ETV Bharat / politics

ନିର୍ବାଚନକୁ ଲଢେଇ ନୁହେଁ, ସେଲିବ୍ରେସନ ବୋଲି ଭାବେ: ଅରୁନ୍ଧତୀ ଦେବୀ - BJD Candidate List

author img

By ETV Bharat Odisha Team

Published : Apr 17, 2024, 7:37 PM IST

BJD Deogarh Candidate Arundhati Devi
BJD Deogarh Candidate Arundhati Devi

BJD Deogarh Candidate Arundhati Devi: ଗତକାଲି ସନ୍ଧ୍ୟାରେ ଦଳରେ ସାମିଲ ହେବାପରେ ଆଜି ବିଜେଡିରୁ ଟିକେଟ ନେଇଛନ୍ତି ଅରୁନ୍ଧତୀ । ବରଗଡ଼ ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା ହେବାପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅରୁନ୍ଧତୀ । ଅଧିକ ପଢ଼ନ୍ତୁ

BJD Deogarh Candidate Arundhati Devi

ଭୁବନେଶ୍ବର: ବିଜେଡିର ଦେବଗଡ଼ ବିଧାନସଭା ପ୍ରାର୍ଥୀ ହୋଇଛନ୍ତି ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ । ଗତକାଲି ସନ୍ଧ୍ୟାରେ ଦଳରେ ସାମିଲ ହେବାପରେ ଆଜି ବିଜେଡିରୁ ଟିକେଟ ନେଇଛନ୍ତି ଅରୁନ୍ଧତୀ । ଟିକେଟ ମିଳିବା ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଅରୁନ୍ଧତୀ । ନବୀନଙ୍କ ଆଶୀର୍ବାଦ ଓ ଅଞ୍ଚଳର ଲୋକଙ୍କ ଭଲ ପାଇବାରୁ ସେ ବଡ଼ ବ୍ୟବଧାନରେ ବିଜୟୀ ହେବେ ବୋଲି କହିଛନ୍ତି ।

BJD Deogarh Candidate Arundhati Devi
BJD Deogarh Candidate Arundhati Devi

ରାଜ୍ୟରେ ଥିବା ବିଭିନ୍ନ ରାଜପରିବାରର ଗତିବିଧି ଉପରେ ଜନସାଧାରଣଙ୍କ ନଜର ରହିଥାଏ । ବିଜେପିରେ କୋଣଠେସା ହୋଇଥିବା ବାମରା ରାଜପରିବାରର ପରବର୍ତ୍ତୀ ରାଜନୈତିକ ନିଷ୍ପତ୍ତି ନେଇ ସମସ୍ତେ ଆଶା ଆଶଙ୍କାରେ ଥିଲେ । କିନ୍ତୁ ଗତକାଲି ଅପରାହ୍ନରେ ଦେବଗଡ଼ ରାଣୀ ତଥା ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହୋଇଥିଲା । ବିଜେପି ଛାଡିଥିବା ନେଇ ସେ ନିଜେ ଏହି ପୋଷ୍ଟ କରିଥିଲେ । ସନ୍ଧ୍ୟା ଯାଉ ଯାଉ ସେ ନବୀନ ନିବାସରେ ବିଜେଡିରେ ସାମିଲ ହୋଇଥିଲେ । ଏହାପରେ ବିଜେଡି ଅରୁନ୍ଧତୀଙ୍କୁ ଦେବଗଡ଼ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିବ ବୋଲି ସ୍ପଷ୍ଟ ହୋଇଥିଲା । ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ଟିକେଟ ବିଜେପି କାଟିଥିବାରୁ ଅସନ୍ତୁଷ୍ଟ ଥିଲା ରାଜପରିବାର ।

