ETV Bharat / politics

ପାଣ୍ଡିଆନଙ୍କ ମନ୍ତବ୍ୟକୁ ବିଜେପିର କଟାକ୍ଷ, ଦେବାଶିଷ କହିଲେ ବିଧାୟକ ଓ ସାଂସଦ ନୋମିନେସନ ନକରନ୍ତୁ - BJP Press Meet

author img

By ETV Bharat Odisha Team

Published : Apr 10, 2024, 8:58 PM IST

BJP Press Meet
BJP Press Meet

BJP Press Meet: ପ୍ରାର୍ଥୀ ନୁହେଁ, ନବୀନଙ୍କ ନାଁରେ ଭୋଟ ଦେବାକୁ କାର୍ତ୍ତିକ ପାଣ୍ଡିଆନଙ୍କ ଅପିଲକୁ ବିଜେପିର କଟାକ୍ଷ । ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ଦେବାଶିଷ ନାୟକ । ଅଧିକ ପଢ଼ନ୍ତୁ

BJP Press Meet

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଓ ଶାସକ ଦଳ ସମେତ ଭିକେ ପାଣ୍ଡିଆନଙ୍କ ଉପରେ ବର୍ଷିଲା ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ନେତା ଦେବାଶିଷ ନାୟକଙ୍କ ଟାର୍ଗେଟ । ପ୍ରାର୍ଥୀ ନୁହେଁ, ନବୀନଙ୍କ ନାଁରେ ଭୋଟ ଦେବାକୁ କାର୍ତ୍ତିକ ପାଣ୍ଡିଆନଙ୍କ ଅପିଲକୁ ନେଇ ବର୍ଷିଲେ ଦେବାଶିଷ । ନବୀନ ନିଜେ 147 ବିଧାନସଭା ଓ 21 ଲୋକସଭାରେ ପ୍ରାର୍ଥପତ୍ର ଦାଖଲ କରନ୍ତୁ ବୋଲି କହି କଟାକ୍ଷ କଲା ବିଜେପି ।

ସେ କହିଛନ୍ତି, "ରାଜ୍ୟରେ ଆଉ ବିଧାୟକ ମନ୍ତ୍ରୀ ନେତାଙ୍କର ଆବଶ୍ୟକତା ନାହିଁ । ବିଧାୟକ ଓ ସାଂସଦ କାହିଁକି ଆଉ ନୋମିନେସନ କରିବେ । ନବୀନ ନିଜେ 147 ବିଧାନସଭା ଓ 21 ଲୋକସଭାରେ ପ୍ରାର୍ଥପତ୍ର ଦାଖଲ କରନ୍ତୁ । ଏଥିରୁ ସ୍ପଷ୍ଟ, ପ୍ରାର୍ଥୀଙ୍କର କୌଣସି କର୍ତ୍ତୃତ୍ବ ନାହିଁ । ଏ ଦଳ ପୂର୍ବରୁ ବିଧାୟକ ଓ ସାଂସଦଙ୍କ ସମ୍ମାନ ରଖିନି । ନାଳ ନର୍ଦ୍ଦମାରେ ଫୋପାଡ଼ି ଦେଇଛି । କେତେ ଦିନ ଆଉ ଓଡିଶାବାସୀଙ୍କ ସହ ଏମିତି ଛଳନା କରି ଭଣ୍ଡେଇବେ ? ବିଜେଡି ସାଂସଦ ଜିତିଲେ ଦିଲ୍ଲୀରେ ଯାଇ କଣ କରିବେ ? ଭର୍ତ୍ତୃହରି ବାବୁ ଓ ପ୍ରସନ୍ନ ବାବୁଙ୍କୁ ସଂସଦରେ ଉପାଧ୍ୟକ୍ଷ କରିବାକୁ ଚାହୁଁଥିଲେ ମୋଦି, ହେଲେ ଆପ୍ରୁଭାଲ ଦିଆଗଲା ନାହିଁ । ଏମାନେ ଚାହୁଁନାହାନ୍ତି ଓଡ଼ିଆ ଆଗକୁ ଯାଆନ୍ତୁ । ବିଜେଡି କଣ କରିବ ସାଂସଦ ଜିତି ?"

ସେ ଆହୁରି କହିଛନ୍ତି, "ବିଜେଡିରେ ସାଧାରଣ କର୍ମୀଙ୍କୁ ପଚାରେ କିଏ ? ନିର୍ବାଚନ ଆସିଲା ବୋଲି ନବୀନ ନିବାସ ଗେଟ ଖୋଲିଲା । ନୋମିନେସନ ପରେ ଏହା ବନ୍ଦ ହୋଇଯିବ । ନବୀନ ନିବାସ ଗଛ ମୂଳେ ଅପେକ୍ଷା କରିବେ ବିଧାୟକ ମାନେ । ମୁଖମନ୍ତ୍ରୀଙ୍କୁ ଆଉ ଦେଖି ପାରିବେ ନାହିଁ । ଏହାଛଡା ମୁଖ୍ୟମନ୍ତ୍ରୀଙ୍କ ନମ୍ବର 2ଙ୍କର ବି ଦେଖା ମିଳିବ ନାହିଁ । ବିଜେଡିରେ ଭୋଟ ରାଜନୀତି ଚାଲିଛି । ଭୋଟ ମିଳିଗଲା ତ ଗେଟରେ ତାଲା । ୫୦ କୋଟି ଖର୍ଚ୍ଚ କରି ବିଜେଡି ପାର୍ଟି ଅଫିସ ତିଆରି ହେଲା । କଣ ଆବଶ୍ୟକତା ଥିଲା ? ରାଜ୍ୟରେ ଲୋକମାନେ ଘର ଖଣ୍ଡେ ପାଇ ପାରୁନାହାନ୍ତି । ଏବେ ବି ନଗଡା, କୋଟିଆ ଅଞ୍ଚଳରେ ଲୋକମାନେ ଖାଇବାକୁ ପାଉନାହାନ୍ତି । ଓଡିଶାକୁ ମିଳିମିଶି ଲୁଟିଦେଲେ । ଓଡିଶାରୁ କେହିନଥିଲେ ? ସବୁ ବାହାର ଠିକାଦର କାମ କରୁଛନ୍ତି ରାଜ୍ୟରେ । ବିଜେଡି ଏବେ ଠିକାଦରଙ୍କ ପାର୍ଟି ହୋଇଗଲାଣି । ନବୀନ ବାବୁ ଓଡ଼ିଆ ଜାତିକୁ ଆଉ କାହା ହାତରେ ଟେକି ନଦିଅନ୍ତୁ । ସମୟ ଆସିଛି ବିଦାୟ ନିଅନ୍ତୁ ।

ଏହା ମଧ୍ୟ ପଢ଼ନ୍ତୁ...ବିଜେପିରେ ରାଣୀ ସୁଜ୍ଞାନୀ ଦେଓଙ୍କ ଶତାଧିକ ସମର୍ଥକ, ପୀତବାସ ଓ ସୀତାରାମ ବି ଧରିଲେ ପଦ୍ମ - BJP Joining Program

ସେହିଭଳି ମେଣ୍ଟ ନହେବା ସମ୍ପର୍କରେ ସେ କହିଛନ୍ତି, "ବିଜେପି ଚାହୁଁନଥିଲା । ବିଜେଡି ଗୋଡେଇଥିଲା ମେଣ୍ଟ କରିବା ପାଇଁ । ହେଲେ ସଫଳ ହେଲା ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.