ETV Bharat / politics

୨୭ରେ ବ୍ରହ୍ମପୁର ଆସିବେ ଜେପି ନଡ୍ଡା, ଦଳୀୟ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର - BJP Chief Berhampur visit

author img

By ETV Bharat Odisha Team

Published : Apr 25, 2024, 12:57 PM IST

Etv Bharat
Etv Bharat

BJP Chief to visit Berhampur: ଆସନ୍ତା ୨୭ ତାରିଖ ଦିନ ବ୍ରହ୍ମପୁର ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସୂଚନା ଦେଲେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଅଧିକ ପଢନ୍ତୁ


ବ୍ରହ୍ମପୁର: ଏକାସଙ୍ଗେ ବିଧାନସଭା ଓ ଲୋକସଭା ଲଢେଇ ପାଇଁ ତୟାର ରହିଛି ଓଡ଼ିଶା । ମତଦାନ ତାରିଖ ପାଖେଇ ଆସୁଥିବାରୁ ଭୋଟରଙ୍କୁ ଯେନତେନ ପ୍ରକାରେ ନିଜ ଆଡକୁ ଟାଣିବାକୁ ରଣକୌଶଳ ଆପଣାଉଛନ୍ତି ରାଜନୈତିକ ଦଳ । ମୈଦାନକୁ ଓହ୍ଲାଇଲେଣି ଷ୍ଟାର ପ୍ରଚାରକ । ବିଜେଡିକୁ ଟକ୍କର ଦେବାକୁ କେନ୍ଦ୍ରୀୟ ନେତାଙ୍କୁ ଭରସା କରିଛନ୍ତି ଉଭୟ ବିଜେପି-କଂଗ୍ରେସ । ଏହି ପରିପ୍ରେକ୍ଷୀରେ ଆଜି ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସୁଥିବା ବେଳେ ଆସନ୍ତା ୨୭ ତାରିଖରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଗସ୍ତ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଜିଲ୍ଲାର ୧୩ ଗୋଟି ବିଧାନସଭା ଆସନ ସହ ୨ ଲୋକସଭା ନିର୍ବାଚନ ଦଖଲ କରିବାକୁ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ।

ମେ' ତାରିଖରେ ବ୍ରହ୍ମପୁର ଲୋକସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ । ପର୍ଯ୍ୟାୟକ୍ରମେ ଜିଲ୍ଲା ଅନ୍ୟ ବିଧାନସଭା ଓ ଲୋକସଭା ଆସନରେ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ବ୍ରହ୍ମପୁରରେ ରାଜନୈତିକ ପାଣିପାଗ ସରଗରମ ରହିଥିବା ବେଳେ ବିଜେପି ମୁଖ୍ୟଙ୍କ ଗସ୍ତ ଦଳୀୟ କର୍ମୀଙ୍କୁ ଆହୁରି ଉତ୍ସାହିତ କରିବ । ଜେପି ନଡ୍ଡାଙ୍କ ଗସ୍ତ ବ୍ରହ୍ମପୁର କାର୍ଯ୍ୟକ୍ରମ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବ୍ରହ୍ମପୁର ଲୋକସଭାରୁ ବିଜେପି ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀ । ବିଜେପି ସଭାପତି ବ୍ରହ୍ମପୁରରେ ଏକ ଜନସଭାକୁ ସମ୍ବୋଧିତ କରିବେ । ଏଥସହ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ୭ଟି ବିଧାନସଭା ଆସନ ସମେତ ଗଞ୍ଜାମ ଜିଲ୍ଲାର ୧୩ ଗୋଟି ବିଧାନସଭା ଆସନରେ ବିଜୟୀ ହେବାକୁ ଦଳୀୟ କର୍ମୀଙ୍କ କାନରେ ମନ୍ତ୍ର ଫୁଙ୍କିବେ ।

ଏହା ମଧ୍ୟ ପଢନ୍ତୁ: ଆଜି ଆସୁଛନ୍ତି ଶାହ, ସୋନପୁରରୁ ଆରମ୍ଭ କରିବେ ପ୍ରଚାର - Amit Shah

ଏନେଇ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ଯେ, ଆଗାମୀ ୫ ବର୍ଷ ଭିତରେ ଭାରତୀୟ ଜନତା ପାର୍ଟି ଦେଶବାସୀଙ୍କ ସୁରକ୍ଷା କ୍ଷେତ୍ର ଠାରୁ ଆରମ୍ଭ କରି ଦେଶକୁ ଆହୁରି ସୁପରିଚିତ ଓ ମଜବୁତ କରିବା ସହ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ଉପରେ ବିଜେପି ରାଷ୍ଟ୍ରୀୟ ସଭାପତି ସାଧାରଣ ସଭାରେ ଉଦବୋଧନ ଦେବେ । ଶଙ୍ଖ ଡୁବୁଛି ଏବଂ ପଦ୍ମ ଫୁଟି ଫୁଟି ଯାଉଛି । ଜୁନ ୪ ତାରିଖରେ ବିଜେଡି ପୁରା ଆଉଟ୍ ହୋଇଯିବ ବୋଲି କହିଛନ୍ତି ପ୍ରଦୀପ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.