ଗତକାଲି ବିଜେଡିରେ ସାମିଲ ହୋଇ ଆଜି ଟିକେଟ ନେଇଛନ୍ତି ଅରୁନ୍ଧତୀ ଦେବୀ । ଟିକେଟ ମିଳିବା ପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, "ଦଳକୁ ଆଣି ମୋତେ ଟିକେଟ ଦେଇଥିବାରୁ ବିଜେଡି ଓ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି । ଦଳରେ ମୋତେ ସାମିଲ କରି ଟିକେଟ ଦେଇଛନ୍ତି । ଭରସା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ଦୀର୍ଘ ବର୍ଷ ହେବ ସମାଜସେବା କରି ଆସିଛୁ । ଲୋକଙ୍କ ସହ ଆମେ ଯୋଡି ହୋଇ ରହିଛୁ । ଲୋକଙ୍କ ସ୍ନେହ, ବିଶ୍ବାସ ଓ ଭରସା ସହ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ନେଇ ନିର୍ବାଚନ ମଇଦାନକୁ ଯିବି । ମୋର ବିଶ୍ବାସ, ଲୋକଙ୍କ ସମର୍ଥନ ମୋ ସହିତ ରହିଛି । ସାଂସଦ ରାଜା ସାହେବ (ନୀତିଶ ଗଙ୍ଗଦେବ)ଙ୍କ ସହ ଲୋକଙ୍କ ପାଖକୁ ଯାଇଛି । ପ୍ରତ୍ୟେକ ନିର୍ବାଚନରେ ତାଙ୍କ ସହ ପ୍ରଚାର କରିଛି । ଲୋକ ଆମକୁ ଜାଣିଛନ୍ତି, ଆଉ ଅଳ୍ପ ସମୟ ନିର୍ବାଚନ ଅଛି । ତେଣୁ ଯେତେ ସମ୍ଭବ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିବୁ । ନିର୍ବାଚନକୁ ମୁଁ ଲଢେଇ ନୁହେଁ, ସେଲିବ୍ରେସନ ବୋଲି ଭାବେ । ଲୋକଙ୍କ ସହିତ ଅଧିକ ମିଶିବା ଲାଗି ଆମକୁ ବଡ଼ ସୁଯୋଗ ଆଣିଦେଉଛି । ସମସ୍ତେ ମିଶି କାମ କରିଲେ ଦେବଗଡ଼, ସମ୍ବଲପୁର ଓ ପଶ୍ଚିମ ଓଡିଶାକୁ ଆହୁରି ବିକାଶ କରିହେବ ।"

ଏହା ମଧ୍ୟ ପଢ଼ନ୍ତୁ...ପଞ୍ଚମ ପର୍ଯ୍ୟାୟରେ 9 ପ୍ରାର୍ଥୀ ଦେଲା BJD: କଣ୍ଟାବାଞ୍ଜିରୁ ଲଢ଼ିବେ ନବୀନ, ବଦଳିଲା ପ୍ରସନ୍ନ-ରୋହିତଙ୍କ ଆସନ - BJD CANDIDATE LIST

ସେ ଆହୁରି ମଧ୍ୟ କହିଛନ୍ତି, "ବିରୋଧୀ ଶିବିର ମଜବୁତ ନା ନାହିଁ ତାହା ଜାଣିନାହିଁ । କିନ୍ତୁ ମୁଁ ମୋ କଥା କହିପାରିବି । ଯେତେବେଳେ ରାଜା ସାହେବ (ନୀତିଶ ଗଙ୍ଗଦେବ) ସାଂସଦ ହେଲେ, ସେତେବେଳେ ଆମେ ଲୋକଙ୍କ ପାଇଁ ଶତପ୍ରତିଶତ କାମ କରିବାକୁ ଚାହୁଁଥିଲୁ । କିନ୍ତୁ ଆମ ପାଇଁ କିଛି ପ୍ରତିବନ୍ଧକ ଥିଲା । ତେଣୁ ମୁଁ ବ୍ୟକ୍ତିଗତ ଭାବେ କାମ କରିବା ଆରମ୍ଭ କରିଥିଲି । ପଶ୍ଚିମ ଓଡିଶାରେ ରାଜ୍ୟ ସରକାର ୩୬୦ ଡିଗ୍ରୀ ବିକାଶ କରିଛନ୍ତି । ସମଲେଶ୍ବରୀ ମନ୍ଦିର ଓ ଦେବଗଡ଼ ହସ୍ପିଟାଲ ବଡ଼ ଉଦାହରଣ । ମିଶନ ଶକ୍ତି ଜରିଆରେ ମହିଳା ସଶକ୍ତିକରଣ ହୋଇଛି । ତେଣୁ ପ୍ରଣବ ପ୍ରକାଶ ଦାସଙ୍କୁ କିଛି ସମସ୍ୟା ହେବନାହିଁ ।"

ସେହିପରି ଅରୁନ୍ଧତୀଙ୍କ ପୁଅ ତଥା ଯୁବରାଜ ନମନ ଗଙ୍ଗଦେବ କହିଛନ୍ତି, "ରାଣୀ ମା'ଙ୍କୁ ଟିକେଟ ମିଳିଛି । ମୁଁ ବହୁତ ଖୁସି । ରାଣୀ ମା'ଙ୍କ ସହ ଗତ ୫ ବର୍ଷ ହେଲା ଅଞ୍ଚଳରେ କାମ କରୁଥିଲୁ । ଲୋକଙ୍କ ସହିତ ମିଶୁଥିଲୁ । ସେ ଲୋକଙ୍କ ମନ ରଖି କାମ କରନ୍ତି ।" ଅନ୍ୟପଟେ ବିଜେପିର ଦେବଗଡ଼ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ସୁବାସ ପାଣିଗ୍ରାହୀ । ରାଜପରିବାର ସହ ସୁବାସଙ୍କର ତିକ୍ତ ସମ୍ପର୍କ କାହାକୁ ଅଛପା ନାହିଁ । ତେଣୁ ଏଠାରେ ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.