ETV Bharat / opinion

'CPEC ଉପରେ ଆକ୍ରମଣ ଲଜ୍ଜାଜନକ, ବଢିଛି ସୁରକ୍ଷା ଚିନ୍ତା' - Attacks on the CPEC

author img

By ETV Bharat Odisha Team

Published : Apr 3, 2024, 8:25 PM IST

Attacks on the CPEC
Attacks on the CPEC

Attacks on the CPEC: ସିପିଇସି (CPEC) ଉପରେ ହୋଇଥିବା ଆକ୍ରମଣ ଯୋଗୁ ସୁରକ୍ଷା ଚିନ୍ତା ବଢିଛି । ଏହାସହ ଚୀନ ଓ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କ ମଧ୍ୟ ପ୍ରଭାବିତ ହୋଇଛି । ପଢନ୍ତୁ ହର୍ଷ କାକରଙ୍କ ଆଲେଖ୍ୟ ।

ଲେଖକ- ହର୍ଷ କାକର

ମେଜର ଜେନେରାଲ(ଅବସରପ୍ରାପ୍ତ)

Attacks on the CPEC
Attacks on the CPEC

ହାଇଦ୍ରାବାଦ: ସିପିଇସି (CPEC) ଉପରେ ଆକ୍ରମଣ ଏକ ନିନ୍ଦାଜନକ ଘଟଣା । ଚୀନ-ପାକିସ୍ତାନ ଇକୋନୋମିକ୍ କରିଡର (ସିପିଇସି) ସହିତ ଜଡ଼ିତ କର୍ମଚାରୀଙ୍କ ଉପରେ ଆକ୍ରମଣରେ ବୃଦ୍ଧି ଘଟୁଛି । ଯାହାକି ଦୁଇ ଦେଶର ଚିନ୍ତା ବଢାଇଛି । ବାଲୁଚିସ୍ତାନ ସୈନ୍ୟବାହିନୀ (Baluchistan Liberation Army) ଗ୍ବାଡାର ଏବଂ ପାକିସ୍ତାନର ନାଭାଲ ବେସ ଉପରେ ଆକ୍ରମଣ କରିଛି । ଏହାସହ ଦେଶର ଉତ୍ତର-ପଶ୍ଚିମରେ ଅବସ୍ଥିତ ଖେବର ପଖତୁନଖା (କେପି)ର ଏକ ଜିଲ୍ଲାର ଶାଙ୍ଗଲା ଅଞ୍ଚଳରେ ଚୀନ ଇଞ୍ଜିନିୟରଙ୍କୁ ଆତ୍ମଘାତୀ ହମଲା ହୋଇଥିଲା । ସୂଚନା ଅନୁସାରେ, ଇଞ୍ଜିନିୟରମାନେ ଇସଲାମାବାଦରୁ ଦଶୁ ସ୍ଥିତ ହାଇଡେଲ ପ୍ରକଳ୍ପ ଅଭିମୁଖେ ଯାତ୍ରା କରୁଥିଲେ । ସେହି ସମୟରେ ୫ଜଣ ଇଞ୍ଜିନିୟରଙ୍କ ସମେତ ଜଣେ ସ୍ଥାନୀୟ ଡ୍ରାଇଭରଙ୍କ ଉପରେ ଆତ୍ମଘାତୀ ହମଲା କରାଯାଇଥିଲା ।

