ETV Bharat / international

ଇରାନର ଆକ୍ରମଣ ବିରୁଦ୍ଧରେ ଏଯାଏଁ କାହିଁକି ପ୍ରତିଶୋଧ ନେଇନି ଇସ୍ରାଏଲ? - Iran Attacks Israel

author img

By ETV Bharat Odisha Team

Published : Apr 18, 2024, 10:15 PM IST

IRAN ATTACKS ISRAEL
IRAN ATTACKS ISRAEL

Israel is not retaliating against Iran: ଇରାନର ଆକ୍ରମଣ ବିରୁଦ୍ଧରେ ଇସ୍ରାଏଲ ଏଯାଏଁ କୌଣସି ପ୍ରତିଶୋଧ ନେଇନାହିଁ । ଚଳିତ ମାସ ଆରମ୍ଭରେ ସିରିଆରେ ବିସ୍ଫୋରଣ ମିଶନ ହୋଇଥିଲା । ଆମେରିକା କାହିଁକି ଏଥର ଇସ୍ରାଏଲକୁ ସମର୍ଥନ କଲା ଏବଂ ଇସ୍ରାଏଲର ଭବିଷ୍ୟତ କାର୍ଯ୍ୟପନ୍ଥା କ’ଣ ହୋଇପାରେ? ଜାଣନ୍ତୁ

ହାଇଦ୍ରାବାଦ: ଗତ ସପ୍ତାହରେ ଇରାନ ଇସ୍ରାଏଲକୁ ଟାର୍ଗେଟ କରି 300ରୁ ଅଧିକ ଡ୍ରୋନ୍, କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା । ଗତ ଏପ୍ରିଲ 1ରେ ସିରିଆରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଇ ବିଶ୍ବକୁ ଧମକ ଦିଆଯାଇଥିଲା । ଗୋଟିଏ ପଟେ ଋଷ-ୟୁକ୍ରେନ ଯୁଦ୍ଧ ଏବଂ ଅନ୍ୟପଟେ ଗାଜାରେ ଇସ୍ରାଏଲ-ହମାସ ଯୁଦ୍ଧ ଚାଲିଥିବାରୁ ଇସ୍ରାଏଲକୁ ଇରାନ ପାଲଟା ଜବାବ ଦେବାର ସମ୍ଭାବନା ରହିଛି । ସିରିଆ ସ୍ଥିତ ଇରାନ ଦୂତାବାସରେ ଘଟିଥିବା ବିସ୍ଫୋରଣରେ ୧୬ ଜଣଙ୍କ ଜୀବନ ଯାଇଥିଲା । ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସର କମାଣ୍ଡର ମଧ୍ୟରେ ଶହୀଦ ହୋଇଥିଲେ ।

ଇରାନର ଚେତାବନୀ ଓ ଆମେରିକାର ସ୍ଥିତି:

"ଇସ୍ରାଏଲ ଉପରେ ଆକ୍ରମଣ ପୂର୍ବରୁ ଇରାନ ଏ ବାବଦରେ ତୁର୍କୀକୁ ନିଜର ଆକ୍ସନ ପ୍ଲାନ ବିଷୟରେ ଅବଗତ କରାଇଥିଲା । ଭବିଷ୍ୟତରେ କ'ଣ ଘଟିବାକୁ ଯାଉଛି ସେନେଇ ଆମକୁ ଆଗୁଆ ସୂଚନା ଦିଆଯାଇଥିଲା" ବୋଲି ନିଜର ଏକ୍ସ (X) ହ୍ୟାଣ୍ଡେଲରେ କ୍ଲାସ ରିପୋର୍ଟରେ ପୋଷ୍ଟ କରାଯାଇଥିଲା । ଏହାର ଜବାବ ରଖି ଇରାନ କହିଛି, ଇସ୍ରାଏଲ କରିଥିବା ଆକ୍ରମଣକୁ ନେଇ ନିଶ୍ଚିତ ପ୍ରତିକ୍ରିୟା ପ୍ରକାଶ ପାଇବ ।

କ୍ଲାସ୍ ରିପୋର୍ଟ ପୋଷ୍ଟ ଅନୁଯାୟୀ, ଆମେରିକାର ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ ଏଜେନ୍ସି (CIA) ନିର୍ଦ୍ଦେଶକ ୱିଲିୟମ୍ ବର୍ନସ୍ ତୁର୍କୀ ନ୍ୟାସନାଲ ଇଣ୍ଟେଲିଜେନ୍ସ ଅର୍ଗାନାଇଜେସନ୍ (MIT) ମୁଖ୍ୟ ଇବ୍ରାହିମ କାଲିନଙ୍କୁ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ମଧ୍ୟସ୍ଥତା କରିବାକୁ କହିଥିଲେ ।

ଇରାନ ଉପରେ ଆକ୍ରମଣକୁ ନେଇ ନେତ୍ୟାନ୍ୟାହୁଙ୍କୁ ବାଇଡେନଙ୍କ ଆହ୍ବାନ:

ଆମେରିକୀୟ ନ୍ୟୁଜ ୱେବସାଇଟ୍ ଆକ୍ସିଓସ (Axios) ଅନୁଯାୟୀ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏପ୍ରିଲ 13ରେ ଏକ ଟେଲିଫୋନିକ କଲ୍ରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଇରାନ ବିରୁଦ୍ଧରେ ଇସ୍ରାଏଲର ଆକ୍ରମଣକୁ ଆମେରିକା ସମର୍ଥନ କରିବ ନାହିଁ । 'ତୁମର ବିଜୟ ହୋଇଛି, ତାହାକୁ ଗ୍ରହଣ କର' ବୋଲି ବାଇଡେନ ନେତାନ୍ୟାହୁଙ୍କୁ କହିଥିବା ନେଇ ଦର୍ଶାଯାଇଛି ।

