ETV Bharat / politics

ରାଜନୀତିରେ ଗୋବିନ୍ଦାଙ୍କ କମ୍‌ବ୍ୟାକ୍‌, ଶିବସେନାରେ ହେଲେ ସାମିଲ - Actor Govinda joins Shiv Sena

author img

By ETV Bharat Odisha Team

Published : Mar 28, 2024, 7:05 PM IST

Actor Govinda joins Shiv Sena
Actor Govinda joins Shiv Sena

Actor Govinda joins Shiv Sena: 14ବର୍ଷ ବନବାସ ପରେ ପୁଣି ରାଜନୈତିକ ମୈଦାନରେ ବଲିଉଡ ଷ୍ଟାର ଗୋବିନ୍ଦା । ଶିବସେନାରେ ସାମିଲ । ଅଧିକ ପଢନ୍ତୁ

ମୁମ୍ବାଇ: ଦୀର୍ଘ 14 ବର୍ଷର ବନବାସ ପରେ ପୁଣି ରାଜନୈତିକ ମଇଦାନକୁ ଫେରିଛନ୍ତି ଲୋକପ୍ରିୟ ବଲିଉଡ ଷ୍ଟାର ଗୋବିନ୍ଦା । ରାଜଧାନୀ ମୁମ୍ବାଇରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ରାଜ୍ୟସଭା ସାଂସଦ ମିଲିନ୍ଦ ଦେଉରା ଓ ବରିଷ୍ଠ ଶିବସେନା ନେତା ନିଲମ ଗୋହେଙ୍କ ଉପସ୍ଥିତିରେ ସେ ଆଜି (ଗୁରୁବାର) ଶିବସେନାରେ ଯୋଗଦାନ କରିଛନ୍ତି । ଗତ 2004ରେ ସେ ରାଜନୀତିରେ ପାଦ ଥାପିଥିବା ବେଳେ କଂଗ୍ରେସ ଟିକେଟରୁ ବିରାର ଲୋକସଭା ଆସନରୁ ଲଢି ବିଜୟୀ ହୋଇଥିଲେ ।

ଗୋବିନ୍ଦା 1980 ମସିହାରେ ଚଳଚ୍ଚିତ୍ର ଜଗତରେ କ୍ୟାରିଅର ଆରମ୍ଭ କରି ଖୁବ ଲୋକପ୍ରିୟତା ହାସଲ କରିବା ପରେ ଗତ 2004ରେ ରାଜନୀତିରେ ଦ୍ବିତୀୟ ଇନିଂସ ଆରମ୍ଭ କରିଥିଲେ । ଏହାପରେ ସେ କଂଗ୍ରେସ ଟିକେଟରୁ ମହାରାଷ୍ଟ୍ର ବିରାର ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ହେଲେ ଦୀର୍ଘ 14 ବର୍ଷର ବନବାସ ପରେ ପୁଣି ସେ ରାଜନୀତି ମଇଦାନକୁ ଫେରିଛନ୍ତି । ଏ ନେଇ ସେ କହିଛନ୍ତି, "ଆଇ ଆମ୍‌ ବ୍ୟାକ୍‌ । 14 ବର୍ଷର ବନବାସ ପରେ ମୁଁ ଫେରିଛି ।" ଯଦି ତାଙ୍କୁ ସୁଯୋଗ ମିଳେ ତେବେ ସେ କଳା ଓ ସଂସ୍କୃତି ବିଭାଗର ଦାୟିତ୍ବ ନେବାକୁ ଚାହୁଁଛନ୍ତି । ସେ ଆହୁରି କହିଛନ୍ତି ଯେ ଯେବେଠାରୁ ଏକନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ସେବେଠାରୁ ରାଜ୍ୟର ଶୋଭା ପୂର୍ବାପେକ୍ଷା ବୃଦ୍ଧି ପାଇଛି ।

ଏହା ବି ପଢନ୍ତୁ- BJP କ୍ୟାମ୍ପରେ ଭେଟେରାନ BJD ନେତା ଭର୍ତ୍ତୃହରି ଏବଂ ସିଦ୍ଧାନ୍ତ, ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ

2004 ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ମୁମ୍ବାଇରୁ 60 କିମ ଦୂର ବିରାର ଲୋକସଭାରୁ ନିର୍ବାଚନ ଲଢି ବିଜେପି ହେଭିୱେଟ ରାମ ନାଏକଙ୍କୁ ପରାସ୍ତ କରିଥିଲେ । ଏହାକୁ ବିଜେପିର ଗଡ଼ ବୋଲି କୁହାଯାଉଥିଲା । ହେଲେ ନିଜ ଲୋକପ୍ରିୟତା ବଳରେ ବିଜେପି ହାତରୁ ଏହି ଆସନ ଛଡାଇ ଆଣିଥିଲେ ଗୋବିନ୍ଦା । ସେ ଯାତାୟାତ, ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରକୁ ମୁଦ୍ଦା କରି ଭୋଟ ହାତେଇଥିଲେ । 60 ବର୍ଷୀୟ ଅଭିନେତା ଗୋବିନ୍ଦା 'କୁଲି ନଂ-1', 'ଆଣ୍ଟି ନଂ-1', 'ଶୋଲା ଔର ଶବନମ', 'ହମ୍‌', 'ସ୍ବର୍ଗ', 'ଦିୱାନା ମସ୍ତାନା', 'ଭାଗମ ଭାଗ', 'ହସିନା ମାନ ଜାଏଗି' ଭଳି ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇ ଅଭିନୟ ଜଗତରେ ନିଜ ପାରଙ୍ଗମ ଦେଖାଇଛନ୍ତି । ଆଗାମୀ ନିର୍ବାଚନରେ ଶିବସେନା ଟିକେଟରୁ ଗୋବିନ୍ଦା ଲୋକସଭା ନିର୍ବାଚନ ଲଢିବେ ବୋଲି କୁହାଯାଉଛି ।

ଶିବସେନାରେ ଗୋବିନ୍ଦା ସାମିଲ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, "ଗୋବିନ୍ଦା ବିନା କୌଣସି ସର୍ତ୍ତରେ ଦଳରେ ସାମିଲ ହୋଇଛନ୍ତି । ସେ 'ବିରାର କା ଚୋରା' ଭାବେ ବେଶ ଜଣାଶୁଣା । ସେ ବଲିଉଡ ପାଇଁ କାମ କରିବାକୁ ଯାଉଛନ୍ତି । ଆଗାମୀ ନିର୍ବାଚନ ଲାଗି ସେ ଆଦୌ ଟିକେଟ ଆଶାୟୀ ନୁହେଁ ।" ସିନ୍ଦେଙ୍କ କହିବାନୁସାରେ ଗୋବିନ୍ଦା 2024 ସାଧାରଣ ନିର୍ବାଚନ ଲାଗି ଶିବସେନା ପାଇଁ ପ୍ରଚାର କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.