ସେହି ଇଞ୍ଜିନିୟରଙ୍କ ମଧ୍ୟରେ ଚୀନର ଇଞ୍ଜିନିୟରମାନେ ସାମିଲ ଥିଲେ । ଏହି ଘଟଣାକୁ ନେଇ ବେଜିଂ କ୍ଷୋଭ ପ୍ରକାଶ କରିଥିଲା । ଚୀନ ପକ୍ଷରୁ ଏହି ମାମଲାର ଯାଞ୍ଚ ପାଇଁ ଦାବି କରାଯାଇଥିଲା । ଏନେଇ ଚୀନର ପ୍ରବକ୍ତା କହିଥିଲେ, ଚୀନକୁ କ୍ଷତି ପହଞ୍ଚାଇବାକୁ କରାଯାଉଥିବା କିଛି ବି ପ୍ରୟାସ ସଫଳ ହେବ ନାହିଁ ।" ଏହାରି ଭିତରେ ପାକ୍ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଇସଲାମାବାଦରେ ଚୀନ୍ ଦୂତାବାସ ପରିଦର୍ଶନ କରିଛନ୍ତି । ବେଜିଂର ସମସ୍ୟା ଦୂର କରିବାକୁ ସେ ପ୍ରତିଶ୍ରୁତି ଦେବା ସହ ଏହି ଗଟଣାକୁ ନେଇ ସମବେଦନା ଜଣାଇଛନ୍ତି । ସେପଟେ ' ବନ୍ଧୁତ୍ବର ଶତ୍ରୁ' ବୋଲି କହି ଚୀନକୁ ଦାୟୀ କରି ପାକିସ୍ତାନ । ପାକିସ୍ତାନ ସେନା ଏନେଇ ବିବୃତ୍ତି ଜାରି କରିଛି । ଏହି ବିବୃତ୍ତିରେ କୁହାଯାଇଛି ଯେ, କେତେକ ବିଦେଶୀ ଉପାଦାନ ସେମାନଙ୍କର ସ୍ବାର୍ଥ ପାଇଁ ପାକିସ୍ତାନରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛନ୍ତି ।

ଆଫଗାନ-ତାଲିବାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଟିଟିପି (ତେହେରିକ-ଇ-ତାଲିବାନ ପାକିସ୍ତାନ) ବିରୋଧରେ ଏନେଇ ଅଭିଯୋଗ କରିଛି ପାକିସ୍ତାନ । କିନ୍ତୁ ଟିଟିପି ପକ୍ଷରୁ ଏଭଳି ଅଭିଯୋଗକୁ ଖଣ୍ଡନ କରାଯାଇଛି । ନିକଟରେ ପାକିସ୍ତାନ କହିଛି ଯେ, କାବୁଲ ମାଧ୍ୟମରେ ଟିଟିପି ଭାରତ ଦ୍ବାରା ସମର୍ଥିତ । ଅପରପକ୍ଷେ, ପାକିସ୍ତାନ ପକ୍ଷରୁ କରାଯାଉଥିବା ୟାଞ୍ଚରେ ଚୀନର ନାହିଁ ଭରସା । ସେଥିପାଇଁ ଯାଞ୍ଚ ପାଇଁ ଚୀନ ପକ୍ଷରୁ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି । ଚୀନର କମ୍ପାନୀଗୁଡିକ ଡାସୁ ଡ୍ୟାମ, ଡାଏମର-ବାଶା ଡ୍ୟାମ ଏବଂ ତାରବେଲା ପ୍ରଶସ୍ତୀକରଣ ଉପରେ କାର୍ଯ୍ୟ ସ୍ଥଗିତ ରଖିଛନ୍ତି ।

ଚାୀନର ନାଗରିକ, ବର୍ତ୍ତମାନ CPEC ପ୍ରୋଜେକ୍ଟରେ ନିୟୋଜିତ ରହିଛନ୍ତି । ଡାସୁ ପ୍ରକଳ୍ପରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଜୁଲାଇ ୨୦୨୧ରେ ହୋଇଥିବା ଏହି ଆକ୍ରମଣରେ ୯ ଜଣଙ୍କ ଜୀବନ ଯାଇଥିଲା । ତେଣୁ ପୁଣି ଥରେ ତୀନର ଶ୍ରମିକମାନେ ଏହି ପ୍ରକଳ୍ପ କାମ ପାଇଁ ଆରମ୍ଭ କରିବା ପାଇଁ ଆହୁରି ସମୟ ଲାଗିପାରେ । ଏପ୍ରିଲ ୨୦୨୩ରେ ଚୀନର ଇଞ୍ଜିନିୟରଙ୍କ ଉପରେ ଭଗବାନଙ୍କୁ ଅସମ୍ମାନ କରିବା ନେଇ ଗମ୍ଭୀର ଆରୋପ ଲାଗିଥିଲା । ଏଥିରୁ ତାଙ୍କୁ ଉଦ୍ଧାର କରିଥିଲା ପୋଲିସ । ସେହିପରି ଗତ ବର୍ଷ ଅଗଷ୍ଟ ମାସରେ ୨୩ ଜଣ ଚୀନ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଏକ ବସ ଉପରେ ହମଲା କରାଯାଇଥିଲା । ସେ ସମୟରେ ଆକ୍ରମଣକାରୀଙ୍କୁ ପାଲଟା ଆକ୍ରମଣ କରିଥିଲା ପାକ୍ ସେନା ।

