ETV Bharat / international

ଭାରତର ଗଣତନ୍ତ୍ର ଦିବସରେ କଣ କହିଲେ ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁ ?

author img

By ETV Bharat Odisha Team

Published : Jan 26, 2024, 8:43 PM IST

Mohamed Muizzu
Mohamed Muizzu

Mohamed Muizzu: ଭାରତ ଓ ମାଳଦ୍ବୀପ ମଧ୍ୟରେ ବିବାଦ ପରେ ସମ୍ପର୍କ ଦୁର୍ବଳ ହୋଇଛି । ଏହା ମଧ୍ୟରେ ୭୫ତମ ଗଣତନ୍ତ୍ର ଦିବସରେ ଭାରତକୁ କଣ କହିଲେ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ? ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ଭାରତ ୭୫ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ଏହି ଅବସରରେ ବିଶ୍ବ ନେତାମାନେ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସମ୍ପ୍ରତି ଭାରତ ଓ ମାଳଦ୍ବୀପର ସମ୍ପର୍କ ଦୁର୍ବଳ ଥିବା ବେଳେ ୭୫ତମ ଗଣତନ୍ତ୍ର ଦିବସରେ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ । ଏ ନେଇ ମାଳଦ୍ବୀପ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି ।

  • "President H.E. Dr Mohamed Muizzu sent greetings and good wishes to the President and Prime Minister of the Republic of India on the occasion of the 75th Republic Day of India.

    In separate messages to President H.E. Droupadi Murmu and Prime Minister H.E. Narendra Modi, President… pic.twitter.com/ppSqYmbXiR

    — Press Trust of India (@PTI_News) January 26, 2024 " class="align-text-top noRightClick twitterSection" data=" ">

ମାଳଦ୍ବୀପ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, "ଭାରତର ୭୫ତମ ଗଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ।" ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଲାକ୍ଷାଦ୍ବୀପ ଗସ୍ତ କରି ଏହାର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପରେ ଚିନ୍ତାରେ ପଡ଼ିଥିଲା ମାଳଦ୍ବୀପ । ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟରେ କିଛି ମାଳଦ୍ବୀପ ମନ୍ତ୍ରୀ ଆପତ୍ତିଜନକ ପୋଷ୍ଟ କରିଥିଲେ । ଯେଉଁଥିରେ ସେମାନେ ଲାକ୍ଷାଦ୍ବୀପର ସୌନ୍ଦର୍ଯ୍ୟକୁ ମାଳଦ୍ବୀପ ସହିତ ତୁଳନା କରି ତୁଚ୍ଛ ମନେ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପମାନିତ କରିଥିଲେ । ଏହାପରଠୁ ଦୁଇ ଦେଶ ମଧ୍ୟରେ ବିବାଦ ଘନେଇଥିଲା ।

ଏହା ବି ପଢନ୍ତୁ- ଭାରତକୁ ମାଳଦ୍ବୀପ ରାଷ୍ଟ୍ରପତିଙ୍କ ଟାର୍ଗେଟ; 'ଆମକୁ ଧମକାଇବା ଲାଇସେନ୍ସ କାହା ପାଖରେ ନାହିଁ'

ଭାରତ ଓ ମାଳଦ୍ବୀପ ମଧ୍ୟରେ ସମ୍ପର୍କ ବିଗିଡ଼ିବାର ଅନ୍ୟ ଏକ କାରଣ ହେଉଛନ୍ତି ନବ ନିର୍ବାଚିତ ରାଷ୍ଟ୍ରପତି ମହମ୍ମଦ ମୁଇଜୁ । ଯିଏକି ଜଣେ ଚୀନ ସମର୍ଥକ । ସେ ସର୍ବଦା ଭାରତ ବିରୋଧୀ ନୀତି ଅବଲମ୍ବନ କରିଆସିଛନ୍ତି । ସେ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଭାରତ ବିରୋଧୀ ସ୍ଲୋଗାନର ବ୍ୟବହାର କରିଥିଲେ । ସେ 'ଇଣ୍ଡିଆ ଆଉଟ୍‌' କ୍ୟାମ୍ପେନ ଆରମ୍ଭ କରିଥିଲେ, ଯାହାର ଗୋଟିଏ ଉଦ୍ଦେଶ୍ୟ ଥିଲା ମାଳଦ୍ବୀପରେ ଭାରତର ପ୍ରଭାବକୁ ହ୍ରାସ କରିବା । ମୁଇଜୁଙ୍କୁ ଏହାର ଲାଭ ମଧ୍ୟ ମିଳିଥିଲା । ଭାରତ ବିରୋଧୀ ସ୍ଲୋଗାନ ବ୍ୟବହାର କରି ସେ ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ସୋଲିହଙ୍କୁ ପରାସ୍ତ କରି ସହଜରେ ନିର୍ବାଚନ ଜିତିଥିଲେ । ଇବ୍ରାହିମ ସୋଲିହ ଭାରତ ସମର୍ଥକ ଭାବେ ବିବେଚନା କରାଯାଉଥିଲା । ମହମ୍ମଦ ମୁଇଜୁ ମାଳଦ୍ବୀପ ରାଷ୍ଟ୍ରପତି ଭାବେ ନିର୍ବାଚନ ଜିତିବା ପରେ ବହୁ ବର୍ଷର ପରମ୍ପରାକୁ ଭଙ୍ଗ କରି ପ୍ରଥମ ବିଦେଶ ଗସ୍ତ ଭାରତ ବଦଳରେ ଚୀନରୁ ଆରମ୍ଭ କରିଥିଲେ ।

ଏହା ବି ପଢନ୍ତୁ- ଭାରତର ବିମାନକୁ ଅନୁମତି ଦେଲେନି ମାଳଦ୍ବୀପ ରାଷ୍ଟ୍ରପତି, ଆଖି ବୁଜିଲା ଅସୁସ୍ଥ ବାଳକ

ଭାରତ ପ୍ରତି ମୁଇଜୁଙ୍କ ସକରାତ୍ମକ ବୟାନ:- ତେବେ ଏହା ପ୍ରଥମ ଥର ପାଇଁ ମୁଇଜୁ ଭାରତ ପ୍ରତି ସକରାତ୍ମକ ମନୋଭାବ ଦେଖାଇଛନ୍ତି । ଏହା ପଛରେ ଅନ୍ୟ କୌଣସି ଉଦ୍ଦେଶ୍ୟ ରହିଥାଏ ବୋଲି ଚର୍ଚ୍ଚା ହେଉଛି । କାରଣ ମାଳଦ୍ବୀପ ଭଲ ଭାବରେ ଜାଣିଛି ଯେ ବିଶ୍ବ ସ୍ତରରେ ଭାରତର ଦବଦବା ରହିଛି । ଲାକ୍ଷାଦ୍ବୀପ ପର୍ଯ୍ୟଟନକୁ ସମାଲୋଚନା କରିବା ପରେ ମାଳଦ୍ବୀପ ସାମ୍ନା କରିଥିବା ସ୍ଥିତିରୁ ଏହା ଏକପ୍ରକାର ପ୍ରମାଣିତ ହୋଇଛି । ଏଥିଲାଗି ୭୫ତମ ସାଧାରଣତନ୍ତ୍ର ଦିବସରେ ମୁଇଜୁ ଭାରତକୁ ଶୁଭେଚ୍ଛା ଜଣାଇଥାଇପାରନ୍ତି ବୋଲି କୂଟନୈତିକ ମହଲରେ ଚର୍ଚ୍ଚା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.