ETV Bharat / politics

ଇସ୍ତଫା ଦେବାପରେ ମୁହଁ ଖୋଲିଲେ ଅନୁଭବ: ସିଧା କହିଲେନି, BJP ଆଡକୁ ଦେଲେ ପରୋକ୍ଷ ଇସାରା - Anubhav mohanty reaction

author img

By ETV Bharat Odisha Team

Published : Mar 31, 2024, 10:54 PM IST

ଇସ୍ତଫା ଦେବାପରେ ଅନୁଭବଙ୍କ ପ୍ରଥମ ପ୍ରତିକ୍ରିୟା: ସିଧା କହିଲେନାହିଁ, ବିଜେପି ଆଡକୁ ଦେଲେ ଇସାରା
ଇସ୍ତଫା ଦେବାପରେ ଅନୁଭବଙ୍କ ପ୍ରଥମ ପ୍ରତିକ୍ରିୟା: ସିଧା କହିଲେନାହିଁ, ବିଜେପି ଆଡକୁ ଦେଲେ ଇସାରା

Anubhav mohanty first reaction after resigning: କହିଲେ ସେ ଏବେବି ରାଜନୀତିରେ ଅଛନ୍ତି । ବିଜେପିରେ ସାମିଲ ହେବା ଚର୍ଚ୍ଚାକୁ କଲେନି ସିଧା ଖଣ୍ଡନ । ଯାହା ହବାର ଥିବ ହେବ କହି ଚର୍ଚ୍ଚା ବଢାଇଲେ ଅନୁଭବ । ଅଧିକ ପଢନ୍ତୁ

ଇସ୍ତଫା ଦେବାପରେ ମୁହଁ ଖୋଲିଲେ ଅନୁଭବ: ସିଧା କହିଲେନି, BJP ରେ ମିଶିବା ଚର୍ଚ୍ଚାକୁ ଖଣ୍ଡନ କଲେନି

ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେବା ପରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଅନୁଭବଙ୍କ ଇସ୍ତଫା ପରଠାରୁ ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଲାଗି ରହିଛି । ଆଜି ଏହି ପ୍ରସଙ୍ଗ ସମ୍ପର୍କିତ ପ୍ରଶ୍ନରେ ମଧ୍ୟ ଅନୁଭବ ସେହି ଚର୍ଚ୍ଚାକୁ ଖଣ୍ଡନ କରିନାହାନ୍ତି ବରଂ ଏହାକୁ ଆଉ ଟିକେ ରୋଚକ କରିଛନ୍ତି । ସିଧାସଳଖ ସେ ବିଜେପିରେ ସାମିଲ ହେବେ ବୋଲି କହିନଥିବା ବେଳେ ସେ କିନ୍ତୁ ଏବେବି ରାଜନୀତିରେ ଅଛନ୍ତି ଓ ରାଜନୀତି ଛାଡିବେ ନାହିଁ ବୋଲି କହିଛନ୍ତି । ବିଜେପିରେ ସାମିଲ ହେବା ନେଇ ସେ କୌଣସି କାର୍ଯ୍ୟକ୍ରମରେ କହିନାହାନ୍ତି, ମାତ୍ର ଜୀବନରେ ଯାହା ହେବାର ଥିବ ତାହା ହିଁ ହେବ ବୋଲି କହିଛନ୍ତି । କେବଳ ନିର୍ବାଚନ ନୁହେଁ ବରଂ ପ୍ରତିଟି କ୍ଷେତ୍ରରେ ସେ ଲଢିବେ ଓ ଜିତିବେ । ତେବେ ଚର୍ଚ୍ଚାକୁ ସିଧା ଖଣ୍ଡନ ନକରିବା ଓ ପ୍ରତି କ୍ଷେତ୍ରରେ ଲଢିବା ମନ୍ତବ୍ୟ ବିଜେପିରେ ସାମିଲ ହେବା ସମ୍ଭାବନା ଆଡକୁ ପରୋକ୍ଷ ନିର୍ଦ୍ଦେଶ କରୁଛି ।

ଅନୁଭବ କହିଛନ୍ତି, "ମୁଁ ଦଳ ଛାଡ଼ିଛି, କିନ୍ତୁ ମୋ ପ୍ରଶଂସକଙ୍କ ଦଳ ଛାଡ଼ିନି । ମୁଁ ଆପଣଙ୍କ ଭଲପାଇବାର ଦଳରେ ସବୁବେଳେ ଅଛି ରହିବି ସେ ଦଳ ଛାଡିବିନି । ଜୀବନ ଥିବା ଯାଏଁ ଆପଣଙ୍କ ସହ ଅଛି । ରାଜନୀତି ମୁଁ ଛାଡ଼ିନାହିଁ କି ଛାଡିବିନି ସେ ସମ୍ପର୍କରେ କହିନାହିଁ । ମୁଁ କୂଟ ରାଜନୀତି କରିପାରିନାହିଁ ଓ ତାହା ଶିଖିନାହିଁ ମଧ୍ୟ । ରାଜନୀତି ସହ ଅଭିନୟ କରିବି, କାରଣ ଏହା ମୋ ଭାତହାଣ୍ଡି ଓ ମୋ ପରିଚୟ । ଲୋକଙ୍କ ପାଇଁ ଏଣିକି ରାଜନୀତି କରିବି ।"

ଏହା ବି ପଢନ୍ତୁ- ବିଜେଡିକୁ ବାଏ ବାଏ କଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି

‘‘୫ ବର୍ଷ ହେଲାଣି ଆପଣ ମୋ ବିଷୟରେ ଚର୍ଚ୍ଚା କଲେଣି ଯେତେବେଳେ ମୁଁ ଅଭିନୟ କରିବି ନଥିଲି । ଗତ 4-5 ବର୍ଷ ମତେ ବହୁତ କିଛି ଶିଖାଇଛି । ଯେତେବେଳେ ଯାହା ହେବ ମୁଁ ସେଥିପାଇଁ ପ୍ରସ୍ତୁତ ଅଛି । ଯେ କୌଣସି ଚ୍ୟାଲେଞ୍ଜ ଆସୁ ତାକୁ ସାମ୍ନା କରିବାର ସାହସ ଓ ଦମ ରଖିଛି ।’’ ନିର୍ବାଚନ ଚଳିତ ବର୍ଷ ଲଢ଼ିବେ ନା ନାହିଁ ଉତ୍ତରରେ କହିଛନ୍ତି, "ମୁଁ ଜୀବନରେ ୨୦୨୪ ରେ ନୁହେଁ ବରଂ ବଞ୍ଚିଥିବା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଲଢିବି ଓ ଜିତିବି ମଧ୍ୟ ।" ତେବେ ପ୍ରତ୍ୟେକ କ୍ଷେତ୍ରରେ ଲଢିବା ଓ ଜିତିବାର ଦମ୍ଭୋକ୍ତି ତାଙ୍କ ନିର୍ବାଚନ ଲଢିବା ଆକାଂକ୍ଷାକୁ ପରୋକ୍ଷରେ ପ୍ରତିଫଳିତ କରୁଛି ବୋଲି ସହଜରେ ଅନୁମେୟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.