ETV Bharat / state

ଆଗକୁ ଓଡ଼ିଶାରେ ଅରେଞ୍ଜ ଲହର ଆସିବାକୁ ଯାଉଛି: ପ୍ରଦୀପ ପାଣିଗ୍ରାହୀ

author img

By ETV Bharat Odisha Team

Published : Feb 2, 2024, 8:43 PM IST

Orange Wave is Coming to Odisha: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିବେ କି ନବୀନ ନିବାସ ବ୍ୟକ୍ତିଗତ ସମ୍ପତ୍ତି କି ନାହିଁ? ଯଦି ବ୍ୟକ୍ତିଗତ ସମ୍ପତ୍ତି ଗତ 2019 ରୁ ବର୍ତ୍ତମାନ ସୁଦ୍ଧା ସେହି ପରିସରରେ ସରକାର ପରିଚାଳନ ପାଇଁ କେତେଟି ଅଟ୍ଟାଳିକା ନିର୍ମାଣ ହୋଇଛି । ନିର୍ମାଣ ହୋଇଥିବା ଅଟ୍ଟାଳିକାରେ କେତେ ଖର୍ଚ୍ଚ ହୋଇଛି? ଅଧିକ ପଢନ୍ତୁ

ନବୀନ ନିବାସ ବ୍ୟକ୍ତିଗତ ସମ୍ପତ୍ତି କି ନୁହେଁ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
ନବୀନ ନିବାସ ବ୍ୟକ୍ତିଗତ ସମ୍ପତ୍ତି କି ନୁହେଁ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ନବୀନ ନିବାସ ବ୍ୟକ୍ତିଗତ ସମ୍ପତ୍ତି କି ନୁହେଁ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିବେ କି ନବୀନ ନିବାସ ବ୍ୟକ୍ତିଗତ ସମ୍ପତ୍ତି କି ନାହିଁ? ଯଦି ବ୍ୟକ୍ତିଗତ ସମ୍ପତ୍ତି ଗତ 2019 ରୁ ବର୍ତ୍ତମାନ ସୁଦ୍ଧା ସେହି ପରିସରରେ ସରକାର ପରିଚାଳନ ପାଇଁ କେତେଟି ଅଟ୍ଟାଳିକା ନିର୍ମାଣ ହୋଇଛି । ନିର୍ମାଣ ହୋଇଥିବା ଅଟ୍ଟାଳିକାରେ କେତେ ଖର୍ଚ୍ଚ ହୋଇଛି ? କେଉଁ ଆକାଣ୍ଟରୁ ଖର୍ଚ୍ଚ ହୋଇଛି ? ତାହାର ହିସାବ ମୁଖ୍ୟମନ୍ତ୍ରୀ ଦେବେ କି ବୋଲି ଦାବି କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

ଆଜି ପ୍ରଦୀପ କହିଛନ୍ତି, ‘‘ଆଗରୁ ଥିଲା ପତି ପତ୍ନୀ- ଓ । ଏବେ ଚାଲିଛି ବିଜେଡି- ନବୀନ- ଓ । କାହାର ନାଁ ନନେଇ ବିଜେଡି ଓ ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି ପ୍ରଦୀପ । କହିଛନ୍ତି ତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ଚାଲିଛି । ଏବେ ଭିଜିଲାନ୍ସ ଚାର୍ଜ ଫ୍ରେମ ବି କରିଛି। ଏହା ଏକ ନିରନ୍ତନ ପ୍ରକ୍ରିୟା । କିନ୍ତୁ ମୋ କ୍ଷେତ୍ରରେ ଭିଜିଲାନ୍ସ ଚାର୍ଜ ଫ୍ରେମକୁ ପ୍ରେସ ରିଲିଜ ଆକାରରେ ପ୍ରଚାର କରାଗଲା । ବିଦ୍ଧି ବ୍ୟବସ୍ଥା ଭିତରେ ଆଇନ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ହେବ ମୁଁ ସ୍ବାଗତ କରୁଛି । ହେଲେ ଚାର୍ଜଫ୍ରେମ ପରେ ପ୍ରେସ ରିଲିଜ କାହିଁକି ହେଲା ତାହାର ମୂଳ କାରଣ କହି ସରକାରଙ୍କୁ ଘେରିଛନ୍ତି ପ୍ରଦୀପ । ମୋ ନିର୍ବାଚନମଣ୍ଡଳୀର ଗୋପାଳପୁରରେ ଆୟୋଜିତ ହୋଇଥିଲା ନବୀନ-ଓ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ସାମିଲ ହେବାକୁ ୧୩ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଅଣାଯାଇଥିଲା। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୁରା ପ୍ରଶାସନ ଲୋକ ପ୍ରତିନିଧି ସବୁ ଦମ ଲଗାଇଦେଇଥିଲା । ହେଲେ କାର୍ଯ୍ୟକ୍ରମକୁ ଆସିଥିବା ପିଲା ଆରମ୍ଭରୁ ଶେଷ ଯାଏଁ ଜୟ ଶ୍ରୀରାମ ନାରା ଲଗାଇଥିଲେ । ଯାହା ଦେଖି ମୋ ସାନ ଭାଇଟା ବିଚଳିତ ହୋଇପଡିଥିଲା । ଦେଖିଲା ଆଉ କିଛି କହିହେବ ନାହିଁ । ଶେଷରେ ସେ ବି ଜୟ ଶ୍ରୀରାମ ନାରା ଦେଇଥିଲା ।’’

