ETV Bharat / politics

ଜମୁଛି ପ୍ରଚାର, ସୋନପୁର ଓ ବୀରମହରାଜପୁର ସିଟ୍‌ ହାତେଇବାକୁ ବିଜେପି ଜୋରଦାର ପ୍ରୟାସ - BJP Election Campaign

author img

By ETV Bharat Odisha Team

Published : Apr 17, 2024, 5:46 PM IST

BJP Election Campaign: ବିଜେପି ସାଂସଦ ପ୍ରାର୍ଥୀ ସଂଗୀତା କୁମାରୀ ସିଂଦେଓ, ସୋନପୁର ଓ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାର୍ଥୀ ପ୍ରମୋଦ ମହାପାତ୍ର ଓ ରଘୁନାଥ ଜଗଦଲା ମିଳିତ ଭାବେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଅଧିକ ପଢ଼ନ୍ତୁ

ସୋନପୁର ଓ ବିରମହରାଜପୁର ବିଧାନସଭା ଆସନ ହାତେଇବାକୁ ବିଜେପି ଜୋରଦାର ପ୍ରୟାସ
ସୋନପୁର ଓ ବିରମହରାଜପୁର ବିଧାନସଭା ଆସନ ହାତେଇବାକୁ ବିଜେପି ଜୋରଦାର ପ୍ରୟାସ

ସୋନପୁର ଓ ବିରମହରାଜପୁର ବିଧାନସଭା ଆସନ ହାତେଇବାକୁ ବିଜେପି ଜୋରଦାର ପ୍ରୟାସ

ସୁବର୍ଣ୍ଣପୁର: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଚଳଚଞ୍ଚଳ ଦଳୀୟ ଶିବିର । ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ରାଜନୈତିକ ବାତାବରଣ ବେଶ ସରଗରମ ହୋଇ ଉଠିଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବା ପରେ ନେତାଏ ରାଜନୈତିକ ମୈଦାନକୁ ଓହ୍ଲାଇଛନ୍ତି । ଭୋଟରମାନଙ୍କୁ ନିଜ ସପକ୍ଷରେ ମତଦାନ କରିବା ପାଇଁ ସଭା, ସମିତି, ମୋଟର ସାଇକେଲ ଶୋଭାଯାତ୍ରା ଏବଂ ମିଶ୍ରଣ ପର୍ବ ଆଦି ଆୟୋଜନ କରୁଥିବା ଦେଖିବାକୁ ମିଳୁଛି । ତେବେ ଜିଲ୍ଲାରେ ବିଜେପି ଦଳ ନିର୍ବାଚନ ପ୍ରଚାରରେ ଟିକିଏ ଆଗୁଆ ରହିଥିବା ଦେଖିବାକୁ ମିଳିଛି ।

ବଲାଙ୍ଗୀର ଲୋକସବା ଆସନରୁ ବିଜେପି ପକ୍ଷରୁ ସାଂସଦ ପ୍ରାର୍ଥିନୀ ହୋଇଛନ୍ତି ସଂଗୀତା କୁମାରୀ ସିଂଦେଓ । ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଅଧିନରେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ସୋନପୁରରେ ବିଜେପି ପକ୍ଷରୁ ପ୍ରମୋଦ ମହାପାତ୍ର ପ୍ରାର୍ଥୀ ହୋଇଥିବା ବେଳେ ବୀରମହାରାଜପୁରରୁ ରଘୁନାଥ ଜଗଦଲା ପ୍ରାର୍ଥୀ ହୋଇଛନ୍ତି । ନିର୍ବାଚନ ପାଖେଇ ଆସୁଥିବା ବେଳେ ସଂଗୀତା କୁମାରୀ ସିଂଦେଓଙ୍କ ସହ 2 ବିଜେପି ପ୍ରାର୍ଥୀ ମିଳିତ ଭାବେ ସୁବର୍ଣ୍ଣପୁର ଜିଲ୍ଲାରେ ନିର୍ବାଚନ ପ୍ରଚାର କରୁଛନ୍ତି ।

ତେବେ କେନ୍ଦ୍ର ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଓ ଜନହିତକର ଯୋଜନାର ସଫଳ ରୂପାୟନକୁ ଆଧାର କରି ବିଜେପି ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଛି । ସେହିପରି ରାଜ୍ୟ ସରକାରଙ୍କ ବିଫଳତାକୁ ଭୋଟରମାନଙ୍କ ଆଗରେ ଉପସ୍ଥାପନ କରି ଭୋଟରଙ୍କୁ ନିଜ ସପକ୍ଷରେ ମତଦାନ କରିବା ପାଇଁ ଜୋରଦାର ପ୍ରଚାର କରୁଛି ବିଜେପି । ଗତ ନିର୍ବାଚନରେ ସୋନପୁର ବିଧାନସଭା ଓ ବୀରମହାରାଜପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିଥିଲେ । ଏହି ଦୁଇଟି ବିଧାନସଭା ଆସନରେ ଲୋକସଭା ସାଂସଦ ପ୍ରାର୍ଥୀ ମଧ୍ୟ ବିଜେପି ଠାରୁ ଅଧିକ ଭୋଟ ପାଇଥିଲେ । ତଥାପି ବଲାଙ୍ଗୀର ଲୋକସଭା ଆସନରେ ବିଜେପି ପ୍ରାର୍ଥିନୀ ସଂଗୀତା କୁମାରୀ ସିଂ ଦେଓ ନିକଟତମ ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓଙ୍କୁ ପରାସ୍ତ କରି ବିଜୟ ଲାଭ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ବଲାଙ୍ଗୀର ଲୋକସଭା ଆସନ; ପୁରୁଖା ନେତାଙ୍କୁ ସାମ୍ନା କରିବେ ନବାଗତ, ହେବ ତ୍ରୀମୂଖୀ ଲଢେଇ - Balangir Lok Sabha Constituency

ତେବେ ଚଳିତ ନିର୍ବାଚନରେ ଜିଲ୍ଲାର ଉଭୟ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରିବା ସହିତ ଲୋକସଭା ପାଇଁ ବିଜେଡି ଠାରୁ ଅଧିକ ଭୋଟ ବ୍ୟବଧାନରେ ଆଗେଇବା ଲକ୍ଷ୍ୟରେ ବିଜେପି ପ୍ରଚାର ଜୋର କରିଛି । ବିଜେପି ସହ କଡା ମୁକାବିଲା କରିବା ପାଇଁ ବିଜେଡି ମଧ୍ୟ ନିର୍ବାଚନ ପ୍ରଚାର ଜୋର କରିଥିଲେ ମଧ୍ୟ ବିଜେପିର ବିଜୟ ହେବ ବୋଲି ବିଜେପି ସାଂସଦ ପ୍ରାର୍ଥୀ ସଂଗୀତା କୁମାରୀ ସିଂ ଦେଓ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.