ETV Bharat / politics

ଓଡିଶାରେ ଅମିତ ଶାହ, ସୁବର୍ଣ୍ଣପୁରରେ ଫୁଙ୍କିବେ ନିର୍ବାଚନ ବିଗୁଲ - Amit Shah

author img

By ETV Bharat Odisha Team

Published : Apr 25, 2024, 8:26 AM IST

Updated : Apr 25, 2024, 4:39 PM IST

ଆଜି ଆସୁଛନ୍ତି ଶାହ, ସୋନପୁରରୁ ଆରମ୍ଭ କରିବେ ନିର୍ବାଚନୀ ପ୍ରଚାର
ଆଜି ଆସୁଛନ୍ତି ଶାହ, ସୋନପୁରରୁ ଆରମ୍ଭ କରିବେ ନିର୍ବାଚନୀ ପ୍ରଚାର

Amit Shah Odisha visit: ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିଲେ ଅମିତ ଶାହ । ଆଉ କିଛି ସମୟ ମଧ୍ୟରେ ସୋନପୁରରୁ ଆରମ୍ଭ କରିବେ ନିର୍ବାଚନୀ ପ୍ରଚାର । ସଂଧ୍ୟାରେ ଭୁବନେଶ୍ବର ଫେରି ଦଳୀୟ ନେତାଙ୍କ ସହ କରିବେ ରୁଦ୍ଧଦ୍ବାର ବୈଠକ । ଆସନ୍ତାକାଲି ଫେରିଯିବେ ଦିଲ୍ଲୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ଓଡିଶାରେ ମୁଖ୍ୟ ନିର୍ବାଚନୀ ରଣନୀତିକାର ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କଡା ସୁରକ୍ଷା ବଳୟ ମଧ୍ୟରେ ଆସି ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିଲେ ଅମିତ ଶାହ । ଆଉ କିଛି ସମୟ ମଧ୍ୟରେ ସୋନପୁର ରାମେଶ୍ଵରମ ଷ୍ଟାଡିୟମରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ ଶାହ । ପରେ ସଂଧ୍ୟାରେ ସେ ଭୁବନେଶ୍ବର ଫେରିଯାଇ ଦଳୀୟ ନେତାଙ୍କ ସହ ରୁଦ୍ଧଦ୍ବାର ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ଶାହଙ୍କ ଗସ୍ତକୁ ନେଇ ପୁରା ରାଜ୍ୟ ବିଜେପି ଟିମ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଆଜି ଶାହ କେଉଁ ପ୍ରସଙ୍ଗରେ ବିରୋଧୀଙ୍କ ଉପରେ ବର୍ଷିବେ ଓ ନିର୍ବାଚନ ଜିତିବା ପାଇଁ ଦଳୀୟ ନେତା ଓ କର୍ମୀଙ୍କୁ କି ଟାକ୍ସ ଦେଇ ଦିଲ୍ଲୀ ଫେରିବେ, ତା’ ଉପରେ ସମସ୍ତଙ୍କ ନଜର ରହିଛି ।

ପାଖାପାଖି 4.30 ମିନିଟ ସମୟରେ ଶାହ ଝାରସୁଗୁଡ଼ା ବିମାନ ବନ୍ଦରରେ ସ୍ଵତନ୍ତ୍ର ବିମାନ ଯୋଗେ ଆସି ପହଞ୍ଚିଛନ୍ତି । ପରେ ସେଠାରୁ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ସୋନପୁର ବାହାରି ଯାଇଛନ୍ତି । ସୋନପୁର ସଭାରେ ଲକ୍ଷାଧିକ ଜନତାଙ୍କୁ ସମ୍ବୋଧିତ କରିବେ କେନ୍ଦ୍ର ଗୃହମନ୍ତ୍ରୀ । ଓଡ଼ିଶାରେ ବିଜେପିକୁ ଭୋଟ ଦେଇ ଶାସନ ପରିବର୍ତ୍ତନ ଆହ୍ବାନର ମୂଳଦୁଆ ପକାଇବା ସହ ଲଢେଇ ପାଇଁ ବିଗୁଲ ବଜାଇବେ ।

ସୋନପୁରରେ ସଭା ସାରି ସଂଧ୍ୟାରେ ହେଲିକପ୍ଟର ଯୋଗେ ଭୁବନେଶ୍ବର ଫେରିବେ ଶାହ । ଭୁବନେଶ୍ବରରେ ପହଞ୍ଚିବା ପରେ ଦଳର ବରିଷ୍ଠ ତଥା ତୁଙ୍ଗ ନେତାଙ୍କ ସହ ନିର୍ବାଚନକୁ ନେଇ ମାନସ ମନ୍ଥନ କରିବେ । ଶାହଙ୍କ ଗୁରୁମନ୍ତ୍ର ସହ 2024 ଲଢେଇ ପାଇଁ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିବ ବିଜେପି । ଆଜି ଭୁବନେଶ୍ଵରରେ ଶାହ ରାତ୍ରି ରହଣୀ ମଧ୍ୟ କରିବେ । ଏହା ସହ ଏକ ଘରୋଇ ହୋଟେଲରେ ସନ୍ଧ୍ୟା ୭ଟାରୁ ପର୍ଯ୍ୟାୟକ୍ରମେ ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ରୁଦ୍ଧଦ୍ୱାର ବୈଠକ ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ଓଡିଶା ଦଖଲ ପାଇଁ ରଣନୀତି ପ୍ରସ୍ତୁତ ହେବ ବୋଲି ଜଣାପଡିଛି । ଯାହା ସୂଚନା ମିଳିଛି ତିନୋଟି ପର୍ଯ୍ୟାୟରେ ଭୁବନେଶ୍ଵରରେ ବୈଠକ ନେବେ ।

ଏହା ମଧ୍ୟ ପଢନ୍ତୁ:- ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବିଜେପି ! CEOଙ୍କୁ ଫେରାଦ ହେଲା ବିଜେଡି - 2024 election

ସେପଟେ ଶାହଙ୍କ ଗସ୍ତକୁ ନେଇ ସୋନପୁର ଓ ବିଜେପି ଶିବିର ଚଳଚଞ୍ଚଳ ହୋଇଛି । ତେବେ ୨୦୧୯ରେ ନିର୍ବାଚନ ପ୍ରଚାର ବେଳେ ନବୀନ ପଟ୍ଟନାୟକଙ୍କୁ କଡା ଭାଷାରେ ସମାଲୋଚନା କରିଥିଲେ ଅମିତ ଶାହ । ତେଣୁ ଆଜିର ସଭାରେ ବିଜେପିର ଏହି ରାଜନୀତି ଚାଣକ୍ୟ କ’ଣ କହିବେ ତା ଉପରେ ସମସ୍ତଙ୍କ ନଜର ରହିଛି । କଡା ଭାଷାରେ ଟାର୍ଗଟେ କରିବେ ନା ନରମ ଭାଷାରେ କହିବେ ତାକୁ ନେଇ ମଧ୍ୟ ଅପେକ୍ଷା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 25, 2024, 4:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.