ETV Bharat / opinion

ମଧ୍ୟ-ପୂର୍ବ ସଙ୍କଟ ମଧ୍ୟରେ ଭାରତ ମହାସାଗରରେ କିପରି ରହିଛି ଭାରତର ଭୂମିକା ? - Indias role in the Indian ocean

author img

By ETV Bharat Odisha Team

Published : Apr 12, 2024, 10:34 PM IST

India's role in the Indian ocean
India's role in the Indian ocean

India's role in the Indian ocean: ଭାରତ ମହାସାଗର ହେଉଛି ବିଶ୍ବର ସବୁଠାରୁ ବ୍ୟସ୍ତବହୁଳ ଏବଂ ପ୍ରମୁଖ ସାମୁଦ୍ରିକ ପରିବହନ ଲିଙ୍କ ମଧ୍ୟରୁ ଅନ୍ୟତମ । ଭାରତୀୟ ନୌସେନା ନିଶ୍ଚିତ କରିଛି ଯେ ସାମରିକ ଶକ୍ତି ବହନ କରୁଥିବା କୌଣସି ବି ଦେଶ ଭାରତ ମହାସାଗରର ଅନ୍ୟ ଦେଶ ଉପରେ ପ୍ରାଧାନ୍ୟ ବିସ୍ତାର କରିପାରିବେ ନାହିଁ କିମ୍ବା ସେମାନଙ୍କର ସାର୍ବଭୌମତ୍ବ ପ୍ରତି ବିପଦ ସୃଷ୍ଟି କରିପାରିବେ ନାହିଁ । ଏହା ଉପରେ ପଢନ୍ତୁ ଭାରତର ରାଷ୍ଟ୍ରଦୂତ (ଅବସରପ୍ରାପ୍ତ) ଜିତେନ୍ଦ୍ର କୁମାର ତ୍ରିପାଠୀଙ୍କ ଏହି ରିପୋର୍ଟ

ଲେଖକ:- ଜିତେନ୍ଦ୍ର କୁମାର ତ୍ରିପାଠୀ, ଅବସରପ୍ରାପ୍ତ ଭାରତୀୟ ରାଷ୍ଟ୍ରଦୂତ

ହାଇଦ୍ରାବାଦ: ଭାରତ ମହାସାଗର ହେଉଛି ବିଶ୍ବର ସବୁଠାରୁ ବ୍ୟସ୍ତବହୁଳ ଏବଂ ପ୍ରମୁଖ ସାମୁଦ୍ରିକ ପରିବହନ ଲିଙ୍କ ମଧ୍ୟରୁ ଅନ୍ୟତମ । ଭାରତୀୟ ନୌସେନା ନିଶ୍ଚିତ କରିଛି ଯେ ସାମରିକ ଶକ୍ତି ବହନ କରୁଥିବା କୌଣସି ବି ଦେଶ ଭାରତ ମହାସାଗରର ଅନ୍ୟ ଦେଶ ଉପରେ ପ୍ରାଧାନ୍ୟ ବିସ୍ତାର କରିପାରିବେ ନାହିଁ କିମ୍ବା ସେମାନଙ୍କର ସାର୍ବଭୌମତ୍ବ ପ୍ରତି ବିପଦ ସୃଷ୍ଟି କରିପାରିବେ ନାହିଁ । ତେବେ ମଧ୍ୟ ପୂର୍ବ ସଙ୍କଟ ମଧ୍ୟରେ ଭାରତ ମହାସାଗରରେ ଭାରତର ପ୍ରମୁଖ ଭୂମିକା ରହିଥିବା କହିଛନ୍ତି ଲେଖକ ।

