ETV Bharat / opinion

କୋଭିଡ ପରେ ବୈଶ୍ବିକ ମାନସିକ ସ୍ବାସ୍ଥ୍ୟ ଉପରେ କଣ ପଡ଼ିଛି ପ୍ରଭାବ ?

author img

By ETV Bharat Odisha Team

Published : Mar 12, 2024, 5:28 PM IST

Post Covid Mental Health
Post Covid Mental Health

Post Covid Mental Health: ଆଜି ମଧ୍ୟ କୋଭିଡ-19 ନାମ ଶୁଣିଲେ ମନରେ ଛନକା ଆସେ । ତେବେ କୋଭିଡ 19ର ପ୍ରଭାବ ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ବୋଲି ଅନେକ ବୈଜ୍ଞାନିକ ଏବଂ ରିସର୍ଚ୍ଚରେ ଦାବି ହୋଇ ଆସିଛି । ତେବେ ଏନେଇ ବରିଷ୍ଠ ସାମ୍ବାଦିକ ତୁଫିକ ରସିଦ 71ଟି ଦେଶର ରିପୋର୍ଟକୁ ନେଇ ଏକ ସର୍ଭେ କରିଛନ୍ତି । ପଢନ୍ତୁ ତାଙ୍କ ଆଲେଖ୍ୟ,

ତୁଫିକ ରସିଦ

ବରିଷ୍ଠ ସାମ୍ବାଦିକ

ହାଇଦ୍ରାବାଦ: କୋଭିଡ-19ର ପ୍ରଭାବ କେବଳ ଶରୀର ଉପରେ ନୁହେଁ ବରଂ ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏହା ଦୀର୍ଘସ୍ଥାୟୀ ବୋଲି ମଧ୍ୟ ବୈଜ୍ଞାନିକମାନେ ଦାବି କରିଛନ୍ତି । ମାନସିକ ସ୍ବାସ୍ଥ୍ୟ ଉପରେ କୋଭିଡ-19ର ପ୍ରଭାବ ସବୁଠାରୁ କ୍ଷତି ବୋଲି ରିସର୍ଚ୍ଚରୁ ଜଣାପଡିଛି । ତେବେ ସାରା ବିଶ୍ବର 71ଟି ଦେଶର ରିପୋର୍ଟକୁ ନେଇ ରିସର୍ଚ୍ଚ କରାଯାଇଥିଲା । କୋଭିଡ ପରେ ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ବଦଳରେ ଅବନତି ହୋଇଛି ଏବଂ ବର୍ତ୍ତମାନ ସୁଦ୍ଧା ମଧ୍ୟ ଜଣେ ବ୍ଯକ୍ତି କୋଭିଡ ପୂର୍ବ ସ୍ଥିତିକୁ ପହଞ୍ଚି ପାରିନାହିଁ । ରିପୋର୍ଟରେ କୁହାଯାଇଛି ଯେ, ବ୍ୟକ୍ତିଗତ ଏବଂ ବୃତ୍ତିଗତ, ସାମାଜିକ ଏବଂ ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ଲୋକେ ପୂର୍ବବସ୍ଥାକୁ ଫେରିପାରି ନାହାନ୍ତି ।