ଆକ୍ସିଓସ ରିପୋର୍ଟ ଅନୁଯାୟୀ, ଜଣେ ଅଧିକାରୀ କହିଛନ୍ତି, "ବାଇଡେନ ନେତାନ୍ୟାହୁଙ୍କୁ ଆମେରିକା ଇରାନ ବିରୋଧରେ କୌଣସି ହିଂସାତ୍ମକ କାର୍ଯ୍ୟରେ ସମର୍ଥନ କରିବ ନାହିଁ ବୋଲି କହିଥିଲେ । ସେ ସମୟରେ ନେତାନ୍ୟାହୁ ଏହାକୁ ବୁଝିଥିବା କଥା ସ୍ବୀକାର କରିଛନ୍ତି ।" ଏନେଇ ବାଇଡେନ ଏକ ବିବୃତ୍ତିରେ କହିଛନ୍ତି, ମୁଁ ନେତାନ୍ୟାହୁଙ୍କୁ କହିଥିଲି ଯେ ଇସ୍ରାଏଲ ନିଜର ପରାକ୍ରମ ଦେଖାଇବାରେ ପାରଦର୍ଶିତା ହାସଲ କରିଛି । ଏହାସହ ଇସ୍ରାଏଲ ନିଜ ଦେଶର ସୁରକ୍ଷା କ୍ଷେତ୍ରରେ କୌଣସି ବିପଦ ନଥିବା ନେଇ ଶତ୍ରୁ ଦେଶକୁ ସ୍ପଷ୍ଟ କରାଇଛି ।

ଇସ୍ରାଏଲକୁ ଆମେରିକା ସମର୍ଥନ ଦେବା ପଛର କାରଣ:

ଲଣ୍ଡନ ସ୍ଥିତ କିଙ୍ଗସ ଇଣ୍ଡିଆ କଲେଜ ପ୍ରଫେସର ହର୍ଷ ଭି ପନ୍ଥ ଆନ୍ତର୍ଜାତୀକ ବ୍ୟାପାର ନେଇ ନିଜର ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ଏଠାରେ ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟ ଏକ କାରଣ । ଆମେରିକା ଏକାଧିକ ଯୁଦ୍ଧ ଚାହୁଁନାହିଁ। ଏହା ଏକ ନିର୍ବାଚନ ବର୍ଷ । ଏନେଇ ଅନେକ ରାଜନୈତିକ ପ୍ରସଙ୍ଗ ମଧ୍ୟ ରହିଛି। " ସେ ଆହୁରି ମଧ୍ୟ କହିଛନ୍ତି, "ଆମେରିକା ଅନ୍ୟ ସହଯୋଗୀ ଦେଶମାନଙ୍କ ସହ ଭଲ ବୁଝାମଣା ମଧ୍ୟ ରହିଛି । ଭାରତ ପାଇଁ ଏହା ଚିନ୍ତାର ବିଷୟ। ଦ୍ବନ୍ଦ୍ବ ବୃଦ୍ଧି ହେଲେ ଏକ ଶକ୍ତି ସଙ୍କଟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବ ବିଶ୍ବର ଅର୍ଥନୀତି ଉପରେ ପଡ଼ିଛି ।"

ଆଗକୁ କ'ଣ ରହିବ ଇସ୍ରାଏଲର ଆଭିମୁଖ୍ୟ?

ମନୋହର ପାରିକର ଇନଷ୍ଟିଚ୍ୟୁଟ୍ ଅଫ୍ ଡିଫେନ୍ସଷ୍ଟଡିଜ୍ ଆଣ୍ଡ ଆନାଲିସିସର (Manohar Parrikar Institute Of Defence Studies And Analysis) ଆସୋସିଏଟ୍ ତଥା ବିଶେଷଜ୍ଞ ଏସ ସାମୁଏଲ ସି ରାଜୀବ ପଶ୍ଚିମ ଏସିଆ ସମ୍ପର୍କରେ ଇଟିଭି ଭାରତରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ରାଜୀବ କହିଛନ୍ତି, "ସେମାନେ ଇରାନ ନାଗରିକ ବା ସମ୍ପତ୍ତିକୁ ଟାର୍ଗେଟ୍ କରିବେ । ନଚେତ ଇରାନ, ଲେବାନନ କିମ୍ବା ସିରିଆ ପରି ଦେଶକୁ ଟାର୍ଗେଟ୍ କରିବେ । ଇରାନ ପ୍ରତି ଇସ୍ରାଏଲ ପ୍ରତିବନ୍ଧକ ସୃଷ୍ଟି କରିଛି । ଏହାର ଅର୍ଥ ହେଉଛି ଇସ୍ରାଏଲ ଏହି ବାର୍ତ୍ତା ଦେବାକୁ ଚାହୁଁଛି ଯେ, ଯେତେବେଳେ କୌଣସି ଶକ୍ତି ସହ ଏହି ଅଞ୍ଚଳ ଲଢେଇ କରିବ ସେତେବେଳେ ଏହାକୁ ସମର୍ଥନ ଦିଆଯିବ ।"

ଏହା ବି ପଢନ୍ତୁ...ଇସ୍ରାଏଲ ଉପରେ ଇରାନର ଆକ୍ରମଣ, ଆଗରୁ ବାର୍ତ୍ତା ପାଇଥିଲା କି ତେଲ ଅଭିଭ ? - Iran Israel Conflict

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.