ETV Bharat / politics

ସମ୍ବଲପୁରରେ ବିଜେପିର ମିଶ୍ରଣ ପର୍ବ, ଜୟନାରାୟଣ କହିଲେ ଆସୁନଥିଲି ଯଦି ମୋ ନାଁରେ କେସ କେମିତି ହେଲା ? - BJP Mishran Parba

author img

By ETV Bharat Odisha Team

Published : Apr 20, 2024, 10:51 PM IST

BJP Mishran Parba
BJP Mishran Parba

BJP Mishran Parba: ବିଜେଡି ପକ୍ଷରୁ ରେଙ୍ଗାଲି ଠାରେ ଏକ ମିଶ୍ରଣ ପର୍ବ ହୋଇଥିଲା । ଯାହାକୁ କାଉଣ୍ଟର କରି ଆଜି ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

BJP Mishran Parba

ସମ୍ବଲପୁର: ଜିଲ୍ଲାର ଲୋକସଭା ଓ ବିଧାନସଭା ଆସନ ଉପରେ ରହିଛି ସମସ୍ତଙ୍କ ନଜର । ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ରେଙ୍ଗାଲି ବିଧାନସଭା ଅଞ୍ଚଳରେ ଗତକାଲି (ଶୁକ୍ରବାର) ପ୍ରଚାର କରିଥିଲେ । ଏଠାରେ ସେ ପ୍ରଥମ ଥର ପାଇଁ ପ୍ରଚାର ଆରମ୍ଭ କରିଥିବାବେଳେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ବିଜେଡି ପକ୍ଷରୁ ରେଙ୍ଗାଲିଠାରେ ଏକ ମିଶ୍ରଣ ପର୍ବ ହୋଇଥିଲା । ଯାହାକୁ କାଉଣ୍ଟର କରି ଆଜି ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏଥିରେ 1 ହଜାର ଯୁବକ ବିଜେପିରେ ଯୋଗଦାନ କରିଥିବା ନେଇ ସୂଚନା ଦେଇଛନ୍ତି ସମ୍ବଲପୁର ବିଜେପି ପ୍ରାର୍ଥୀ ଜୟ ନାରାୟଣ ମିଶ୍ର ।

ସମ୍ବଲପୁରରେ ଉଭୟ ବିଜେପି ଓ ବିଜେଡିର ହେଭିୱେଟ ନେତା ନିର୍ବାଚନୀ ମଇଦାନରେ ନିଜର ଭାଗ୍ୟ ପରୀକ୍ଷା କରିବେ । ତେଣୁ ବିଭିନ୍ନ କାର୍ଯ୍ୟକ୍ରମ କରି ନିଜର ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରୁଛନ୍ତି ରାଜନୈତିକ ଦଳ । ଗତକାଲିର ବିଜେଡିର ମିଶ୍ରଣ ପର୍ବ ପରେ ଆଜି ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଜୟନାରାୟଣ କହିଛନ୍ତି, "ବିଜେପି ବ୍ୟାପକ ହେବାରେ ଲାଗିଛି । ଦଳ ନିଶ୍ଚିତ ବିଜୟ ଆଡକୁ ଗତି କରୁଛି । ସମ୍ବଲପୁରକୁ ଆସୁନଥିବା ପ୍ରଶ୍ନର ଉତ୍ତରରେ ଜୟ ନାରାୟଣ କହିଛନ୍ତି, "ଯଦି ସମ୍ବଲପୁର ଆସୁନଥିଲି ତାହେଲେ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ପୋଲିସଙ୍କୁ ଦୁର୍ବ୍ୟବହାର ମାମଲା ଓ ଦୁର୍ଗାପାଲି କାନିଜୁରୀ ଅଞ୍ଚଳରେ ତହସିଲଦାରଙ୍କୁ ଦୁର୍ବ୍ୟବହାର ମାମଲା ହେଲା କିପରି ?"

ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଜେପି ନେତା ପ୍ରମୋଦ ରଥ ସିଧାସଳଖ ବିଜେଡି ସରକାର ଓ ଜଣେ ଅଣ ଓଡ଼ିଆ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସେ ବିଜେଡି ସରକାରଙ୍କୁ ତାମିଲନାଡୁ ସରକାର ବୋଲି ଆକ୍ଷେପ କରି କହିଛନ୍ତି, "ଆଗାମୀ ନିର୍ବାଚନରେ ଲୋକେ ବିଜେଡି ସରକାରକୁ ବଙ୍ଗୋପସାଗରରେ ଫୋଫାଡ଼ି ଦେବେ । ସାରା ଦେଶରେ ମୋଦିଙ୍କ ଲୋକପ୍ରିୟତା ଶୀର୍ଷରେ ଅଛି । ସାରା ଓଡି଼ଶାରେ ପରିବର୍ତ୍ତନର ସ୍ୱର ସୃଷ୍ଟି ହୋଇଛି । ସମ୍ବଲପୁର ଲୋକସଭା ଓ ବିଧାନସଭାରେ ବିଜେପି ବହୁ ମାତ୍ରାର ଭୋଟରେ ବିଜୟୀ ହେବ । ସମ୍ବଲପୁର ହେଉଛି ବିଜେପିର ଗଡ଼ । ବିଜେପି ପ୍ରାର୍ଥୀ ଜୟ ନାରାୟଣ ମିଶ୍ର ରାଜ୍ୟବାସୀଙ୍କୁ ବିରୋଧୀ ଦଳର ନେତା କ'ଣ ତାହା କାମରେ କରି ଦେଖାଇଛନ୍ତି ।"

ଏହା ବି ପଢନ୍ତୁ...ମଞ୍ଚରେ ଧର୍ମେନ୍ଦ୍ରଙ୍କୁ ବିକାଶର ହିସାବ ମାଗିଲେ ପ୍ରଣବ - Pranab Targets Dharmendra

ଅନ୍ୟପଟେ ଜୟ ନାରାୟଣ ମିଶ୍ରଙ୍କ ଝିଅ ଶୁଭଶ୍ରୀ ମିଶ୍ର କହିଛନ୍ତି , "ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପରେ ବର୍ତ୍ତମାନ ସାରା ଦେଶରେ ବିଜେପିର ହାୱା ଅଛି । ବିଜେପି ପ୍ରତି ଲୋକଙ୍କ ଶ୍ରଦ୍ଧା, ପ୍ରେମ ବୃଦ୍ଧି ପାଇଛି । ତେଣୁ ଏଥର ବିଜେପି ହିଁ ବିଜୟୀ ହେବ ।" ଅନ୍ୟପଟେ ଜୟ ନାରାୟଣ ବର୍ଷ ଧରି ସମ୍ବଲପୁର ଆସୁନଥିବା ପରି ବିରୋଧୀଙ୍କ ଅଭିଯୋଗ ପ୍ରସଙ୍ଗରେ ଶୁଭଶ୍ରୀ କହିଛନ୍ତି, "ଯଦି ଜୟ ନାରାୟଣ ସମ୍ବଲପୁର ଆସୁନଥିଲେ ତେବେ ତାଙ୍କ ନାଁରେ ପୋଲିସ 2 ଟି କେସ୍ କେମିତି ଅଛି?"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.