ETV Bharat / politics

ପ୍ରଦୀପଙ୍କୁ ବିଜେଡିର ଜବାବ, ଏହା ପାଗଳର ପ୍ରଳାପ

author img

By ETV Bharat Odisha Team

Published : Feb 3, 2024, 7:25 AM IST

bjd slams gopalpur mla
bjd slams gopalpur mla

BJD slams Gopalpur MLA: ଗୋପାଳପୁର ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ରଖିଲା ବିଜେଡି । ପୂର୍ବତନ ବିଧାୟକ ତଥା ଦଳର ଜିଲ୍ଲା ସଭାପତି ଡ଼ା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଗୋପାଳପୁର ବିଧାୟକ ଦେଇଥିବା ମନ୍ତବ୍ୟ ଉପରେ ବିବୃତି ରଖିଛନ୍ତି ।

bjd slams gopalpur mla

ବ୍ରହ୍ମପୁର: ଗୋପାଳପୁର ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ରଖିଲା ବିଜେଡି । ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ କ୍ଷୋଭ ଝାଡିଥିଲେ । ଯାହାର ଜବାବ ଦେଇଛି ବିଜୁ ଜନତା ଦଳ । ଏନେଇ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ବାସଭବନରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ବିଧାୟକ ବିକ୍ରମ ପଣ୍ଡା ଓ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ । ପୂର୍ବତନ ବିଧାୟକ ତଥା ଦଳର ଜିଲ୍ଲା ସଭାପତି ଡ଼ା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଗୋପାଳପୁର ବିଧାୟକ ଦେଇଥିବା ମନ୍ତବ୍ୟ ଉପରେ ବିବୃତି ରଖିଛନ୍ତି ।

ବିକ୍ରମ କୁମାର ପଣ୍ଡା କହିଛନ୍ତି, " ନିଜ ପ୍ରତିକ୍ରିୟାରେ ପ୍ରଦୀପ ବହୁତ୍ ଭୁଲ କରିଛନ୍ତି । ସେ କହିଥିବା କଥା ହେଉଛି ପାଗଳର ପ୍ରଳାପ ।" ତାଙ୍କ ମୁଣ୍ଡ ଆଉ କାମ କରୁନାହିଁ ବୋଲି କହିଛନ୍ତି ଉଭୟ ବ୍ରହ୍ମପୁର ବିଧାୟକ ଓ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି । ଏପରିକି ସେ ଅନ୍ୟ ଏକ ଦଳକୁ ଯିବେ ବୋଲି ବାରମ୍ବାର କହୁଥିବା ବେଳେ ତାହାର ତାରିଖ ପରିବର୍ତ୍ତନ କରୁଥିବା କହିଛନ୍ତି । ଯେଉଁଦିନ ଦଳକୁ ସେ ଯିବେ ବୋଲି ପ୍ରଚାର ହେଉଛି ତାହାକୁ ବି ଓଡ଼ିଶାବାସୀ ପ୍ରତ୍ୟାଖ୍ୟାନ କରିଦେଲନି ବୋଲି କହିଛନ୍ତି ଉଭୟ ନେତା।


ଗତକାଲି ପ୍ରଦୀପ ପାଣିଗ୍ରାହୀ ପ୍ରେସମିଟ୍ କରି ବିଜେଡିକୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିବେ କି ନବୀନ ନିବାସ ବ୍ୟକ୍ତିଗତ ସମ୍ପତ୍ତି କି ନାହିଁ ? ଯଦି ବ୍ୟକ୍ତିଗତ ସମ୍ପତ୍ତି ଗତ 2019ରୁ ବର୍ତ୍ତମାନ ସୁଦ୍ଧା ସେହି ପରିସରରେ ସରକାର ପରିଚାଳନ ପାଇଁ କେତେଟି ଅଟ୍ଟାଳିକା ନିର୍ମାଣ ହୋଇଛି । ନିର୍ମାଣ ହୋଇଥିବା ଅଟ୍ଟାଳିକାରେ କେତେ ଖର୍ଚ୍ଚ ହୋଇଛି ? କେଉଁ ଆକାଉଣ୍ଟରୁ ଖର୍ଚ୍ଚ ହୋଇଛି ? ତାହାର ହିସାବ ମୁଖ୍ୟମନ୍ତ୍ରୀ ଦେବେ କି?" ବୋଲି ଦାବି କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

ଏହା ବି ପଢନ୍ତୁ...ଆଗକୁ ଓଡ଼ିଶାରେ ଅରେଞ୍ଜ ଲହର ଆସିବାକୁ ଯାଉଛି: ପ୍ରଦୀପ ପାଣିଗ୍ରାହୀ

ପ୍ରଦୀପ କହିଛନ୍ତି, ‘‘ଆଗରୁ ଥିଲା ପତି ପତ୍ନୀ- ଓ । ଏବେ ଚାଲିଛି ବିଜେଡି- ନବୀନ- ଓ । କାହାର ନାଁ ନନେଇ ବିଜେଡି ଓ ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି ପ୍ରଦୀପ । କହିଛନ୍ତି ତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ଚାଲିଛି । ଏବେ ଭିଜିଲାନ୍ସ ଚାର୍ଜ ଫ୍ରେମ ବି କରିଛି। ଏହା ଏକ ନିରନ୍ତନ ପ୍ରକ୍ରିୟା । କିନ୍ତୁ ମୋ କ୍ଷେତ୍ରରେ ଭିଜିଲାନ୍ସ ଚାର୍ଜ ଫ୍ରେମକୁ ପ୍ରେସ ରିଲିଜ ଆକାରରେ ପ୍ରଚାର କରାଗଲା । ବିଦ୍ଧି ବ୍ୟବସ୍ଥା ଭିତରେ ଆଇନ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ହେବ ମୁଁ ସ୍ବାଗତ କରୁଛି । ହେଲେ ଚାର୍ଜଫ୍ରେମ ପରେ ପ୍ରେସ ରିଲିଜ କାହିଁକି ହେଲା ତାହାର ମୂଳ କାରଣ କହି ସରକାରଙ୍କୁ ଘେରିଛନ୍ତି ପ୍ରଦୀପ । ମୋ ନିର୍ବାଚନମଣ୍ଡଳୀର ଗୋପାଳପୁରରେ ଆୟୋଜିତ ହୋଇଥିଲା ନବୀନ-ଓ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ସାମିଲ ହେବାକୁ ୧୩ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଅଣାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୁରା ପ୍ରଶାସନ ଲୋକ ପ୍ରତିନିଧି ସବୁ ଦମ ଲଗାଇଦେଇଥିଲା । ହେଲେ କାର୍ଯ୍ୟକ୍ରମକୁ ଆସିଥିବା ପିଲା ଆରମ୍ଭରୁ ଶେଷ ଯାଏଁ ଜୟ ଶ୍ରୀରାମ ନାରା ଲଗାଇଥିଲେ । ଯାହା ଦେଖି ମୋ ସାନ ଭାଇଟା ବିଚଳିତ ହୋଇପଡିଥିଲା । ଦେଖିଲା ଆଉ କିଛି କହିହେବ ନାହିଁ । ଶେଷରେ ସେ ବି ଜୟ ଶ୍ରୀରାମ ନାରା ଦେଇଥିଲା ।’’

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.