ETV Bharat / politics

ବାଇଧରଙ୍କୁ ବିଜେପିରୁ ବିରୋଧ, ପ୍ରାର୍ଥୀ ବଦଳାଇବାକୁ କର୍ମୀଙ୍କ ଦାବି - Kakatpur Assembly Constituency

author img

By ETV Bharat Odisha Team

Published : Apr 21, 2024, 9:51 PM IST

ବାଇଧରଙ୍କୁ କାକଟପୁର ବିଜେପିରୁ ବିରୋଧ, ପ୍ରାର୍ଥୀ ବଦଳାଇବାକୁ କର୍ମୀଙ୍କ ଦାବି
ବାଇଧରଙ୍କୁ କାକଟପୁର ବିଜେପିରୁ ବିରୋଧ, ପ୍ରାର୍ଥୀ ବଦଳାଇବାକୁ କର୍ମୀଙ୍କ ଦାବି

Internal Conflict In Kakatpur BJP: କାକଟପୁର ବିଜେପି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକଙ୍କୁ ସ୍ଥାନୀୟ ବିଜେପି ନେତା ଓ କର୍ମୀଙ୍କ ବିରୋଧ । ବାଇଧରଙ୍କ ବଦଳରେ ସ୍ଥାନୀୟ ନେତୃତ୍ବକୁ ସୁଯୋଗ ଦେବାକୁ ଅନୁରୋଧ କଲେ କର୍ମୀ । ଅଧିକ ପଢନ୍ତୁ

ବାଇଧରଙ୍କୁ କାକଟପୁର ବିଜେପିରୁ ବିରୋଧ, ପ୍ରାର୍ଥୀ ବଦଳାଇବାକୁ କର୍ମୀଙ୍କ ଦାବି

ନିମାପଡ଼ା: କାକଟପୁର ବିଜେପିରେ ମୁଣ୍ଡ ଟେକିଛି ବିଦ୍ରୋହ । ଆଜି କାକଟପୁର ବିଜେପିର ଗୋଷ୍ଠୀ କନ୍ଦଳ ପଦାରେ ପଡିଛି । ଆଜି କାକଟପୁର ନୂଆହାଟ ଆଲୁଦଣ୍ଡା କଲ୍ୟାଣ ମଣ୍ଡପରେ ବିଜେପିର ସାଙ୍ଗଠନିକ ବୈଠକ ହେଉଥିବା ବେଳେ ଗୋଟିଏ ଗୋଷ୍ଠୀ ସଭା ମଧ୍ୟରେ ପାଟିତୁଣ୍ଡ ହୋହଲ୍ଲା କରିଥିଲେ । ଯାହାର ଭିଜୁଆଲ ଭାଇରାଲ ହେବାରେ ଲାଗିଛି । ଉକ୍ତ ସଭାରେ କାକଟପୁର ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ ଓ ଜଗତସିଂହପୁର ସାଂସଦ ପ୍ରାର୍ଥୀ ବିଭୁ ତରାଇ ବୈଠକରେ ଉପସ୍ଥିତ ଥିଲେ ବୋଲି କୁହାଯାଇଛି । ବିଜେପିର କାକଟପୁର ବିଧାୟକ ପ୍ରାର୍ଥୀତ୍ବକୁ ବିରୋଧ କରି ଏଭଳି ବିରୋଧ କରାଯାଇଛି ବୋଲି ଚର୍ଚ୍ଚା ଜୋର ଧରିଛି ।

୨ ଦିନ ତଳେ ବିଜେପି ତରଫରୁ କାକଟପୁର ବିଧାନସଭା ଆସନ ପାଇଁ ନିମାପଡାର ପୂର୍ବତନ ବିଧାୟକ ବାଇଧର ମଲ୍ଲିକଙ୍କ ନାମ ଘୋଷଣା ହୋଇଥିଲା । ବାଇଧର ମଲ୍ଲିକଙ୍କ ବିଜେପି ପ୍ରାର୍ଥୀ ଘୋଷଣା ପରେ କାକଟପୁରରେ ବାଇଧର ନିଜ ସମର୍ଥକଙ୍କ ସହିତ ପହଞ୍ଚି ଏକ ପଦଯାତ୍ରାରେ ମଙ୍ଗଳା ମନ୍ଦିର ଗସ୍ତ କରି ମା’ଙ୍କୁ ଦର୍ଶନ କରିଥିଲେ, କିନ୍ତୁ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପିର ଏକ ଗୋଷ୍ଠୀ ପହଞ୍ଚି ବାଇଧର ମଲ୍ଲିକଙ୍କ ପ୍ରାର୍ଥିତ୍ବକୁ ଘୋର ବିରୋଧ କରିବା ସହିତ ନିଜ ଅଞ୍ଚଳରୁ ଏକ ନେତୃତ୍ବଙ୍କୁ ପ୍ରାର୍ଥୀ କରିବା ପାଇଁ ଦାବି କରିଛନ୍ତି । ଯାହାର ଏକ ପ୍ରଭାବ ଆଜି କାକଟପୁର ବିଜେପି କାର୍ଯ୍ୟାଳୟ ଆଗରେ ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ... କାକଟପୁର ବିଜେଡିରେ ଫାଟ, ସୁରେନ୍ଦ୍ର ସମର୍ଥକଙ୍କ ଶକ୍ତି ପ୍ରଦର୍ଶନ - BJD Power Show In Kakatpur

କାକଟପୁର ବିଜେପିର କିଛି ମହିଳା ଓ କର୍ମୀ ମାନେ ଏକତ୍ରିତ ହୋଇ "ବାଇଧର ହଟାଅ କାକଟପୁର ବଞ୍ଚାଅ " ନାରା ଦେବା ସହିତ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ଦାବି ଜଣାଇଥିଲେ, ତୁରନ୍ତ ବାଇଧର ମଲ୍ଲିକଙ୍କ ପ୍ରାର୍ଥୀତ୍ବକୁ ରଦ୍ଦ କରି ନୂତନ ଆଞ୍ଚଳିକ ବିଜେପି ନେତୃତ୍ବଙ୍କୁ ସୁଯୋଗ ଦିଆଯାଉ ବୋଲି ଦାବି କରିଛନ୍ତି । କାକଟପୁରରେ କଣ ନେତୃତ୍ବର ଅଭାବ ଅଛି , ଯେଉଁଥି ପାଇଁ ନିମାପଡାରୁ ଜଣଙ୍କୁ ଦଳ ପ୍ରାର୍ଥୀ କରିଛି ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବିଜେପିର ସାଧାରଣ ସମ୍ପାଦିକା ଜୟନ୍ତୀ ସ୍ବାଇଁ । ତେଣୁ ଶୀର୍ଷ ନେତୃତ୍ବଙ୍କୁ ସ୍ଥାନୀୟ କାକଟପୁର ଅଞ୍ଚଳରୁ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବାକୁ ସେ ଅନୁରୋଧ କରିଛନ୍ତି । ସେହିପରି ଏଠାରେ ୨୫ ବର୍ଷର ଅରାଜକତାକୁ ହଟାଇବା ପାଇଁ ଉଚିତ ଲଢୁଆ ପ୍ରାର୍ଥୀ ଦେବାକୁ ବିଜେପି କର୍ମୀ ମହଲରେ ଦାବି ଉଠିଛି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.