ETV Bharat / politics

ବିଜେପି ଛାଡିବା ପରେ ନୀଳଗିରି ବିଧାୟକଙ୍କ ନାଁରେ ଥାନାରେ ଏତଲା - Compalint Against Nilagiri MLA

author img

By ETV Bharat Odisha Team

Published : Mar 30, 2024, 8:15 AM IST

Etv Bharat
Etv Bharat

BJP files complaint against Nilagiri MLA: ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ନାଁରେ ଥାନାରେ ଏତଲା ଦେଲା ବିଜେପି । ବିଧାୟକ ସରକାରୀ ଲେଟର ପ୍ୟାଡରେ ଇସ୍ତଫା ପତ୍ର ପ୍ରଦାନ କରିଥିବାରୁ ଦିଆଯାଇଛି ଏତଲା । ଅଧିକ ପଢନ୍ତୁ

ବାଲେଶ୍ୱର: ବିଜେପିରୁ ଇସ୍ତଫା ପରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ବିରୋଧରେ ଥାନାରେ ଏତଲା । ସରକାରୀ ଲେଟରପ୍ୟାଡରୁ ଇସ୍ତଫା ପତ୍ର ପ୍ରଦାନ କରିଥିବାରୁ ବିଧାୟକଙ୍କ ନାଁରେ ନୀଳଗିରି ଥାନାରେ ଅଭିଯୋଗ କରିଛି ବାଲେଶ୍ବର ଜିଲ୍ଲା ବିଜେପି । ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି । କହିରଖୁଛୁ କି, ଦିନକ ତଳେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେପିରୁ ଇସ୍ତଫା ଦେଇଥିଲେ । ଆଗକୁ ନିର୍ବାଚନ ଥିବାବେଳେ ତାଙ୍କର ଦଳ ଛାଡିବାକୁ ସହଜରେ ଗ୍ରହଣ କରି ପାରିନାହିଁ ଜିଲ୍ଲା ବିଜେପି ।

ନ

ବାଲେଶ୍ୱର ଜିଲ୍ଲା ବିଜେପି ଅଭିଯୋଗ କରିଛି ଯେ, ନୀଳଗିରି ବିଧାୟକ ସୁକାନ୍ତ ନାୟକ ସରକାରୀ ଲେଟରପ୍ୟାଡକୁ (ଓଡ଼ିଶା ବିଧାନସଭା ଲେଟରହେଡ଼) ଦଳୀୟ କାର୍ଯ୍ୟରେ ବ୍ୟବହାର କରିଛନ୍ତି, ଯାହାକି ସମ୍ପୂର୍ଣ୍ଣ ଭାବେ ବେଆଇନ ଓ ଜଣେ ବିଧାୟକ ହିସାବରେ କରିଥିବା ଏକ ଗର୍ହିତ କାର୍ଯ୍ୟ । ଏହି ବେଆଇନ କାର୍ଯ୍ୟକୁ ବିରୋଧ କରି ତୁରନ୍ତ ତାଙ୍କର ଗିରଫ ଦାବିରେ ନୀଳଗିରି ଥାନାରେ ଜିଲ୍ଲା ବିଜେପି ନେତା ସମରଶଙ୍କର କାନୁନଗୋ ଏତଲା ଦାଏର କରିଛନ୍ତି ।

ସମରଶଙ୍କର କାନୁନଗୋଙ୍କ ନେତୃତ୍ବରେ ସୂର୍ଯ୍ୟକାନ୍ତ ବିଶ୍ବାଳ, ଦେବାଶିଷ ଆଚାର୍ଯ୍ୟ, ଅଜିତ ମହାନ୍ତି, ସୁକୁମାର ନାୟକ, ପପୁ ମହାନ୍ତି, ଚିତ୍ତରଞ୍ଜନ ନାୟକ ଓ ସଞ୍ଜୟ ଲେଙ୍କା ପ୍ରମୁଖ ବିଜେପି କର୍ମୀ ନୀଳଗିରି ଥାନାରେ ପହଞ୍ଚି ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ଏହି ଏଫଆଇଆର ପ୍ରଦାନ କରିଛନ୍ତି । ବିଜେପିରୁ ସୁକାନ୍ତ ନାୟକଙ୍କ ଇସ୍ତଫା ପରେ କେଉଁଠି ନା କେଉଁଠି ଦଳୀୟ ନେତାଙ୍କ ଅସହିଷ୍ଣୁତା ବାରି ହୋଇ ପଡୁଥିବା ବେଳେ ଏନେଇ ବିଧାୟକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଏହା ମଧ୍ୟ ପଢନ୍ତୁ: ବିଜେପି ଛାଡିଲେ ନୀଳଗିରି ବିଧାୟକ, ହୋଇପାରେ ଘରବାହୁଡା - Nilagiri MLA Sukanta Nayak

ଏହା ମଧ୍ୟ ପଢନ୍ତୁ: କେନ୍ଦ୍ରାପଡା ବିଜେଡିକୁ ଝଟକା, 10 ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସକୁ ଫେରିଲେ ପ୍ରଶାନ୍ତ ରାଉତ

ଏଠାରେ ଉଲ୍ଲେଖଯୋଗ୍ୟ, ଗତକାଲି (ଶୁକ୍ରବାର) ବିଧାୟକ ସୁଶାନ୍ତ ନାୟକ ବିଜେପିରୁ ଇସ୍ତଫା ଦେଇ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିଲେ । ତେବେ କେଉଁ କାରଣ ପାଇଁ ସେ ଦଳ ଛାଡିଲେ ସେନେଇ କିଛି କହିନାହାନ୍ତି । ପୂର୍ବରୁ ସେ ବିଜେଡି ଛାଡି ବିଜେପିରେ ମିଶିଥିଲେ । ଏବେ ସେ ପୁଣି ବିଜେଡିକୁ ବାହୁଡିବେ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.