ରଣନୀତିକ ସୁବିଧା ପାଇବା ପାଇଁ ଆମେରିକା ଏବଂ ଚୀନ ପରସ୍ପର ସହ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଏହା କେବଳ ନୌସେନା ଦୃଷ୍ଟିକୋଣରୁ ନୁହେଁ, ବରଂ ବାଣିଜ୍ୟିକ ନାଭିଗେସନ୍, ମତ୍ସ୍ୟଚାଷ ଏବଂ ସମୁଦ୍ର ତଳେ ଖଣିଜ ସମ୍ପଦ ଉତ୍ତୋଳନ ପାଇଁ ମଧ୍ୟ ଏହି ଅଞ୍ଚଳକୁ ଅଧିକ ବିପଜ୍ଜନକ କରିଛି । ସଂଯୁକ୍ତ ରାଷ୍ଟ୍ର ଯେପରିକି ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜାପାନ ଏବଂ ଚୀନର ଛୋଟ ଉପକୂଳ ଦେଶ ଜିବୁଟିରେ ସେମାନଙ୍କର ସାମରିକ ବେସ୍‌ ଥିବାବେଳେ ଆମେରିକାର ଡିୟାଗୋ ଗାର୍ସିଆରେ ଆଉ ଏକ ସାମରିକ ବେସ୍‌ ରହିଛି । ୟୁକେ ଏବଂ ମରିସସ୍ ମଧ୍ୟରେ ବିବାଦୀୟ ଚାଗୋସ ଦ୍ବୀପ ସମୂହରେ ଏକ ଦ୍ବୀପ ରହିଛି । ଚୀନର ପରିଚାଳନା ଜିବୁଟିରେ ରହିଛି । ଏହାବାଦ ଗ୍ରେଟ୍ କୋକୋ ଦ୍ବୀପ (ବଙ୍ଗର ନିକୋବର ଦ୍ବୀପଠାରୁ ମାତ୍ର 60 କିମି ଦକ୍ଷିଣ) ଏବଂ ଗ୍ବାଦରରେ ମଧ୍ୟ ଏହାର ଆଧାର ପ୍ରତିଷ୍ଠା କରୁଛି । 1950 ମସିହାରେ ଓମାନ ଦ୍ବାରା ଉପକୂଳବର୍ତ୍ତୀ ସହର ବାଲୁଚିସ୍ତାନ ଭାରତକୁ ଦିଆଯାଇଥିଲା, କିନ୍ତୁ ପରେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା । ଫଳସ୍ବରୂପ ଏହାକୁ ପାକିସ୍ତାନ କିଣିଥିଲା ।

ଏହାବାଦ ଚୀନ ଋଣ ବଦଳରେ ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରକୁ ଅକ୍ତିଆର କରିଛି । ଏହାକୁ ସେ ନିଜ ସୈନ୍ୟ ଉଦ୍ଦେଶ୍ୟରେ ନେଇଥିବା ଅନୁମାନ କରାଯାଉଛି । ଚୀନ ଏବେ ମାଳଦ୍ବୀପର କିଛି ଦ୍ବୀପ ଉପରେ ଲୋଲୁପ ଦୃଷ୍ଟି ପକାଇଛି । ଭାରତ ମହାସାଗରରେ ସବୁଠାରୁ ବଡ ଉପକୂଳ (7600 କିଲୋମିଟର) ରହିଥିବାରୁ ଉଦ୍ଧାର ଓ ରିଲିଫ ତଥା ଭାରତ ମହାସାଗରରେ ସୁରକ୍ଷା ପାଇଁ ଭାରତ ପାଖରେ ସବୁଠାରୁ ବଡ଼ ଦାୟିତ୍ବ ରହିଛି । 1987ରେ ଯେତେବେଳେ ମାଳଦ୍ବୀପ ଦଖଲ ହେଲା, ସେତେବେଳେ ଭାରତୀୟ ସଶସ୍ତ୍ର ବାହିନୀ ପ୍ରଥମେ ମାଳଦ୍ବୀପକୁ ସାହାଯ୍ୟ କରିଥିଲା । ମାତ୍ର 4ଘଣ୍ଟା ମଧ୍ୟରେ ଏକ ସମ୍ଭାବ୍ୟ ଆକ୍ରମଣରୁ ଦେଶକୁ ରକ୍ଷା କରିଥିଲା । ସାମ୍ପ୍ରତିକ ଶତାବ୍ଦୀର ପ୍ରଥମ ଦଶନ୍ଧିରେ ଯେତେବେଳେ ସୁନାମି ଭାରତ ମହାସାଗରର ଦେଶକୁ ଗ୍ରାସିବାକୁ ବସିଥିଲା, ସେତେବେଳେ ଭାରତ ନିଜସ୍ବ ଉଦ୍ୟମରେ ସଫଳ ଉଦ୍ଧାର ଓ ରିଲିଫ କାର୍ଯ୍ୟ କରିଥିଲା । ଏହି ଅଞ୍ଚଳର ପ୍ରଭାବିତ ଦେଶମାନଙ୍କୁ ପ୍ରଥମ ରେସପଣ୍ଡର ଭାବରେ ସାହାଯ୍ୟ କରିଥିଲା ।

ଏହା ବି ପଢନ୍ତୁ- ଲୋହିତ ସାଗର ସଙ୍କଟ: କଣ ଭାରତୀୟ ନୌସେନାର 'ଆଣ୍ଟି ପାଇରେସି ଅପରେସନ' ?

