ETV Bharat / politics

ପଣାସଂକ୍ରାନ୍ତିରେ ମହାପ୍ରଭୁଙ୍କ ଦର୍ଶନ କଲେ ସମ୍ୱିତ ପାତ୍ର, 'ଏଥର ରାଜ୍ୟରେ ବିଜେପି ସରକାର' - Sambit Patra Puri Visit

author img

By ETV Bharat Odisha Team

Published : Apr 14, 2024, 5:07 PM IST

Sambit Patra
Sambit Patra

Sambit Patra Sri Mandir visit: ପଣାସଂକ୍ରାନ୍ତି ଅବସରରେ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ବିଜେପି ଲୋକସଭା ପ୍ରାର୍ଥୀ ସମ୍ୱିତ ପାତ୍ର । ଅଧିକ ପଢନ୍ତୁ

Sambit Patra

ପୁରୀ: ପବିତ୍ର ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଅବସରରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ବିଜେପି ପୁରୀ ଲୋକସଭା ପ୍ରାର୍ଥୀ ସମ୍ୱିତ ପାତ୍ର ଓ ବିଜେପି ପୁରୀ ସଦର ବିଧାନସଭା ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ । ଏହି ଅବସରରେ ସେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟରେ ଚଳିତ ଥର ବିଜେପି ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ । ସାଂସଦ ତଥା ବିଜେପି ପୁରୀ ଲୋକସଭା ପ୍ରାର୍ଥୀ ଆଜି (ରବିବାର) ପୁରୀ ଗସ୍ତ କରିଛନ୍ତି । ଏଥିସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ସମ୍ୱିତ ପାତ୍ରଙ୍କ ସହ ବିଜେପି ପୁରୀ ସଦର ବିଧାନସଭା ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ଓ ସେମାନଙ୍କ ସମର୍ଥକମାନେ ମଧ୍ୟ ଉପସ୍ଥିତ ଥିଲେ । ତେବେ ଓଡ଼ିଶାର ପ୍ରତ୍ୟେକ ପରିବାର ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅସୀମ କୃପା ରହୁ ବୋଲି ସମ୍ବିତ ପ୍ରତିକ୍ରିୟାରେ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଜୟନ୍ତ ଷଡ଼ଙ୍ଗୀଙ୍କ ରିପୋର୍ଟ କାର୍ଡ, ପୁରୀରେ ବିଜେପି ବିପୁଳ ବିଜୟ ହାସଲ ନେଇ ଦୃଢୋକ୍ତି - Puri Assembly Constituency

ସେ ଆଉ ମଧ୍ୟ ନିର୍ବାଚନୀ ପ୍ରଚାର ସମ୍ବନ୍ଧରେ ପ୍ରତିକ୍ରିୟା ରଖି କହିଛନ୍ତି, "ଯିଏ ଲୋକଙ୍କ ସହ ସବୁଦିନ ଥାଏ ତାକୁ ପ୍ରଚାର କାରିବାର ଆବଶ୍ୟକ ପଡ଼ିନଥାଏ । ଆମେ ପୁରୀବାସୀଙ୍କ ସହ ସବୁବେଳେ ରହିଛୁ । ପୁରୀରେ ମେଡ଼ିକାଲ କଲେଜ, ଉନ୍ନତମାନର ରେଲୱେ ଷ୍ଟେସନ, ରାସ୍ତା, ବିଜୁଳି, ପାନୀୟ ଜଳ, କ୍ରୀଡା ଭିତ୍ତିଭୂମି, ବିମାନ ବନ୍ଦର ପ୍ରକଳ୍ପ ଭଳି ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ପୁରୀ ବାସିନ୍ଦାଙ୍କ ପାଇଁ ଗତ 5 ବର୍ଷ ହେବ ଲଗାତାର କାର୍ଯ୍ୟ କରିଛୁ । ଆମେ ଲୋକଙ୍କ ହୃଦୟରେ ଅଛୁ । ଆଉ ପ୍ରଚାରର ଆବଶ୍ୟକତା ନାହିଁ । ଲୋକେ ଆମକୁ ହୃଦୟରେ ରଖିଛନ୍ତି ।"

ସେ ଆଉ ମଧ୍ୟ କହିଛନ୍ତି ଯେ, 2014 ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ବାର୍ତ୍ତାରେ ପରିବର୍ତ୍ତନ ଆଣିଛନ୍ତି । ସରକାର ଲୋକଙ୍କ ପାଇଁ କଣ କାର୍ଯ୍ୟ କରିଛନ୍ତି ତାହା ମୋଦିଜୀ ଲିଖିତ ଆକାରରେ ଦେଉଛନ୍ତି । ସେଥିପାଇଁ ଗତ 5 ବର୍ଷ ପୁରୀବାସୀଙ୍କ ପାଇଁ କଣ କରିଛନ୍ତି ତାହା ରିପୋର୍ଟ କାର୍ଡରେ ଦେଇଛନ୍ତି । ଅନ୍ୟ ଦଳର ପ୍ରାର୍ଥୀମାନେ ମଧ୍ୟ ତାହା ଜାରି କରିବା ଉଚିତ । ଲୋକମାନେ ହିଁ ବିଚାର କରିବେ କାହାକୁ ସାଂସଦ ଭାବେ ନିର୍ବାଚିତ କରିବେ ।

ଅନ୍ୟପଟେ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି," ଓଡ଼ିଆ ନବ ବର୍ଷରୁ ପ୍ରଚାର ଅଭିଯାନ ଜୋରଦାର ହେବ । ପ୍ରତ୍ୟେକ ଭୋଟର ପାଖକୁ ଯିବୁ । ଏଥର ଯେଭଳି ମୋଦିଙ୍କ ଲୋକପ୍ରିୟତା ରହିଛି କେନ୍ଦ୍ର ଓ ଓଡ଼ିଶାରେ ବିଜେପି ସରକାର ଗଠନ ହେବ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.