ETV Bharat / politics

ଗାଦିମଡା ଅଧିକାରୀଙ୍କୁ ହଟାଓ: CEOଙ୍କ ନିକଟରେ ପୁଣି ଫେରାଦ ହେଲା ବିଜେପି

author img

By ETV Bharat Odisha Team

Published : Mar 11, 2024, 9:58 PM IST

BJP again appealed to CEO against some government officials: ପୁଣି ଗାଦିମଡା ସରକାରୀ ଅଧିକାରୀଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ଅଧିକ ପଢନ୍ତୁ

ଗାଦିମଡା ଅଧିକାରୀଙ୍କ ହଟାଓ: CEOଙ୍କ ନିକଟରେ ପୁଣି ଫେରାଦ ହେଲା ବିଜେପି
ଗାଦିମଡା ଅଧିକାରୀଙ୍କ ହଟାଓ: CEOଙ୍କ ନିକଟରେ ପୁଣି ଫେରାଦ ହେଲା ବିଜେପି

ଗାଦିମଡା ଅଧିକାରୀଙ୍କ ହଟାଓ: CEOଙ୍କ ନିକଟରେ ପୁଣି ଫେରାଦ ହେଲା ବିଜେପି

ଭୁବନେଶ୍ବର: ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବାରେ ଲାଗିଛି ବିଜେପି ଟିମ୍‌ । ଦୀର୍ଘବର୍ଷ ଧରି ଗୋଟିଏ ପଦବୀ ଓ ଦାୟିତ୍ବରେ ଗାଦିମାଡି ବସିଥିବା ସରକାରୀ ଅଧିକାରୀଙ୍କୁ ବଦଳି କରିବା ଦାବିରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଆଜି ଦଳୀୟ ଟିମ ପୁଣି ଭେଟିଛି । ଦଳର ରାଜ୍ୟ ଉପ-ସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ଆଜି ବିଜେପି ଟିମ ସିଇଓଙ୍କୁ ଭେଟି ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ନାମ ସହ ସେମାନଙ୍କୁ ତୁରନ୍ତ ବଦଳି କରିବା ପାଇଁ ଦାବିପତ୍ର ଦେଇଛି ।

ଦଳ ଅଭିଯୋଗ ଆଣିଛି କିଛି ଜିଲ୍ଲାରେ ଏକାଧିକ ଅଧିକାରୀ ଗତ 10ରୁ 15ବର୍ଷ ହେଲାଣି ବିଭିନ୍ନ ପଦ ପଦବୀରେ ରହିଛନ୍ତି । ଅବାଧ, ନିରପେକ୍ଷ ଓ ଭୟମୁକ୍ତ ନିର୍ବାଚନ ପାଇଁ ସେମାନଙ୍କ ବଦଳି ହେବା ନିହାତି ଆବଶ୍ୟକ ବୋଲି ଦଳ ଦାବିପତ୍ରରେ ଯୁକ୍ତି ବାଢିଛି । ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି, ଏହି ନିର୍ବାଚନରେ ସରକାରୀ ଦଳ କଳ ଓ ବଳର ଅପପ୍ରୟୋଗ କରି ନିର୍ବାଚନ ଜିତିବାକୁ ଚାହୁଁଛି । ପୋଲିସ ପ୍ରଶାସନ, ସାମ୍ବିଧାନିକ ବିଧିବ୍ୟବସ୍ଥା ଏବଂ ଅନୁଷ୍ଠାନମାନଙ୍କୁ ବ୍ୟବହାର କରିି ଜନମତକୁ ବିଭ୍ରାନ୍ତ କରୁଥିବାର ଏବେଠାରୁ ବହୁ ଅଭିଯୋଗ ଓ ପ୍ରମାଣ ବାରମ୍ବାର ଆସୁଛି । ନିର୍ବାଚନ ପରିଚାଳନାକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରାଇବା ଦାୟିତ୍ୱ ହେଉଛି ନିର୍ବାଚନ ଆୟୋଗଙ୍କ ଦାୟିତ୍ବ । ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ପାଳନ କରିବା ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କର । ସେଥିପାଇଁ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଅବସ୍ଥାପିତ ଥିବା ବିଭିନ୍ନ ବିଭାଗର ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯାଉ ।


ଏହା ମଧ୍ୟ ପଢନ୍ତୁ :- ମୋହନ ମାଝୀଙ୍କ ଘରେ ବିଧାୟକଙ୍କ ମେଳି, ମେଣ୍ଟ ଚର୍ଚ୍ଚା ମଧ୍ୟରେ ଏକାଠିକୁ ନେଇ ବଢିଲା ସସପେନ୍ସ


ଏହାସହ ଦଳ ଏହି ଶ୍ରେଣୀରେ ଥିବା କିଛି ଅଧିକାରୀଙ୍କ ନାମ ମଧ୍ୟ ସାମ୍ନାକୁ ଆଣିଛି । ସେମାନେ ହେଲେ ଢ଼େଙ୍କାନାଳ ଜିଲ୍ଲାର ପିଡି-ଡିଆରଡିଏ ଜ୍ୟୋତି ରଞ୍ଜନ ସାହୁ, ଗଞ୍ଜାମର ଇନ୍ସିପେକ୍ଟର ବିବେକାନନ୍ଦ ସ୍ୱାଇଁ, ଗଞ୍ଜାମର ଡିଏସପି ଶିବ ଶଙ୍କର ମହାପାତ୍ର, ଭୁବନେଶ୍ୱର ଡିଏସପି ସୁଜିତ କୁମାର ଦଳାଇ, ଡିଏସ୍‌ପି ସୁଧାକର ମିଶ୍ର, ସଚିିବାଳୟ ଏସ୍‌ପି ସେଖର କୁମାର ମହାପାତ୍ର ସମେତ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରାଯିବାକୁ ସମ୍ପୃକ୍ତ ବିଭାଗର ଉଚ୍ଚ ପଦାଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରନ୍ତୁ । ଏପରିକି ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ସରକାରୀ ଅଧିକାରୀମାନେ ନିଜ ଗୃହ ଜିଲ୍ଲାରେ ମଧ୍ୟ ଅବସ୍ଥାପିତ ହୋଇପାରିବେ ନାହିଁ ବୋଲି ବିଜେପି କହିଛି । ଗତକାଲି ମଧ୍ୟ ଦଳ ସମାନ ଅଭିଯୋଗ ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧକାରୀଙ୍କୁ ଭେଟିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.