ETV Bharat / politics

ଟିକେଟ ପାଇଁ ବିଜେଡିକୁ ମିଳିଲାଣି ୧୦ ହଜାରରୁ ଅଧିକ ଆବେଦନ: ପ୍ରଣବ

author img

By ETV Bharat Odisha Team

Published : Feb 25, 2024, 6:46 PM IST

10 Thousand Applications for BJD Ticket
10 Thousand Applications for BJD Ticket

10 Thousand Applications for BJD Ticket: ଆଗାମୀ ନିର୍ବାଚନରେ ବିଭିନ୍ନ ଦଳରୁ ଟିକେଟ୍‌ ପାଇଁ ଅନେକ ଆଶାୟୀ ରହିଛନ୍ତି । ବିଶେଷ କରି ରାଜ୍ୟରେ ଶାସକ ବିଜେଡିରୁ ଟିକେଟ ପାଇଁ ବର୍ତ୍ତମାନ ସୁଦ୍ଧା ୧୦ ହଜାରରୁ ଅଧିକ ଆବେଦନ ମିଳିଥିବା ସୂଚନା ଦେଇଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଆଗକୁ ରହିଛି ସାଧାରଣ ନିର୍ବାଚନ । ନିର୍ବାଚନ ପାଇଁ ତାତି ଯେତେ ବଢୁଛି, ବିଭିନ୍ନ ରାଜନୈତିକ ଦଳରୁ ଟିକେଟ ପାଇଁ ଆଶାୟୀଙ୍କ ସଂଖ୍ୟା ସେତେ ବଢିବାରେ ଲାଗିଛି । ବିଶେଷ କରି ବିଜେଡିରୁ ଟିକେଟ ହାସଲ ପାଇଁ ଲବି ମଧ୍ୟ ଜୋରଦାର ହେବାରେ ଲାଗିଛି । ବିଜେଡି ଟିକେଟ ପାଇଁ ବର୍ତ୍ତମାନ ସୁଦ୍ଧା ୧୦ ହଜାରରୁ ଅଧିକ ଆବେଦନ ମିଳିଥିବା ସୂଚନା ଦେଇଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସବୁଠାରୁ ବଡ଼ କଥା ହେଲା, ଜାତୀୟ ରାଜନୈତିକ ଦଳମାନଙ୍କର ନେତାମାନେ ମଧ୍ୟ ବିଜେଡି ଟିକେଟ ପାଇଁ ଆବେଦନ କରୁଥିବା କହିଛନ୍ତି ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ରାଜ୍ୟରେ ରାଜନୈତିକ ତାତି ସହ ବିଭିନ୍ନ ଦଳରୁ ଟିକେଟ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାରି ଭିତରେ ଏକ ବଡ଼ ଓ ରୋଚକ ତଥ୍ୟ ସାନ୍ନାକୁ ଆସିଛି । ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଟିକେଟ ପାଇଁ ୧୦ ହଜାରରୁ ଅଧିକ ଆବେଦନ ଦଳ ପାଖରେ ପହଞ୍ଚିଥିବା ଖୋଦ ଦଳର ସାଂଗଠନିକ ସମ୍ପାଦକ କହିଛନ୍ତି । ବହୁ ସଂଖ୍ୟରେ ଜାତୀୟ ରାଜନୈତିକ ଦଳମାନଙ୍କର ନେତାମାନେ ମଧ୍ୟ ବିଜେଡି ଟିକେଟ ପାଇଁ ଆବେଦନ କରୁଛନ୍ତି । ଏହାର ଅର୍ଥ ବିଜେପି, କଂଗ୍ରେସ, ସିପିଆଇଏମ୍‌ ଦଳରେ ଥିବା ନେତା ବିଜେଡି ଟିକେଟ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଏଭଳି ସୂଚନା ଦେଇଛନ୍ତି ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ବିଜେପିର ରହସ୍ୟଜନକ ନୀରବତା ପଛର କାରଣ କଣ ?

ପ୍ରଣବ ନିଜ ଏକ୍ସରେ ପୋଷ୍ଟ କରି କହିଛନ୍ତି, "ବିଗତ କିଛି ବର୍ଷ ଧରି ଜାତୀୟସ୍ତରର ସବୁ ସର୍ଭେ ରିପୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଥିବାର ଗୌରବ ପ୍ରଦାନ କରିଛି । ସେହିଭଳି ୨୦୨୨ ପଞ୍ଚାୟତ ନିର୍ବାଚନରେ ୫୨ ପ୍ରତିଶତରୁ ଅଧିକ ଭୋଟ ହାର ସାଙ୍ଗକୁ ୩୦ରୁ ୩୦ ଜିଲ୍ଲା ପରିଷଦରେ ବିଜେଡିକୁ ଜିତାଇଛନ୍ତି ଓଡ଼ିଶାବାସୀ । ବିଜୁ ଜନତା ଦଳ ଯେ ଓଡ଼ିଶାର ୧ ନମ୍ବର ରାଜନୈତିକ ଦଳ, ଓଡ଼ିଶାବାସୀ ତାହା ପ୍ରମାଣିତ କରିଛନ୍ତି । ଏହି ଦୁଇଟି ନିରାଟ ସତ୍ୟ, ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଭଲପାଇବାକୁ ପ୍ରତିପାଦିତ କରୁଛି । ଆମର ଦୃଢ଼ ବିଶ୍ବାସ, ଆସନ୍ତା ନିର୍ବାଚନରେ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆଶୀର୍ବାଦ ବିଜେଡି ପ୍ରତି ରହିବ । ଲୋକଙ୍କ ଆଶୀର୍ବାଦ ବଳରେ ବିଜୁ ଜନତା ଦଳ ଏକ ଐତିହାସିକ ବିଜୟ ଆଡକୁ ଗତି କରୁଛି । ଟିକେଟ ପାଇଁ ବିପୁଳ ସଂଖ୍ୟକ ଆବେଦନ ଦର୍ଶାଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ବାସ ବଢ଼ି ବଢ଼ି ଚାଲିଛି । ନବୀନ ବାବୁଙ୍କୁ ଲାଗାତାର ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ଓଡ଼ିଶାବାସୀ ମନ ସ୍ଥିର କରିସାରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.