ତେବେ ରିପୋର୍ଟରୁ ଜଣାପଡିଛି ଯେ, ସବୁଠାରୁ ଅଧିକ ପ୍ରଭାବ ଯୁବପିଢିଙ୍କ ଉପରେ ଦେଖାଯାଉଛି । 35 ବର୍ଷକୁ କମ୍ ବୟସର ବ୍ୟକ୍ତିମାନଙ୍କଠାରେ ଏହାର ପ୍ରଭାବ ଅଧିକ ଦେଖାଯାଉଛି ଏବଂ ଅବଧି ମଧ୍ୟ ଲମ୍ବା ସମୟ ଧରି ରହୁଛି । ଏହା ମେଣ୍ଟାଲ୍ ଷ୍ଟେଟ୍ ଅଫ୍ ୱାର୍ଲ୍ଡ ରିପୋର୍ଟରେ ପ୍ରକାଶ ପାଇଛି । ଗ୍ଲୋବାଲ୍ ମାଇଣ୍ଡ ପ୍ରୋଜେକ୍ଟର ବାର୍ଷିକ ପ୍ରକାଶନ ଯାହା ବିଶ୍ବର ଇଣ୍ଟରନେଟ୍ ସକ୍ଷମ ଜନସଂଖ୍ୟାର ବିକାଶଶୀଳ ମାନସିକ ସୁସ୍ଥତାର ରିପୋର୍ଟ ପ୍ରତିପାଦନ କରିଥାଏ । ପ୍ରତିବର୍ଷ ମାନସିକ ସ୍ବାସ୍ଥ୍ୟବସ୍ଥା ନେଇ ରିପୋର୍ଟ ପ୍ରକାଶ ପାଇଥାଏ । ଜନସଂଖ୍ୟା, ପୂର୍ବ ବର୍ଷର ଟ୍ରେଣ୍ଡ ଇତ୍ୟାଦିକୁ ଅନ୍ତର୍ଭୁକ୍ତ କରି ରିପୋର୍ଟ ପ୍ରଦାନ କରାଯାଇଥାଏ । ବର୍ଷସାରାର ରିପୋର୍ଟଗୁଡିକର ତଥ୍ୟ ଉପରେ ଆଧାର କରି ମାନସିକ ସୁସ୍ଥତାର ବିଭିନ୍ନ ଦିଗ ଉପରେ ଜ୍ଞାନ ଏବଂ ଦୃଷ୍ଟିକୋଣ ପ୍ରଦାନ କରିଥାଏ ।

2023 ମସିହାରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା । 71ଟି ଦେଶର 419,175 ଙ୍କ ପ୍ରତିକ୍ରିୟାକୁ ନେଇ ଏହି ରିପୋର୍ଟ ପ୍ରକାଶ ପାଇଥିଲା । ଏହା 13ଟି ଭାଷାରେ ପ୍ରକାଶିତ ହୋଇଥିଲା । ଜଣେ ବ୍ୟକ୍ତିଗତ ଭାବେ ମାନସିକ ସ୍ବାସ୍ଥ୍ୟ କ୍ବୋଣ୍ଟିଏଣ୍ଟ(MHQ) ଖୋଜିବା ଏହି ମୂଲ୍ଯାଙ୍କନର ମୁଖ୍ୟ ଉଦ୍ଦେଶ୍ୟ । 6ଟି ବର୍ଗରେ 47ଟି ଦିଗକୁ ନେଇ ମୂଲ୍ୟାଙ୍କନ କରିଥାଏ । ମନୋବଳ ଏବଂ ମନୋଭାବ, ସାମାଜିକ ସ୍ବାର୍ଥ, ଡ୍ରାଇଭ ଏବଂ ମୋଟିଭେସନ, ମନ-ଶରୀର ସଂଯୋଗ, ଜ୍ଞାନ ଏବଂ ସ୍ଥିରତା ।

ଏହା ମଧ୍ୟ ପଢନ୍ତୁ: Covid Mental Health: ବଢୁଛି ରୋଗଙ୍କ ସଂଖ୍ୟା, ଚିହ୍ନଟ ପାଇଁ ପ୍ରତି ଜିଲ୍ଲାରେ ମେଣ୍ଟାଲ ୟୁନିଟ ଟିମ୍

ବର୍ଷସାରାର ରିପୋର୍ଟ: ମହାମାରୀ ପରଠାରୁ ମାନସିକ ସ୍ବାସ୍ଥ୍ୟରେ ଅବନତି ଦେଖାଯାଇଛି । ତେବେ ଉନ୍ନତି ନେଇ କୌଣସି ସଙ୍କେତ ନାହିଁ । 2023 ମସିହାରେ ବୈଶ୍ବିକ ଏବଂ ବ୍ୟକ୍ତିଗତ ସ୍ତରରେ ସର୍ଭେରୁ ଏହା ଜଣାପଡିଛି । ମହାମାରୀ ସମୟରେ ହ୍ରାସ ପାଇବା ପରେ 2021 ଏବଂ 2022 ମସିହାରେ MHQ ସ୍କୋରଗୁଡିକ ଅପରିବର୍ତ୍ତିତ ରହିଥିଲା । ମହାମାରୀର ଚିରସ୍ଥାୟୀ ପ୍ରଭାବ, ଲୋକଙ୍କ ଜୀବନଶୈଳୀ, କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଏବଂ ଅଭ୍ୟାସରେ ପରିବର୍ତ୍ତନ ମାନସିକ ସ୍ବାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଥିଲା ।

