ETV Bharat / politics

ଝାରସୁଗୁଡ଼ାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ବିଜେପି ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର - Chhattisgarh CM In Jharsuguda

author img

By ETV Bharat Odisha Team

Published : Apr 28, 2024, 10:59 PM IST

Chhattisgarh CM In Jharsuguda
Chhattisgarh CM In Jharsuguda

Chhattisgarh CM In Jharsuguda: ଆଜି ଝାରସୁଗୁଡ଼ାରେ ବିଜେପିର ଏକ ଶୋଭାଯାତ୍ରା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

Chhattisgarh CM In Jharsuguda

ଝାରସୁଗୁଡ଼ା: ବିଜେପି ଫୋକସରେ ଓଡ଼ିଶା । ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ହେଭିୱେଟ୍ । ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବ୍ରହ୍ମପୁରରେ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିବାବେଳେ ଝାରସୁଗୁଡ଼ାରେ ମଧ୍ୟ ବିଜେପି କରିଛି ମେଗା ରୋଡ୍ ଶୋ' । ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଝାରସୁଗୁଡ଼ା ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଆଜି ଭାରତୀୟ ଜନତା ପାର୍ଟିର ଝାରସୁଗୁଡ଼ା ଟାଉନ ମଣ୍ଡଳ ତରଫରୁ ମନମୋହନ ଏମ.ଇ ସ୍କୁଲରୁ ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏବଂ ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ଉପସ୍ଥିତ ରହିଥିଲେ ।

ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ନିଶ୍ଚିତ ଭାବରେ ବାଜିମାତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଗଡ଼ ହାତେଇବା ପାଇଁ ଏଥର ବିଜେପି ସମସ୍ତ ପ୍ରୟାସ ଆରମ୍ଭ କରିଥିବାବେଳେ ଆଜି ଷ୍ଟାର କ୍ୟାମ୍ପେନର ଭାବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଆସିଥିଲେ । ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ ସାଂସଦ ପ୍ରଦୀପ ପୁରୋହିତ ଝାରସୁଗୁଡ଼ା ସହରବାସୀଙ୍କୁ ଭୋଟ ଭିକ୍ଷା କରିଛନ୍ତି । ଏହିଭଳି ଭାବେ ଆଜି ପ୍ରଚାର ଅଭିଯାନକୁ ଜୋରଦାର କରିଛି ବିଜେପି । ପ୍ରଚାରରେ କମ୍ପିଛି ଝାରସୁଗୁଡ଼ା ମଇଦାନ ।


ଏହା ବି ପଢନ୍ତୁ...ଆମ୍ବପୁଆରେ ନଡ୍ଡାଙ୍କ ଆହ୍ବାନ: ଓଡିଶାର ବିକାଶ ପାଇଁ ପଦ୍ମ ଫୁଟାନ୍ତୁ - Nadda Address Public Meeting

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଝାରସୁଗୁଡ଼ାକୁ କଲ୍ୟାଣକାରୀ ଯୋଜନାରେ ମୋଦି ଦେଇଛନ୍ତି ପ୍ରାୟ ୪ ହଜାର କୋଟି ଟଙ୍କା । ମହାନଦୀ ଅବବାହିକାରେ ଥିବା ଅଞ୍ଚଳରେ ପାନୀୟ ଜଳ ନାହିଁ, ଜଳସେଚନର ସୁବିଧା ନାହିଁ । କେବଳ କେନ୍ଦ୍ର ସରକାରଙ୍କୁ ଦୋଷ ଦେଇ ନିଜ ଅପାରଗତା ଦର୍ଶାଉଛି ବିଜେଡି । ଏଠାରେ ସ୍ପଷ୍ଟ ଦିବାଲୋକରେ ମନ୍ତ୍ରୀଙ୍କୁ ପୋଲିସ ହତ୍ୟା କରୁଛି, ଏହା ଭ୍ରଷ୍ଟ ଶାସନ ଚାଲିଛି ବୋଲି ଆକ୍ଷେପ କରାଯାଇଛି । ଏଥର ଡବଲ ଇଞ୍ଜିନ ସରକାର ହେଲେ ଝାରସୁଗୁଡ଼ାର ହେବ ସର୍ବାଙ୍ଗୀନ ବିକାଶ ।" ବରଗଡ଼ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ ଝାରସୁଗୁଡ଼ା ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ସମର୍ଥନରେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.