ସେହିପରି ନିକଟରେ କୋଭିଡ ମହାମାରୀ ସମୟରେ ଭାରତ ସମସ୍ତ ପଡ଼ୋଶୀ ତଥା ଭାରତ ମହାସାଗର ଘେରି ରହିଥିବା ଦେଶକୁ ଟିକା ଯୋଗାଇ ଦେଇଥିଲା । ଏହାର ଭୌଗୋଳିକ ଅବସ୍ଥିତି ଏବଂ ଏହାର ନୌସେନା ଏବଂ ତଟରକ୍ଷୀ ବାହିନୀର ଆକାର ଯୋଗୁଁ ଭାରତ ଭାରତ ମହାସାଗରରେ ବାଣିଜ୍ୟିକ ନାଭିଗେସନ୍ ସୁରକ୍ଷିତ କରିବା ପାଇଁ ଉଦ୍ୟମ ଜାରି ରଖିଛି । ସେପଟେ ଜୁନ 2019 ରେ ଓମାନ ଗଲ୍ଫରେ କିଛି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଏହି ଅପରାଧକୁ ରୋକିବା ଲାଗି ଭାରତୀୟ ନୌସେନା ଆରମ୍ଭ କରିଥିଲା 'ଅପରେସନ ସଂକଳ୍ପ' । ଏହାଦ୍ବାରା ଭାରତର ଶକ୍ତି ଦେଖିଲା ବିଶ୍ବ ।

ଗତ 2023 ଡିସେମ୍ବର 14ଠାରୁ, ଭାରତୀୟ ନୌସେନା ଆଡେନ ଗଲ୍ଫ ଏବଂ ଉତ୍ତର ଆରବ ସାଗରରେ ଏକ ଡଜନରୁ ଅଧିକ ଯୁଦ୍ଧ ଜାହାଜ ନିୟୋଜିତ କରି ବାଣିଜ୍ୟିକ ଜାହାଜଗୁଡ଼ିକୁ ଲୋହିତ ସାଗର କରିଡର ଦେଇ ନିରାପଦରେ ଯାତାଯାତରେ ସାହାଯ୍ୟ କରୁଛି । ଭାରତୀୟ ନୌସେନା ଦ୍ବାରା ଉଦ୍ଧାର ହୋଇଥିବା ଜାହାଜଗୁଡ଼ିକ ହେଉଛି ଲାଇବେରିଆ, ମାଲ୍ଟା, ଇରାନ । ସୂଚନା ସଂଗ୍ରହ ତଥା ଏହି ଅଞ୍ଚଳ ଉପରେ ନଜର ରଖିବା ପାଇଁ ନୌସେନା ଏରିଆ ପ୍ଲାଟଫର୍ମ ଏବଂ ଅନ୍ୟାନ୍ୟ ଜାହାଜ ବ୍ୟବହାର କରି ଏହି ଅଞ୍ଚଳକୁ 'ନିରନ୍ତର ନିରୀକ୍ଷଣ'ରେ ରଖିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ନୌସେନା 45 ଜଣ ଭାରତୀୟ ଏବଂ 19 ଜଣ ପାକିସ୍ତାନୀ ନାବିକଙ୍କ ସମେତ 110 ଜଣଙ୍କୁ ଉଦ୍ଧାର କରିଛି । ଏହା ବ୍ୟତୀତ ବାଣିଜ୍ୟ ଜାହାଜକୁ ଜଳଦସ୍ଯୁଙ୍କଠାରୁ ମୁକ୍ତ କରିଛି । ଯେହେତୁ ମଧ୍ୟ ପୂର୍ବର ବିବାଦ ନିକଟ ଭବିଷ୍ୟତରେ ସମାପ୍ତ ହେବାର କୌଣସି ଲକ୍ଷଣ ଦେଖାଉଯାଉନାହିଁ, ଏହି ଅଞ୍ଚଳରେ ଭାରତୀୟ ନୌସେନାର ଭୂମିକା ଅଧିକ ଗୁରୁତ୍ବପୂର୍ଣ୍ଣ ଏବଂ ଲାଭଦାୟକ ହେବ । ଭବିଷ୍ୟତରେ ବିବାଦ ଯେଉଁ ପ୍ରକାରେ ଶେଷ ହେଉ ନା କାହିଁକି, ଏହି ଅଞ୍ଚଳରେ 'ସୁରକ୍ଷା ପ୍ରଦାନକାରୀ ତଥା ପ୍ରଥମ ପ୍ରତିକ୍ରିୟାଶୀଳ' ଭାବରେ ଭାରତ ନିଜର ଭୂମିକାକୁ ପୁଣି ପ୍ରମାଣିତ କରିବ ।

(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.