ଅଧିକ ପଢନ୍ତୁ- ଡିପଫେକରେ ପରିଣତ ହୋଇଛି ଓଡିଶା: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ପ୍ରଦୀପ କହିଛନ୍ତି ଏହି ଘଟଣା ପରେ ପିଲା କାହିଁକି ଜୟ ଶ୍ରୀରାମ ନାରା ଦେଲେ ବିଡ଼ିଓଙ୍କୁ ଗାଳି ପଡିଲା । ବିଡ଼ିଓ କଣ କରିବ । ଯାହାକୁ ଦେଖି ମୋ ବିରୋଧରେ ଚାର୍ଜ ଫ୍ରେମ କରି ପ୍ରେସ ରିଲିଜ ଜାରି କରିଛି ଭିଜିଲାନ୍ସ । ପ୍ରଦୀପ ଆହୁରି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନବୀନ ନିବାସ ବ୍ୟକ୍ତିଗତ ସମ୍ପତ୍ତି ନୁହେଁ କି ? ମୁଖ୍ୟମନ୍ତ୍ରୀଙ୍କ ଅଫିସ ନାଁ ରେ ନବୀନ ନିବାସ ଭିତରେ କେତେ ଟି ନୂଆ ଅଟାଳିକା ନିର୍ମାଣ ହୋଇଛି। ଆଉ କେତେ ଟଙ୍କା ଖର୍ଚ୍ଚ ହୋଇଛି । ତାର ହିସାବ ରଖିବେ କି ମୁଖ୍ୟମନ୍ତ୍ରୀ। କାହାର ବ୍ୟକ୍ତିଗତ ସମ୍ପତ୍ତିରେ ରାଜ୍ୟ ସରକାରଙ୍କ ତହବିଲରୁ ଖର୍ଚ୍ଚ ହୋଇ କେମିତି ନିର୍ମାଣ କରାଯାଇଛି । ମୋ ପାଖରେ ଯାହା ଖବର ଅଛି ଯାହାବି ଟଙ୍କା ଖର୍ଚ୍ଚ ହୋଇଛି କଣ୍ଟ୍ରାକଟର ମାନଙ୍କୁ ତାହା କ୍ୟାସ ଆକାରରେ ଦିଆଯାଇଛି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ତଥ୍ୟ ରଖନ୍ତୁ । ସେହିପରି ଶଙ୍ଖ ଭବନରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେ ଟଙ୍କା କେଉଁଠୁ ଆସିଲା କିଏ କାମ କଲା ତାହାର ହିସାବ ଦେବେ କି ? ଯାଜପୁରର ସର୍ବେଶ୍ବର ବେଉରାଙ୍କ ଉପରେ 229 କୋଟି ଟଙ୍କା ଫାଇନ ପକାଇଛନ୍ତି। ବିଛା ଖଣ୍ଡି ପାହାଡ଼ ଦୁର୍ନୀତିରେ ରଞ୍ଜନ ଦାଶଙ୍କ ବିରୋଧରେ 120/221ଲୋକୟୁକ୍ତ ଭିଜିଲାନ୍ସ ରିପୋର୍ଟ ଆଧାରରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି । ଚୁପ କାହିଁକି ସରକାର? ତାଙ୍କୁ ପୁଣି ରାଜ୍ୟ ସରକାର ପ୍ରମୋସନ ଦେଉଛନ୍ତି କେମିତି ? ଅରୁଆ ପାହାଡ ଦୁର୍ନୀତିରେ ବି କାହିଁକି କାର୍ଯ୍ୟାନୁଷ୍ଠାନ ହେଇନି।