ଯୁବପିଢି ବିଶେଷ ଭାବେ 35 ବର୍ଷରୁ କମ୍ ବୟସର ବ୍ୟକ୍ତିମାନେ କୋଭିଡ-19 କାରଣରୁ ମାନସିକ ସ୍ବାସ୍ଥ୍ୟରେ ଅଧିକ ଅବନତି ଦେଖିବାକୁ ମିଳିଥିଲା । କିନ୍ତୁ 65 ବର୍ଷ ବୟସରୁ ଅଧିକ ବୟସ୍କଙ୍କ ମାନସିକ ସ୍ତରରେ ସ୍ଥିରତା ଦେଖାଯାଇଥିଲା । ତେବେ ମାନସିକ ସ୍ବାସ୍ଥ୍ୟାବସ୍ଥାରେ ଅବନତି ବର୍ତ୍ତମାନ ସାରା ବିଶ୍ବରେ ଦୃଶ୍ୟମାନ ହେଉଛି । ଏହି ଟ୍ରେଣ୍ଡ ବର୍ତ୍ତମାନ ସୁଦ୍ଧା ମଧ୍ୟ ଜାରି ରହିଛି ।

ପୂର୍ବ ବର୍ଷ ପରି ଦେଶ ମାନ୍ୟତାରେ ଅନେକ ଆଫ୍ରିକୀୟ ଏବଂ ଲାଟିନ୍ ଆମେରିକୀୟ ଦେଶ ଶୀର୍ଷରେ ରହିଥିବା ବେଳେ ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ପରି ଧନୀ ଦେଶ ଗୁଡିକ ନିମ୍ନରେ ରହିଥିଲା । ତେବେ ଏଥିରୁ ସ୍ପଷ୍ଟ ହୋଇଛି ଯେ, ବିକଶିତ ଏବଂ ଆର୍ଥନୈତିକ ଅଭିବୃଦ୍ଧି ମାନସିକ ସ୍ବାସ୍ଥ୍ୟବସ୍ଥାରେ ସ୍ଥିରତା ଆଣେ ନାହିଁ । 2023 ମସିହାରେ ଗ୍ଲୋବାଲ୍ ମାଇଣ୍ଡ ପ୍ରୋଜେକ୍ଟରେ ଏହାର ପ୍ରମୁଖ କାରଣ ଗୁଡିକ ଚିହ୍ନଟ ହୋଇଥିଲା । କମ୍ ବୟସରୁ ସ୍ମାର୍ଟଫୋନ୍ ହାସଲ କରିବା, ବାରମ୍ବାର ଅଲ୍ଟ୍ରା-ପ୍ରକ୍ରିୟାକୃତ ଖାଦ୍ୟ ଖାଇବା ଏବଂ ବନ୍ଧୁତା ଏବଂ ପାରିବାରିକ ସମ୍ପର୍କ ଭାଙ୍ଗିବା ଏହାର ମୂଳ କାରଣ ଅଟେ ।

ବିଶ୍ବରେ ସବୁଠାରୁ ଖୁସି ଦେଶ କିଏ ?: ଡୋମିନକାନ ରିପବ୍ଲିକ ଶୀର୍ଷ ସ୍ଥାନ ଅଧିକାର କରିଥିଲା । 300 ରୁ ହାରାହାରି MHQ ସ୍କୋର 91 ରହିଥିଲା । ତେବେ ଶ୍ରୀଲଙ୍କା 89 ପଏଣ୍ଟ ସହିତ ଦ୍ବିତୀୟ ସ୍ଥାନରେ ରହିଥିଲା । ରାଜନୈତିକ ଏବଂ ଆର୍ଥିକ ଅସ୍ଥିରତା ସତ୍ତ୍ବେ ଦ୍ବିତୀୟ ସ୍ଥାନରେ ରହିବା ଆଶ୍ଚର୍ଯ୍ୟଜନକ ଅଟେ । ତାଞ୍ଜାନିଆ 88 ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛି ।

ସବୁଠାରୁ ଦୁଃଖୀ ଦେଶ: ଏନେଇ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି । ଉଡବେକିସ୍ତାନ 48ତମ ସ୍ଥାନରେ ରହିଛି । 49 ସ୍ଥାନରେ ରହିଛି ବ୍ରିଟେନ । ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ଇଜିପ୍ଟ ମଧ୍ୟ ଏହି ତାଲିକାରେ ରହିଛନ୍ତି ।

