କନ୍ଧମାଳରେ "ଗାଁକୁ ଚାଲ ଅଭିଯାନ' ଆରମ୍ଭ କଲା ବିଜେପି

By ETV Bharat Odisha Team

Published : Feb 9, 2024, 10:34 PM IST

thumbnail

BJP Gaon ku chala Abhiyan: ଫୁଲବାଣୀ: "ଗାଁକୁ ଚାଲ ଅଭିଯାନ" ଆରମ୍ଭ କରିଛି ବିଜେପି । ଗାଁ ଗାଁରେ ପହଞ୍ଚି ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବା ଓ କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ ଆଲୋଚନା କରି ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟ ରଖି କନ୍ଧମାଳ ଜିଲ୍ଲାରେ ଗାଁକୁ ଚାଲ ଅଭିଯାନ ଆରମ୍ଭ କରିଛନ୍ତି ବିଜେପି ରାଜ୍ୟ ଉପ ସଭାନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ।  

କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକରେ ଗାଁକୁ ଚାଲ ଅଭିଯାନ ଆରମ୍ଭ କରିଛି ବିଜେପି । ଜିଲ୍ଲାର ବରିଷ୍ଠ ନେତ୍ରୁମଣ୍ଡଳୀଙ୍କ ସହ ରାଜ୍ୟ ବିଜେପି ଉପ ସଭାନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ପହଞ୍ଚି ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ସହ ଯୋଡି ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠାରୁ ଆରମ୍ଭ କରି ମାଗଣା ଚାଉଳ, ପାଇଖାନା ପର୍ଯ୍ୟନ୍ତ ଗରିବ ଲୋକଙ୍କୁ କେନ୍ଦ୍ର ସରକାର ଯୋଗାଇ ଦେଉଥିବା ବେଳେ ତାହାକୁ ରାଜ୍ୟ ସରକାର ନିଜ ନାମରେ ପ୍ରଚାର କରି ଗରିବ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ଅନେକ ଗାଁରେ ରାସ୍ତା ନଥିବା ବେଳେ, କେଉଁଠି ଗୋଟିଏ ପରିବାରକୁ ଏକାଧିକ ଆବାସ ମିଳିଛି ତ, କେଉଁଠି ଯୋଗ୍ୟ ହିତାଧିକାରୀଙ୍କୁ ଜାଣିଶୁଣି ଅଣଦେଖା କରା ଯାଇଥିବା ଘଟଣା ସାମ୍ନାକୁ ଆସୁଛି । କନ୍ଧମାଳ ଜିଲ୍ଲା ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ, ସାଧାରଣ ଜନତା କେନ୍ଦ୍ର ସରକରଙ୍କ ଯୋଜନା ବିଷୟରେ ଅବଗତ ହେଲେଣି ଏବଂ ଆଗାମୀ ନିର୍ବାଚନରେ ଏହାର ଜାବାବ ଦେବେ ରାଜ୍ୟ ସରକାର କିଭଳି କେନ୍ଦ୍ର ଯୋଜନାକୁ ହରିଲୁଟ କରି ନିଜ ନାମରେ ମିଛ ପ୍ରଚାର କରି ଲୋକଙ୍କୁ ଠକୁଛି, ତାହାର ଉଦାହରଣ ଲୋକମାନେ ପାଇ ସାରିଲେଣି ବୋଲି ବିଜେପି ରାଜ୍ୟ ଉପ ସଭାନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି  l  

ଏହା ମଧ୍ୟ ପଢ଼ନ୍ତୁ....ଫେବୃଆରୀ ୯ରୁ ବିଜେପିର 'ଗାଁକୁ ଚାଲ ଅଭିଯାନ'

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.