଭା ଆସନ ଛାଡିବ କଂଗ୍ରେସ !

ଭୁବନେଶ୍ବର: ରାଜ୍ୟ ଏବଂ କେନ୍ଦ୍ର ବିରୋଧରେ ଲଢିବା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି ଇଣ୍ଡି ମେଣ୍ଟ । ଜଗତସିଂହପୁର ଲୋକସଭା ଆସନରେ CPIକୁ ବାଟ ଛାଡ଼ିଲା କଂଗ୍ରେସ ଆସ୍କା ନୁହେଁ । ଜଗତସିଂହପୁରରେ ଲୋକସଭା ନିର୍ବାଚନ ଲଢିବ CPI । ଆଜି (ଗୁରୁବାର) ଦିନ କଂଗ୍ରେସ ଭବନରେ ବସିଥିବା ଇଣ୍ଡିଆ ମେଣ୍ଟ ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା । ପିସିସି ସଭାପତିଙ୍କ ସହ ବୈଠକ ଶେଷ ପରେ ବରିଷ୍ଠ CPI ନେତା ରାମକୃଷ୍ଣ ପଣ୍ଡାଙ୍କ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରେ INDI ମେଣ୍ଟର ଓଡ଼ିଶା ମିଳିତ ବିରୋଧୀ ଦଳ ଏକତାର ରାଜନୈତିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । 17ଟି ରାଜନୈତିକ ଦଳକୁ ନେଇ ବିରୋଧୀ ଇଣ୍ଡି ମେଣ୍ଟ ମୋଦି ହଟାଓ ଦେଶ ବଞ୍ଚାଅ ନବୀନ ହଟାଓ ଓଡ଼ିଶା ବଞ୍ଚାଅ ନାରା ଦେଇଥିଲେ । ଆଗକୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଜୋରଦାର ଲଢେଇ କରିବାକୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି ଇଣ୍ଡି ମେଣ୍ଟ । ଏହାସହ 5 ରୁ 8 ଟି ବିଧାନସଭା ଆସନରେ ଲଢିବ CPI । ବିଜେପିକୁ କେନ୍ଦ୍ରରୁ ହଟାଇବା ପାଇଁ ସମସ୍ତ ରଣକୌଶଳ ପ୍ରସ୍ତୁତ କରୁଛି ଇଣ୍ଡି ମେଣ୍ଟ । ମୋଦି ଏବଂ ନବୀନ ସରକାର ବିରୋଧରେ ଲଢେଇ କରିବା ପାଇଁ ଏକାଠି ହୋଇଥିଲେ ବିରୋଧୀ । ବିଜେଡି ଏବଂ ବିଜେପିକୁ ଓଡ଼ିଶା ମାଟିରୁ ବରଖାସ୍ତ କରିବା ପାଇଁ ଆମେ 17ଟି ଦଳ ଏକ ହୋଇଛନ୍ତି । 2019 ନିର୍ବାଚନରେ ଆସ୍କା ସଂସଦୀୟ କ୍ଷେତ୍ରରୁ କଂଗ୍ରେସ ଏବଂ ବାମ ମେଣ୍ଟରୁ ଲଢ଼ିଥିଲେ ରାମକୃଷ୍ଣ ପଣ୍ଡା ।

ଏହା ମଧ୍ୟ ପଢନ୍ତୁ......କଂଗ୍ରେସକୁ ଭରସା ସାଉଥ ଫର୍ମୁଲା, LED ଭ୍ୟାନ ସହ ମେଗା ରୋଡ ସୋ ଉପରେ ଫୋକସ୍ - CONGRESS STRATEGY FOR ELECTION

ସେପଟେ ପିସିସି ସଭାପତି କହିଛନ୍ତି ଯେ, 13 ତାରିଖରେ ହେବ CEC ବୈଠକ ହେବ । ସେହି ବୈଠକରେ ଆସନ ବୁଝାମଣା ଉପରେ ଆଲୋଚନା ହେବ । କେନ୍ଦ୍ରୀୟ ନିର୍ବାଚନ କମିଟି ଚୂଡାନ୍ତ ନିଷ୍ପତ୍ତି ନେବା ପରେ ମେଣ୍ଟ ନେଇ ସିଟ୍ ଘୋଷଣା କରାଯିବ । ସୂଚନାଯୋଗ୍ୟ କି 2024 ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ସେଥିରେ ବିଧାନସଭା ପାଇଁ 47ଟି କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଥିବାବେଳେ 2 ଜଣଙ୍କୁ JMM ଏବଂ ଅନ୍ୟ ଜଣଙ୍କୁ CPIMକୁ ଛାଡି ଦେଇଛି ଦଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.