ETV Bharat / politics

ଜଗତସିଂହପୁରରେ ଭୁବନେଶ୍ବର ସାଂସଦଙ୍କ ପଦଯାତ୍ରା, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ

author img

By ETV Bharat Odisha Team

Published : Feb 11, 2024, 8:47 PM IST

Aparajita Sarangi Padayatra at Jagatsinghpur: ଜଗତସିଂହପୁରରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଦଳୀୟ କର୍ମୀଙ୍କ ସହ ପଦଯାତ୍ରା କଲେ । ଶାରଳା ଦାସ ସଂସ୍କୃତି ଭବନରେ ଆୟୋଜିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହରେ ଯୋଗଦେଲେ । ଅଧିକ ପଢ଼ନ୍ତୁ

ଜଗତସିଂହପୁରରେ ଭୁବନେଶ୍ବର ସାଂସଦଙ୍କ ପଦଯାତ୍ରା
ଜଗତସିଂହପୁରରେ ଭୁବନେଶ୍ବର ସାଂସଦଙ୍କ ପଦଯାତ୍ରା

ଜଗତସିଂହପୁରରେ ଭୁବନେଶ୍ବର ସାଂସଦଙ୍କ ପଦଯାତ୍ରା

ଜଗତସିଂହପୁର: ଜଗତସିଂହପୁରରେ ଆଜି ପଦଯାତ୍ରା କରି ସାଧାରଣ ଲୋକମାନଙ୍କ ସହ ଭାବ ବିନିମୟ କରିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ସମେତ ଅନେକ ବରିଷ୍ଠ ନେତା ତାଙ୍କୁ ସ୍ବାଗତ କରିଥିଲେ । ଜଗତସିଂହପୁର ସହରର ଗାନ୍ଧୀଛକ ନିକଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ବିଜେପି ସାଂସଦ । ଏହାପରେ ଗାନ୍ଧୀଛକରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଡାକ ବଙ୍ଗଳା ଛକରେ ପହଞ୍ଚିଥିଲେ । ଏହାପରେ ଜିଲ୍ଲା ଶାରଳା ଦାସ ସଂସ୍କୃତି ଭବନରେ ଆୟୋଜିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହରେ ଯୋଗ ଦେଇଥିଲେ ଅପରାଜିତା ।

ଏଠାରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣର ରଖି ଅପରାଜିତା କହିଥିଲେ, "ରାଷ୍ଟ୍ର ନିର୍ମାଣରେ ଗୁରୁଙ୍କ ଭୂମିକା ଅତୁଳନୀୟ । ସ୍ବାମୀ ବିବେକାନନ୍ଦଙ୍କ ଭାଷାରେ ସମଗ୍ର ବିଶ୍ବ ଏକ ପରିବାର ସଦୃଶ । ବସୁଦ୍ଧୈବ କୁଟୁମ୍ବକମ ନ୍ୟାୟରେ ଆମେ ସମସ୍ତେ ଇଶ୍ବରଙ୍କ ସନ୍ତାନ । ମୋର ଚାକିରି ଜୀବନରେ ମୁଁ ଯେତିକି ସମୟ ଦେଉଥିଲି, ରାଜନୀତିରେ ପାଦଦେବା ପରେ ମୋତେ ଆହୁରି ଅଧିକ ସମୟ ଦେବାକୁ ପଡୁଛି । ମୁଁ ଗୋଟିଏ ଛୋଟିଆ ସହରରୁ ଆସିଥିଲି । ଯେଉଁ ସହରରେ 24 ଘଣ୍ଟାରୁ ମାତ୍ର 4 ଘଣ୍ଟା ବିଜୁଳି ଆମେ ପାଉଥିଲୁ । ସେଥିରେ ମଧ୍ୟ କଠିନ ପରିଶ୍ରମ ବଳରେ ମୁଁ ଯେଉଁଠାରେ ପହଞ୍ଚିଛି, କେବଳ ମୋ ମାଆଙ୍କ ପ୍ରେରଣା ପାଇଁ ।" ତେବେ ଜଣେ ମାଆ ଶିକ୍ଷିତା ହେଲେ ସମାଜ ଶିକ୍ଷିତ ହୋଇ ପାରିବ ବୋଲି ଭୁବନେଶ୍ବର ସାଂସଦ ମତବ୍ୟକ୍ତ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...କନ୍ଧମାଳରେ "ଗାଁକୁ ଚାଲ ଅଭିଯାନ' ଆରମ୍ଭ କଲା ବିଜେପି

ଅନ୍ୟପଟେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଦିନ 10ଟାରେ ସ୍ଥାନୀୟ ଗାନ୍ଧୀଛକ ନିକଟରେ ପହଞ୍ଚିବା ନେଇ ଜଗତସିଂହପୁର ଜିଲ୍ଲା ବିଜେପି ପକ୍ଷରୁ ପୂର୍ବରୁ ସମୟ ନିର୍ଦ୍ଧାରିତ ହୋଇଥିଲା । ହେଲେ ଅପରାଜିତାଙ୍କ ଆସିବା ବହୁ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଥିଲା । ଦିନ ପ୍ରାୟ ସାଢ଼େ ଗୋଟାଏରେ ଅପରାଜିତା ଜଗତସିଂହପୁରରେ ପହଞ୍ଚିଥିଲେ । ଅପେକ୍ଷାରତ ବିଜେପି କର୍ମୀମାନେ ତାଙ୍କୁ ସ୍ବାଗତ କରିବା ସହିତ ସାଂସଦ ଗାନ୍ଧୀଛକ ଠାରୁ ଚାଲି ଚାଲି ଗଣତନ୍ତ୍ର ଛକ ପର୍ଯ୍ୟନ୍ତ ଯାଇଥିଲେ । ଉଭୟ ପାର୍ଶ୍ଵରେ ଜନ ସାଧାରଣଙ୍କ ସହ ଭାବ ବିନିମୟ କରିଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...କଂଗ୍ରେସର ନୀତି, ନିୟତ୍ତି ଏବଂ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଛି: ଅପରାଜିତା

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.