ଭାରତର ସ୍ଥାନ: ଭାରତର ସ୍ଥାନ 61ତମ ସ୍ଥାନରେ ରହିଛି । ସବୁଠାରୁ ଖରାପ ଦେଶ ତାଲିକାରୁ ଦୂରେଇ ରହିବାରେ ସଫଳ ହୋଇଛି ଭାରତ । ପଡୋଶୀ ପାକିସ୍ତାନ 58 ତମ ସ୍ଥାନରେ ରହିଛି । ସଙ୍କଟ ଏବଂ ସଂଘର୍ଷ ପୂର୍ଣ୍ଣ ସୂଚିରେ ଭାରତର ସ୍ଥାନ ସପ୍ତମରେ ରହିଛି ।

ଆଡାପ୍ଟାବିଲିଟି ଏବଂ ନମନୀୟତା ଏବଂ ଡ୍ରାଇଭ୍ ଏବଂ ପ୍ରେରଣା ଅଧିକାଂଶ ଦେଶରେ ସର୍ବାଧିକ ସ୍କୋର କରିଥିଲା ​। କିନ୍ତୁ ମୁଡ୍ ଏବଂ ଆଉଟଲୁକ୍ ଏବଂ ସୋସିଆଲ୍ ସେଲରେ ସର୍ବନିମ୍ନରେ ରହିଥିଲା । ବ୍ୟକ୍ତିଗତ ପରିମାଣ ପାଇଁ ର଼୍ୟାଙ୍କିଙ୍ଗରେ କିଛି ଭିନ୍ନତା ମଧ୍ୟ ରହିଥିଲା । ଦେଶଗୁଡିକ ସେମାନଙ୍କର ମାନସିକ ସୁସ୍ଥତା ପ୍ରୋଫାଇଲରେ ମଧ୍ୟ ନିମ୍ନରେ ରହିଥିଲେ । ସମାନ ମାନ୍ୟତା ପ୍ରାପ୍ତ ଦେଶ ଅପେକ୍ଷା ଭାରତ, ପାକିସ୍ତାନ ଏବଂ କାଜାକିସ୍ତାନ ଡ୍ରାଇଭ ଏବଂ ପ୍ରେରଣା ସ୍କୋରରେ ଅଧିକ ସ୍କୋର କରିଥିଲେ । ସେହିଭଳି କାନାଡା, ଜର୍ମାନୀ, ଆୟର୍ଲାଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଏବଂ ବ୍ରିଟେନ ପାଇଁ ଅନୁକୂଳତା ଏବଂ ସ୍ଥିରତା ସ୍କୋର ସମାନ ମାନ୍ୟତା ପ୍ରାପ୍ତ ଦେଶ ତୁଳନାରେ କମ୍ ରହିଥିଲା । ସମାନ ରାଙ୍କ ପ୍ରାପ୍ତ ଦେଶ ତୁଳନାରେ ଆମେରିକା ମାଇଣ୍ଡ ବଡି କନେକ୍ସନ ସ୍କୋରରେ କମ୍ ରହିଥିବା ବେଳେ ଭାରତ, ପାକିସ୍ଥାନ ଏବଂ ବୋଲିବିନ ସର୍ବାଧିକ ସ୍ଥାନରେ ରହିଥିଲେ ।

ବିଶ୍ବର 10 ଖୁସି ଦେଶ
ବିଶ୍ବର 10 ଖୁସି ଦେଶ

ବିଶ୍ବର 10 ଖୁସି ଦେଶ:

  • ଡୋମିନିକାନ୍ ରିପବ୍ଲିକ
  • ଶ୍ରୀଲଙ୍କା
  • ତାଞ୍ଜାନିଆ
  • ପାନାମା
  • ମାଲେସିଆ
  • ନାଇଜେରିଆ
  • ଭେନେଜୁଏଲା
  • ଏଲ୍ ସାଲ୍ବାଡୋର
  • କୋଷ୍ଟାରିକା
  • ଉରୁଗୁଏ
10 ଦୁଃଖୀ ଦେଶ
10 ଦୁଃଖୀ ଦେଶ

10 ଦୁଃଖୀ ଦେଶ:

ଉଜବେକିସ୍ତାନ

ବ୍ରିଟେନ

ଦକ୍ଷିଣ ଆଫ୍ରିକା

ବ୍ରାଜିଲ୍

ତାଜିକିସ୍ତାନ

ଅଷ୍ଟ୍ରେଲିଆ

ଇଜିପ୍ଟ

ଆୟର୍ଲାଣ୍ଡ

ଇରାକ

ୟେମେନ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.