ETV Bharat / state

Covid Mental Health: ବଢୁଛି ରୋଗଙ୍କ ସଂଖ୍ୟା, ଚିହ୍ନଟ ପାଇଁ ପ୍ରତି ଜିଲ୍ଲାରେ ମେଣ୍ଟାଲ ୟୁନିଟ ଟିମ୍

author img

By

Published : Jul 10, 2023, 9:54 PM IST

କୋଭିଡ ପରେ ବୃଦ୍ଧି ପାଇଛି ମାନସିକ ରୋଗ ସଂଖ୍ୟା । ଚିହ୍ନଟ ପାଇଁ ପ୍ରତି ଜିଲ୍ଲାରେ ରହିଛନ୍ତି ମେଣ୍ଟାଲ ୟୁନିଟ ଟିମ୍ । ଅଧିକ ପଢନ୍ତୁ

Etv Bharat
Etv Bharat

Covid Mental Health

ଭୁବନେଶ୍ବର: କୋଭିଡ ପରେ ମାନସିକ ରୋଗ ସଂଖ୍ୟା ବୃଦ୍ଧି ପାଇଛି । ପ୍ରତି ଜିଲ୍ଲାରେ ଜିଲ୍ଲା ମେଣ୍ଟାଲ ୟୁନିଟ ରହିଛି । ଗୋଟିଏ ମୋବାଇଲ ମେଣ୍ଟାଲ ୟୁନିଟ ଗାଡ଼ି ରହିଛି । ଏହି ଟିମ ପ୍ରତ୍ୟେକ ଦିନ ବ୍ଲକ ବୁଲୁଛନ୍ତି । ପୁରୁଣା ମାନସିକ ରୋଗରେ ଯେଉଁମାନେ ରହିଛନ୍ତି ସେମାନଙ୍କୁ ଔଷଧ ଯୋଗାଇ ଦିଆଯାଉଛି । ନୂଆ ମାନସିକ ରୋଗୀ ଚିହ୍ନଟ ହେଉଛନ୍ତି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଅଧିକାଂଶ ମାନସିକ ରୋଗୀଙ୍କୁ କାଉନସିଲିଂ ଆବଶ୍ୟକ ଏବଂ ସେମାନଙ୍କୁ ଦିଆଯାଉଛି ମଧ୍ୟ । 'ଟେଲି ମନସ' ଭାବରେ ଦୁଇଟି ସେଲ ରାଜ୍ୟରେ କାମ କରୁଛି। ଗୋଟିଏ ବ୍ରହ୍ମପୁରରେ ଏବଂ ଅନ୍ୟଟି କଟକରେ । ଯେଉଁଥିରେ ଟୋଲ ଫ୍ରି ନମ୍ବର ସିଧାସଳଖ ଭାବରେ କଲ କରି ମାନସିକ ସ୍ଥିତିର ସମସ୍ୟା ଉପରେ ପରାମର୍ଶ ଦିଆଯାଉଛି । ଏହା ସହ ରାଜ୍ୟରେ ଏସସିବି, ଏମକେସିଜି, ଭିମସାର, ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ ଓ କ୍ୟାପିଟାଲ ହସ୍ପିଟାଲ ଭଳି ୯ ଟି ହସ୍ପିଟାଲରେ ଚିହ୍ନଟ ଲାଗି ସ୍ବତନ୍ତ୍ର ସେଣ୍ଟର ରହିଛି ।

ଏହା ବି ପଢନ୍ତୁ- ଗୃହରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା, ମାନସିକ ରୋଗ ବଢାଇଛି କୋରୋନା

ଅନ୍ୟପଟେ ମାନସିକ ରୋଗୀଙ୍କ ପାଇଁ ହାପି ହୋମ କରାଯାଇଛି । ଯାହା ସରକାରୀ ଭାବରେ ୩ଟି ହାପି ହୋମ କରାଯାଇଛି । ଡାକ୍ତରଖାନାରୁ ସୁସ୍ଥ ହୋଇ ଏହି ହାପି ହୋମରେ କିଛି ଦିନ ରଖାଯାଉଛି । ଅନେକ ସମୟରେ ଦେଖାଯାଉଛି ମାନସିକ ରୋଗୀଙ୍କୁ ଡାକ୍ତରଖାନାରେ ଛାଡି ଦେଇ ଅନେକ ପରିବାର ଲୋକ ପଲାଇ ଯାଉଛନ୍ତି । ପରବର୍ତ୍ତୀ ସମୟରେ ଆଉ ଆସୁନାହାନ୍ତି ତେଣୁ ଏହି ସମୟରେ ହାପି ହୋମରେ ରହୁଛନ୍ତି ସୁସ୍ଥ ହୋଇଥିବା ମାନସିକ ରୋଗୀ । ବର୍ତ୍ତମାନ ମାଲକାନଗିରିରେ 2ଟି ଓ ଝାରସୁଗୁଡ଼ାରେ ଗୋଟିଏ ଆରମ୍ଭ ହୋଇଗଲାଣି । ଏପଟେ ଢେଙ୍କାନାଳରେ କିଛି ମାସ ମଧ୍ୟରେ ଆଉ ଗୋଟେ ହାପି ହୋମ କରାଯିବ।

ତେବେ ଏଠାରେ ମାନସିକ ରୋଗୀମାନେ ରହିବେ ଯେପର୍ଯ୍ୟନ୍ତ ଘର ଲୋକ ନେଇନାହାନ୍ତି ଘରକୁ । ତେବେ ମାନସିକ ରୋଗୀଙ୍କର ଚିକିତ୍ସା ଓ ସଚେତନତା ପାଇଁ କାର୍ଯ୍ୟ କରୁଛି ସ୍ବାସ୍ଥ୍ୟ ବିଭାଗ । ସୂଚନା ଅନୁଯାୟୀ ରାଜ୍ୟରେ ୨୦୧୫ ମସିହାରୁ ୨୦୨୦ ମଧ୍ୟରେ ୬୫ ହଜାର ମାନସିକ ରୋଗୀ ଚିହ୍ନଟ ହୋଇଥିବାବେଳେ ୨୦୨୦ରୁ ୨୦୨୩ ମସିହା ମଧ୍ୟରେ ୫୪ ହଜାର ମାନସିକ ରୋଗୀ ଡାକ୍ତରଖାନାକୁ ଆସିଛନ୍ତି । ରାଜ୍ୟର ଉପକୂଳବର୍ତ୍ତୀ ୧୪ଟି ଜିଲ୍ଲାରେ ମାନସିକ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ରହିଛି । କୋଭିଡ ସମୟରେ ଅନେକ ଲୋକ ଚାକିରି ହରାଇଛନ୍ତି ତ କିଏ ଚାପଗ୍ରସ୍ତ ହୋଇ ମାନସିକ ରୋଗରେ ପୀଡିତ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.