ETV Bharat / international

ଶ୍ରମିକଙ୍କୁ ନେଇଯାଉଥିବା ବିମାନ ଦୁର୍ଘଟଣା, ୬ ମୃତ

author img

By ETV Bharat Odisha Team

Published : Jan 24, 2024, 9:09 AM IST

Updated : Jan 24, 2024, 10:40 AM IST

Canada Plane Crash
କାନାଡା ବିମାନ ଦୁର୍ଘଟଣା

Canada Plane Crash: କାନାଡାରେ ବିମାନ ଦୁର୍ଘଟଣା । ଶ୍ରମିକଙ୍କ ନେଇ ଯାଉଥିବା ଏକ ଛୋଟ ବିମାନ କ୍ରାସ ହୋଇଯିବାରୁ ୬ ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ଓଟୱା: କାନାଡାରେ ଗୋଟିଏ ଛୋଟ ଚାର୍ଟାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ମଙ୍ଗଳବାର ଦିନ ଉକ୍ତ ବିମାନ କିଛି ଶ୍ରମିକଙ୍କୁ ନେଇ ଗୋଟିଏ ଖଣି ଅଭିମୁଖେ ଯାଉଥିଲା । ହେଲେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବାଟରେ କ୍ରାସ୍ ହୋଇଯାଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ମାତ୍ର ଜଣଙ୍କର ଜୀବନ ବଞ୍ଚିଯାଇଥିବା ଜଣାପଡିଛି । କାନାଡାର ଉତ୍ତର-ପଶ୍ଚିମ ଅଞ୍ଚଳରେ ଏହି ବିମାନ ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ, ମଙ୍ଗଳବାର ସକାଳେ ବିମାନଟି କିଛି ଶ୍ରମିକଙ୍କୁ ନେଇ ଦେଶର ଉତ୍ତରରେ ଥିବା ଗୋଟିଏ ହୀରା ଖଣି ଅଭିମୁଖେ ଯାଉଥିଲା । ସକାଳ ୮ଟା ୫୦ ମିନିଟ୍‌ରେ(ସ୍ଥାନୀୟ ସମୟ) ଏହା ଫୋର୍ଟ ସ୍ମିଥରୁ ଉଡାଣ ଭରିଥିଲା । କିନ୍ତୁ କିଛି ସମୟ ମଧ୍ୟରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ପରେ ବିମାନ ରନୱେ ଠାରୁ ୧.୧ କିଲୋମିଟର ଦୂରରେ କ୍ରାସ ହୋଇଯାଇଥିବା ଜଣାପଡିଥିଲା ।

ଏହା ମଧ୍ୟ ପଢନ୍ତୁ: ଆଫଗାନିସ୍ତାନରେ ବିମାନ ଦୁର୍ଘଟଣାଗ୍ରସ୍ତ, ଋଷରୁ ଯାଉଥିଲା ମରକ୍କୋ

ଏହା ମଧ୍ୟ ପଢନ୍ତୁ: ସାଉଦି ବାୟୁସେନାର ଫାଇଟର ଜେଟ ଦୁର୍ଘାଟଣାଗ୍ରସ୍ତ, 2କ୍ରୁ ସଦସ୍ୟ ମୃତ


ଖବର ପାଇ କାନାଡା ଏୟାରଫୋର୍ସ ସ୍କ୍ବାର୍ଡନ ବିମାନର ସନ୍ଧାନ ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ସ୍ଲେଭ ନଦୀ ନିକଟରେ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ଠାବ ହୋଇଥିଲା । ଏହାପରେ କାନାଡା ସେନା ଓ ପୋଲିସ ସଙ୍ଗେ ସଙ୍ଗେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏନେଇ କାନାଡା ସୁରକ୍ଷାବଳର ଜଣେ ଅଧିକାରୀ ମାକ୍ସିମେ କ୍ଲିଚେ ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମାତ୍ର ଜଣେ ବ୍ୟକ୍ତି ଜୀବତ ରହିଯାଇଛନ୍ତି ।

ଉକ୍ତ ବିମାନ BAE ଜେଟଷ୍ଟ୍ରିମ ବିମାନ ହୋଇଥିବା ବେଳେ ଏହା କେମିତି ବିମାନ ଦୁର୍ଘଟଣାଗ୍ରସ୍ତ ହେଲା ତାହା ଅସ୍ପଷ୍ଟ ରହିଛି । ଏକ ତଦନ୍ତକାରୀ ଦଳ ଘଟଣାସ୍ଥଳରେ ଛାନଭିନ କରୁଛନ୍ତି । ପଡୋଶୀ ବ୍ରିଟିଶ କଲମ୍ବିଆରେ ହେଲିକପ୍ଟର କ୍ରାସରେ ୪ ଜଣଙ୍କ ମୃତ୍ୟୁର ଦିନକ ପରେ କାନାଡାରେ ଏହି ବିମାନ ଦୁର୍ଘଟଣା ଘଟିଛି । ସେହିପରି ଦୁଇ ଦିନ ତଳେ ଆଫଗାନିସ୍ତାନରେ ଗୋଟିଏ ଯାତ୍ରୀବାହୀ ବିମାନ କ୍ରାସ୍ ହୋଇଯାଇଥିବା ଖବର ଆସିଥିଲା । ଉକ୍ତ ବିମାନ ଋଷରୁ ମରକ୍କୋ ଯାଉଥିଲା ।

Last Updated :Jan 24, 2024, 10:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.