ETV Bharat / politics

‘ବିନା କାରଣରେ ଆକ୍ରମଣ’: ପଶ୍ଚିମବଙ୍ଗ ଆକ୍ରମଣ ଘଟଣାରେ ସ୍ପଷ୍ଟୀକରଣ ରଖିଲା NIA - NIA On Bengal Mob Attack

author img

By ETV Bharat Odisha Team

Published : Apr 7, 2024, 8:44 PM IST

‘ବିନା କାରଣରେ ଆକ୍ରମଣ’: ପଶ୍ଚିମବଙ୍ଗ ଆକ୍ରମଣରେ ସ୍ପଷ୍ଟୀକରଣ ରଖିଲା NIA
‘ବିନା କାରଣରେ ଆକ୍ରମଣ’: ପଶ୍ଚିମବଙ୍ଗ ଆକ୍ରମଣରେ ସ୍ପଷ୍ଟୀକରଣ ରଖିଲା NIA

Anti-Terror Agency NIA On Bengal Mob Attack: ସମସ୍ତ ନିୟମାବଳି ଅନୁପାଳନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଉତ୍ତ୍ୟକ୍ତ ଲୋକଙ୍କ ଦ୍ବାରା ଆକ୍ରମଣ କରାଯିବାର କୌଣସି କାରଣ ନଥିଲା କହିଲା ଏନଆଇଏ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ/କୋଲକାତା: ଗତକାଲି ପଶ୍ଚିମବଙ୍ଗର ପୂର୍ବ-ମେଦିନାପୁର ଜିଲ୍ଲାରେ ଏକ ବିସ୍ଫୋରଣ ମାମଲାର ତଦନ୍ତ ପ୍ରକ୍ରିୟା ବେଳେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଟିମ ଉପରେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣ ଘଟଣାରେ ସ୍ପଷ୍ଟୀକରଣ ରଖିଛି କେନ୍ଦ୍ରୀୟ ସଂସ୍ଥା । ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଓ ବିନା କାରଣରେ ଥିଲା । ସଂସ୍ଥା ସେପରି କୌଣସି ବେଆଇନ କିମ୍ବା ବଳପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି କରିବା ପରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିଲା । ପୂର୍ବରୁ ଏକ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ କେନ୍ଦ୍ରୀୟ ଟିମ ପହଞ୍ଚିବା ପରେ ଉତ୍ୟେକ୍ତ ଲୋକେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ବୋଲି ସଂସ୍ଥା କହିଛି ।

ଗତକାଲି ଏହି ଘଟଣା ପରେ ପଶ୍ଚିମବଙ୍ଗରେ ବିଜେପି ଓ ସ୍ଥାନୀୟ ଶାସକ ଦଳ ତୃଣମୂଳ କଂଗ୍ରେସ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧା କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଥିଲେ । କେନ୍ଦ୍ରୀୟ ସଂସ୍ଥା ସ୍ଥାନୀୟ ପୋଲିସ ସହ ଯୋଗାଯୋଗ କରିନଥିଲା । ନିର୍ବାଚନ ପୂର୍ବରୁ ଏପରି ହଠାତ କାର୍ଯ୍ୟାନୁଷ୍ଠାନ କାହିଁକି ବୋଲି ମମତା ପ୍ରଶ୍ନ କରିଥିଲେ । ‘ଏନଆଇଏ’ କେବଳ ବିଜେପି ଇସାରାରେ କାର୍ଯ୍ୟ କରୁଛି । ନିର୍ବାଚନ ପୂର୍ବରୁ ଉଦ୍ଦେଶ୍ୟମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ମମତା କଡା ଟିପ୍ପଣୀ କରିଥିଲେ । ଏହା ପରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା ସ୍ପଷ୍ଟୀକରଣ ରଖିଛି ।

ଏହା ମଧ୍ୟ ପଢନ୍ତୁ:- ‘କାଶ୍ମୀର ପ୍ରସଙ୍ଗରେ ଏପରି ମନ୍ତବ୍ୟ କେବଳ ଟୁକଡେ ଟୁକଡେ ଗ୍ୟାଙ୍ଗର ଭାଷା’, ଖଡଗେଙ୍କୁ ମୋଦିଙ୍କ ସିଧା ଟାର୍ଗେଟ - PM MODI TARGET KHARGE

ଏନଆଇଏ କହିଛି, 2022 ଡିସେମ୍ବରେ ଏହି ବିସ୍ଫୋରଣ ଘଟିଥିଲା । ଯାହାର ତଦନ୍ତ ଆତଙ୍କୀ ଲିଙ୍କ ଦୃଷ୍ଟିକୋଣରୁ ଜାରି ରହିଛି । ଏନଆଇଏ ଏହି ମାମଲାର ତଦନ୍ତ ପାଇଁ ଗତବର୍ଷ ଜୁନ 6 ତାରିଖରେ ଏକ ସାନି ମାମଲା (re-registered by NIA as RC 16/2023/NIA/DLI) ମଧ୍ୟ ପଞ୍ଜୀକୃତ କରିଥିଲା । କୋଲକାତା ହାଇକୋର୍ଟ ଏହି ମାମଲାର ତଦନ୍ତ ରାଜ୍ୟ ପୋଲିସ ପରିବର୍ତ୍ତେ ‘ଏନଆଇଏ’କୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେବା ପରେ କେନ୍ଦ୍ରୀୟ ସଂସ୍ଥା ତଦନ୍ତ ଆରମ୍ଭ କରିଥିଲା । ଗତକାଲି ଏହି ମାମଲାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୂର୍ବ-ମେଦିନାପୁରର ଏକ ଠିକଣାରେ ଚଢାଉ କରିବା ପାଇଁ ସଂସ୍ଥାର ଅଧିକାରୀଙ୍କ ଏକ ଟିମ ଯାଉଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିଥିଲେ । ସମ୍ପୂର୍ଣ୍ଣ ଏସଓପି ଅନୂପାଳନ କରାଯାଇ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଗ୍ରହଣ କରାଯାଇଥିଲା । ମାତ୍ର ଆକ୍ରମଣ ଅପ୍ରତ୍ୟାଶିତ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.