ଏହା ମଧ୍ୟ ପଢନ୍ତୁ...ଭାରତ ପ୍ରତି ନରମିଲା ମାଳଦ୍ବୀପର ସ୍ବର, ଜାଣନ୍ତୁ ହଠାତ୍ କାହିଁକି ବଦଳିଗଲେ ରାଷ୍ଟ୍ରପତି ମୁଇଜୁ - Maldives Changes Its Tune

ଏହା ପୂର୍ବରୁ ୨୦୨୧ ମସିହାରେ କ୍ବେଟା ସ୍ଥିତ ଏକ ହୋଟେଲକୁ ଟାର୍ଗେଟ୍ କରାଯାଇଥିଲା । ଯେଉଁଠି ଚୀନ ରାଷ୍ଟ୍ରଦୂତଙ୍କ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ହେଲେ ସେ ସେଠାରେ ଉପସ୍ଥିତ ନଥିଲେ । ଏହାର ମାସକ ପରେ, ଏକ ବସକୁ ଟାର୍ଗେଟ କରି ଆତ୍ମଘାତୀ ହମଲା କରାଯାଇଥିଲା । କରାଚି ବିଶ୍ବବିଦ୍ୟାଳୟରେ ଚୀନ୍ ନିର୍ମିତ କନଫୁସିୟସ ଇନଷ୍ଟିଚ୍ୟୁଟର ୩ ଜଣ ଚୀନ କର୍ମଚାରୀଙ୍କୁ ହତ୍ୟା କରାଯାଇଥିଲା । ପ୍ରତ୍ୟେକ ଥର ଚୀନ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛି । ହେଲେ ଏହି ଘଟଣା ପରେ ପାକ୍ ଆର୍ମି ସ୍ଥାନୀୟ ଲୋକଙ୍କୁ ଉଠାଇ ନେଇଥିଲେ । ଚୀନ ଉପରେ ହୋଇଥିବା ଆକ୍ରମଣ ପଛରେ ବିଦେଶୀ ଷଡ଼ଯନ୍ତ୍ର ଥିବା ନେଇ ସର୍ବଦା ଇଙ୍ଗିତ କରିଆସୁଛି ପାକିସ୍ତାନ । ଯେତେବେଳେ ବି ଏହାର ନାଗରିକଙ୍କୁ ହତ୍ୟା କରାଯାଏ, ବେଜିଂ ଅସୁବିଧାରେ ପଡ଼େ । ସେ CPEC ଛାଡିପାରିବେ ନାହିଁ । କାରଣ ଏକ ପ୍ରୋଜେକ୍ଟରେ ସେମାନେ ବିପୁଳ ପରିମାଣର ପୁଞ୍ଜି ବିନିଯୋଗ କରିଛନ୍ତି । ତେଣୁ ଏଭଳି ଘଟଣା ଓ କ୍ଷତି ସତ୍ତ୍ବେ ମଧ୍ୟ ସେମାନେ ଭଲ ସମ୍ପର୍କ ବଜାୟ ରଖିଛନ୍ତି । ଆମେରିକା ସମେତ ମିତ୍ରତା ଥିବା ଦେଶମାନଙ୍କରୁ ପାକିସ୍ତାନକୁ କିଛି ସହାନୁଭୂତି ମିଳିଥିଲା । ଏହି ଆକ୍ରମଣର ପରିଣାମ ସ୍ବରୂପ, ଚୀନ ପୁଣିଥରେ CPEC ପ୍ରକଳ୍ପରେ କାର୍ଯ୍ୟ କରୁଥିବା ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ନିଜର ସୈନ୍ୟ ନିୟୋଜିତ କରିବ । ଏଭଳି ନିଷ୍ପତ୍ତି ଦ୍ବାରା ପାକିସ୍ତାନ ପାଇଁ ଖର୍ଚ୍ଚ ବଢିବ । କାରଣ ସୁରକ୍ଷା ଭୂମିକାରେ ନିୟୋଜିତ ଚୀନ୍ ସୁରକ୍ଷା ବାହିନୀ ପାଇଁ ଅର୍ଥ ଦେବାକୁ ପଡିବ । ଖାଲି ସେତିକି ନୁହେଁ, ଚୀନ ସୈନ୍ୟ ନିୟୋଜିତ ଦେବା ଦ୍ବାରା ଏହା ମଧ୍ୟ ପ୍ରମାଣିତ ହେବ ଯେ, ପାକିସ୍ତାନ ସେନା ନିଜ ଦେଶର ସୁରକ୍ଷା ରକ୍ଷା କରିବାରେ ଅସମର୍ଥ । ଇସଲାମାବାଦ ଉପରେ ଚାପ ପ୍ରୟୋଗ କରିବା ସହ କ୍ଷତିପୂରଣ ବାବଦକୁ ମୋଟା ଅଙ୍କର ଅର୍ଥ ଦାବି କରିପାରେ ବେଜିଂ । ଯାହାକି ପାକିସ୍ତାନର ସାମର୍ଥ୍ୟ ବାହାରେ ।

ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଖୁବଶୀଘ୍ର ବେଜିଂରେ ତାଙ୍କର ପ୍ରଥମ ସରକାରୀ ବିଦେଶ ଗସ୍ତ କରିବେ । ହେଲେ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ଅନ୍ୟପଟେ ପାକିସ୍ତାନ ନିଜକୁ ଆତଙ୍କବାଦ ପ୍ରୋତ୍ସାହନ ଦେଉନଥିବା ଦେଶ ବୋଲି ଦାବି କରୁଛି । ତଥାପି ଅନେକ ଆତଙ୍କବାଦୀ ଗୋଷ୍ଠୀ ଏଠାରେ ସକ୍ରିୟ ରହିଛନ୍ତି । ପ୍ରମୁଖ ପଡ଼ୋଶୀ ଦେଶ ଇରାନ, ଆଫଗାନିସ୍ତାନ ଏବଂ ଭାରତ ସହିତ ସମ୍ପର୍କକୁ ଖରାପ କରିଛି ପାକିସ୍ତାନ । ଯେଉଁଥିପାଇଁ ଇରାନ ଏବଂ ଆପଗାନିସ୍ତାନ ନିଜ ମାଟିରେ ଆଣ୍ଟି-ପାକ୍ ଗୋଷ୍ଠୀକୁ ପ୍ରଶୟ ଦେଇଛନ୍ତି । ଚୀନ୍ ଏବଂ ସିପିଇସି ଉପରେ ପାକିସ୍ତାନର ଅତ୍ୟଧିକ ନିର୍ଭରଶୀଳତା ଦେଶର ଦୁର୍ବଳତା ଦର୍ଶାଉଛି । ବାଲୁଚିସ୍ତାନ, CPEC ର ଏକ ପ୍ରମୁଖ ହବ୍ ହୋଇଥିବାବେଳେ ଏଠାରେ ଇସଲାମାବାଦ ଦ୍ବାରା ଶୋଷଣ କରାଯାଉଛି ।

ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀମାନଙ୍କ ଟାର୍ଗେଟରେ ରହୁଛି ପାକିସ୍ତାନ । ପ୍ରତିଦିନ ହେଉଥିବା ଆକ୍ରମଣ ଏକ ଚିନ୍ତାଜନକ ବିଷୟ । ଯେଉଁଥିରେ CPEC ସମସ୍ତଙ୍କ ନଜରରେ ରହିଛି । କାରଣ ଏହା ଚାଇନିଜଙ୍କ ସହ ଜଡିତ ଅଛନ୍ତି । ଏହି କାରଣରୁ ପାକିସ୍ତାନ ସେନା ବାରମ୍ବାର ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହୋଇଛି । ପାକିସ୍ତାନ ନାଗରିକଙ୍କ କହିବା କଥା, ପଞ୍ଜାବ ଓ ସିନ୍ଧରେ କରାଯାଉଥିବା ପ୍ରକଳ୍ପଗୁଡ଼ିକର ଅନେକ ଗୁଣବତ୍ତା ରହିଛି । ଯାହାକି ସେଠାକାର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ କିନ୍ତୁ ନିଜ ଅଞ୍ଚଳରେ ଫଳପ୍ରଦ ହେବନାହିଁ । "କିଛି ଲୋକ ସହରୀକରଣ ଓ ମହିଳା ସଶକ୍ତିକରଣକୁ ବିରୋଧ କରୁଛନ୍ତି । କାରଣ ଏହା ଧର୍ମ ଓ ସଂସ୍କୃତି ପ୍ରତି ବିପଦ ଆଣିପାରେ" ମହମ୍ମଦ ଉମିଦ ରାଣା 'ଦ ଡନ'ରେ ଲେଖିଛନ୍ତି ।

ତେଣୁ CPEC ଗଠନ ପାଇଁ ପାକିସ୍ତାନକୁ ଏହାର ଲୋକଙ୍କ ମଧ୍ୟରେ ଆତ୍ମବିଶ୍ବାସ ସୃଷ୍ଟି କରିବାକୁ ପଡିବ । ନିଜର ଆତଙ୍କବାଦୀ ନୀତିରେ ପରିବର୍ତ୍ତନ ଆଣିବାକୁ ପଡ଼ିବ । ଲୋକଙ୍କ ମଧ୍ୟରେ ସାଂସ୍କୃତିକ ଏବଂ ଧାର୍ମିକ ଭୟ ଦୂର କରିବାକୁ ପଡିବ । ଏହା ନକରିବା ପର୍ଯ୍ୟନ୍ତ, ନିଜର ସଶସ୍ତ୍ର ବାହିନୀ ଏବଂ CPEC ସହ ଜଡିତ ଚୀନ୍ ପାକିସ୍ତାନକୁ ଏପରି ଲଜ୍ଜିତ କରିଚାଲିବେ । ଗ୍ବାଡରରେ ହୋଇଥିବା ଅନ୍ୟ ଏକ ଆକ୍ରମଣରେ ଆଉ ୨ ଜଣ ପ୍ରାଣ ହରାଇଛନ୍ତି । ପାକିସ୍ତାନ ସେନା ଘୋଷଣା କରିଛି ଯେ, ଶ୍ୟାଙ୍ଗଲାରେ ଚୀନ ଇଞ୍ଜିନିୟରଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ 10 ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ମୁଖ୍ୟ କମାଣ୍ଡର ମଧ୍ୟ ଅଛନ୍ତି ଯିଏ ଟିଟିପିରୁ ଆସିଛନ୍ତି । ସେ କହିଛନ୍ତି ଯେ, ଆତ୍ମଘାତୀ ବିସ୍ଫୋରଣ ପଛରେ ଜଣେ ଆଫଗାନିସ୍ତାନୀଙ୍କ ହାତ ରହିଛି । ନିର୍ଦ୍ଦୋଷମାନଙ୍କୁ ଉଠାଇ ନିଆଯାଇଛି । ଆଉ ସେମାନଙ୍କୁ ଦୋଷ ସ୍ବୀକାର କରିବାକୁ ବାଧ୍ୟ କରାଯାଉଛି । ତେବେ ଚୀନକୁ ସନ୍ତୁଷ୍ଟ କରିବା ପାକିସ୍ତାନର ଉଦ୍ଦେଶ୍ୟ ବୋଲି ସ୍ପଷ୍ଟ ହୋଇଛି । ଆଫଗାନିସ୍ତାନ ନେତୃତ୍ବ ଉପରେ ତ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ, କିନ୍ତୁ ଏହା ଚୀନକୁ ସନ୍ତୁଷ୍ଟ କରିବ କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.