ETV Bharat / international

ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା, ଚୀନ ବି ଥରିଲା - Japan Earthquake

author img

By ETV Bharat Odisha Team

Published : Apr 4, 2024, 10:19 AM IST

Japan Earthquake
Japan Earthquake

Japan Earthquake: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଜାପାନ । 6.3 ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ହୋଇଥିବା ବେଳେ ଚୀନରେ ମଧ୍ୟ ଏହାର ଝଟକା ଅନୁଭୂତ ହୋଇଛି । ଅଧିକ ପଢନ୍ତୁ

ଟୋକିଓ: ସକାଳୁ ସକାଳୁ ଜାପାନରେ ଶକ୍ତିଶାଳୀ ଭୂକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.3 ରେକର୍ଡ କରାଯାଇଥିବା ନେଇ ଜାପାନ ପାଣିପାଗ ଏଜେନ୍ସି ପକ୍ଷରୁ ସୂଚନା ଜାରି କରାଯାଇଛି । ଜାପାନର ହୋସୁଂରେ ଏହି ବଡ ଧରଣର ଝଟକା ଅନୁଭୂତ ହୋଇଛି । ତେବେ ଜାପାନରେ ଏତେ ବଡ ଧରଣର ଭୂକମ୍ପ ଯୋଗୁଁ ଏହା ଚୀନ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା । ପ୍ରକାଶଥାଉକି, ଗତକାଲି(ବୁଧବାର) ତାଇୱାନରେ 7.5 ତୀବ୍ରତାର ଭୂକମ୍ପ ହୋଇଥିଲା । ଏଥିରେ ପ୍ରାୟ 9ଜଣ ପ୍ରାଣ ହରାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ତାଇଓ୍ୱାନ, 3 ଦେଶକୁ ସୁନାମି ଆଲର୍ଟ - Earthquake Hits Taiwan

ୟୁରୋପୀଆନ ମେଡିଟେରିୟାନ ସାମସୋଲୋଜି ସେଣ୍ଟର(EMSC) ପକ୍ଷରୁ ରିପୋର୍ଟ କରାଯାଇଛି, ଜାପାନର ହୋସୁଂ ଦ୍ବୀପର ପୂର୍ବ ଭାଗରେ 6.3 ତୀବ୍ରତାର ଭୂକମ୍ପ ହୋଇଛି । ତେବେ ଭୂକମ୍ପ ଫଳରେ ଲୋକେ ଭୟଭୀତ ହୋଇଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ତେବେ ବଡ ଧରଣର ଭୂକମ୍ପ ଫଳରେ କ୍ଷୟକ୍ଷତି ନେଇ ରିପୋର୍ଟ ସାମ୍ନାକୁ ଆସିନାହିଁ ।

ଜାପାନ ଚାରୋଟି ପ୍ରମୁଖ ଦ୍ବୀପପୁଞ୍ଜକୁ ନେଇ ଗଠିତ । ହକ୍କାଇଡୋ, ହନସୁ, ଶିକୋକୁ ଏବଂ କ୍ୟୁଶୁ ଅନ୍ତର୍ଭୁକ୍ତ । ହୋସୁଂରେ ଟୋକିଓ ସମେତ ଅନେକ ପ୍ରମୁଖ ସହର ରହିଛି । ଇଏମଏସି ପକ୍ଷରୁ କୁହାଯାଇଛି, ଭୂକମ୍ପର କେନ୍ଦ୍ରସ୍ଥଳର ଗଭୀରତା 32 କିଲୋମିଟର ଥିଲା । ତେବେ ଏହା ପୂର୍ବରୁ ଗତ ମଙ୍ଗଳବାର ଦିନ ମଧ୍ୟ ଜାପାନରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା 6.1 ରେକର୍ଡ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଜାପାନରେ 6.1 ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଝଟକା - Japan Earthquake

ଜାପାନରେ ସୁନାମି ଆଲର୍ଟ: ବୁଧବାର ତାଇୱାନରେ ହୋଇଥିବା ଭୂକମ୍ପ ପରେ ଜାପାନ ଓକିନାୱା ପ୍ରଦେଶ ପାଇଁ ସୁନାମି ଆଲର୍ଟ ଜାରି କରାଯାଇଥିଲା । ଲୋକଙ୍କୁ ଉପକୂଳ ଠାରୁ ଦୂରରେ ରହିବାକୁ ଏବଂ ଉଚ୍ଚ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାପାନର ଦକ୍ଷିଣ-ପଶ୍ଚିମ ଉପକୂଳରେ 3ମିଟର ଉଚ୍ଚତା ବିଶିଷ୍ଟ ତରଙ୍ଗ ଦେଖାଯାଇଥିଲା । ତାଇୱାନରେ ହୋଇଥିବା ଭୂକମ୍ପର କମ୍ପନ ଫିଲିପାଇନ୍ସ ଏବଂ ଚୀନ୍ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା । ତେବେ ଜାପାନରେ ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଥିଲା । ଫଳରେ ଜାପାନରେ ମଧ୍ୟ ସୁନାମୀ ଆଲର୍ଟ ଜାରି କରାଯାଇଥିଲା । ଏକ ରିପୋର୍ଟ ଅନୁସାରେ, ଜାପାନରେ ଅଧିକ ଭୂକମ୍ପ ହୋଇଥାଏ । ବର୍ଷକୁ ପ୍ରାୟ 1500ଥର ଭୂକମ୍ପ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.