ବିଧାୟକ ପ୍ରଦୀପ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି ପରିକ୍ରମା ପ୍ରକଳ୍ପରେ ଯେଉଁ 4200 କୋଟି ଖର୍ଚ୍ଚ ହେଇଛି ସେଥିରେ ସ୍ଵଛତା ଅଛି କି ନାହିଁ ସନ୍ଦେହ ସୃଷ୍ଟି କରୁଛି । ତାହାର ଜବାବ ରଖନ୍ତୁ ସରକାର । ଯେଉଁ ୧୦ ହଜାର ଲୋକଙ୍କୁ ପ୍ରତିଦିନି ପୁରୀ ନେଉଛନ୍ତି ତାଙ୍କୁ ବିଜେଡିକୁ ଭୋଟ ଦେବା ପାଇଁ ଶପଥ କରାଉଛି ବିଜେଡି । ପରିକ୍ରମା ପ୍ରକଳ୍ପ ଦର୍ଶନ ନାଁ ରେ ଶପଥ ପାଠ କରାଉଛି ବିଜେଡି । ସୋସିଆଲ ମିଡିଆରେ ବିରୋଧୀଙ୍କ ନାଁ ରେ ମିଛ ଅପପ୍ରଚାର କରିବା ପାଇଁ ମାସକୁ ୬ କୋଟି ଟଙ୍କା ଖର୍ଚ୍ଚ କରୁଛି ବିଜେଡି । ତାହା ସତ କି ନୁହେଁ । ଆଠମଲ୍ଲିକ ବିଧାୟକ ରମେଶ ସାଏ ଇସ୍ତଫା ଦେବା ସତ ନା ମିଛ । ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଅକ୍ଟୋବର 12 ରେ ବିଜେଡି ସଭାପତିଙ୍କୁ ଇସ୍ତଫା ପତ୍ର ଦେବା ସତ୍ୟ ନା ନାହିଁ ।

ପ୍ରଦୀପ ଆହୁରି କହିଛନ୍ତି ସମଗ୍ର ଓଡ଼ିଶାରେ ଜୟ ଶ୍ରୀରାମ ନାରା ଗୁଞ୍ଜରଣ ହେବ । ଆଗକୁ ଓଡ଼ିଶାରେ ଅରେଞ୍ଜ ଲହର ଆସିବାକୁ ଯାଉଛି । ଖୁବଶୀଘ୍ର ଓଡ଼ିଶାରେ ଗ୍ରୀନରୁ ଅରେଞ୍ଜ ବିରାଟ ପରିବର୍ତ୍ତନ ହେବ। ଭଗବାନ ବି ବିଜେଡି କୁ କ୍ଷମା ଦେବେନି । ରାମ ଆଉ ଜଗନ୍ନାଥ ଏକ । ରାମ ଶବ୍ଦର ଅର୍ଥ ଯଦି ବୁଝିଥାନ୍ତେ ତେବେ ଜଗନ୍ନାଥଙ୍କୁ ନେଇ ଏମିତି ଭୁଲ କରି ନଥାନ୍ତେ । ରାମ ଆଉ ଜଗନ୍ନାଥଙ୍କ ଭିତରେ ବିଭେଦ ସୃଷ୍ଟି କରିବାକୁ ପ୍ରୟାସ କରିଛି ବିଜେଡି । ପ୍ରଦୀପ କହିଛନ୍ତି ବିଜୁ ଜନତା ଦଳର ନେତା କାନ୍ଦିଲେ ଏବେ ରକ୍ତ ପଡୁଛି । ସେଥିରେ ବିଜେଡି ଏଥର ଫିନିସ ହେଇଯିବ । ମୁଖ୍ୟମନ୍ତ୍ରୀ ୩୦ ଟି ଜିଲ୍ଲାର ନାଁ କହି ପାରିବେ କି ?

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.