ETV Bharat / international

ଭାରତର ବିମାନକୁ ଅନୁମତି ଦେଲେନି ମାଳଦ୍ବୀପ ରାଷ୍ଟ୍ରପତି, ଆଖି ବୁଜିଲା ଅସୁସ୍ଥ ବାଳକ

author img

By ETV Bharat Odisha Team

Published : Jan 21, 2024, 11:24 AM IST

Maldives-India row: ମାଳଦ୍ୱୀପର ଏକ 14 ବର୍ଷର ବାଳକର ମୃତ୍ୟୁକୁ ନେଇ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ଦାୟୀ କରିଛନ୍ତି ପରିବାର ଲୋକେ । ଭାରତୀୟ ବିମାନ ବ୍ୟବହାରକୁ ଅନୁମତି ନ ମିଳିବାରୁ ଚିକିତ୍ସାରେ ବିଳମ୍ବ ଯୋଗୁଁ ପିଲାଟିର ଜୀବନ ଯାଇଥିବା ଅଭିଯୋଗ । ଅଧିକ ପଢନ୍ତୁ

14 ବର୍ଷର ବାଳକର ମୃତ୍ୟୁ ପାଇଁ ମାଳଦ୍ୱୀପ ରାଷ୍ଟ୍ରପତିଙ୍କୁ ଦାୟୀ କଲେ ପରିବାର ଲୋକେ

ନୂଆଦିଲ୍ଲୀ: ମାଳଦ୍ୱୀପ ଓ ଭାରତ ମଧ୍ୟରେ କୂଟନୈତିକ ତିକ୍ତତା ଜୋର ଧରିଥିବା ବେଳେ ଏହାମଧ୍ୟରେ ଏକ ବଡ ଘଟଣା ସାମ୍ନାକୁ ଆସିଛି । ମାଳଦ୍ବୀପର ଜଣେ ଅସୁସ୍ଥ ନାବାଳକକୁ ଏୟାରଲିଫ୍ଟ ପାଇଁ ଭାରତ ଦ୍ବାରା ଯୋଗାଇ ଦିଆଯାଇଥିବା ଡୋର୍ନିୟର ବିମାନ ବ୍ୟବହାର କରିବାକୁ ରାଷ୍ଟ୍ରପତି ମୁଇଜୁ ଅନୁମତି ନଦେବାରୁ ସେହି ପିଲାଟିର ମୃତ୍ୟୁ ହୋଇଛି । ଫଳରେ ଉକ୍ତ 14 ବର୍ଷୀୟ ନାବାଳକର ମୃତ୍ୟୁ ପାଇଁ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ଦାୟୀ କରିଛନ୍ତି ପରିବାର ଲୋକେ । ଭାରତୀୟ ବିମାନ ଉଡାଣକୁ ମାଳଦ୍ୱୀପ ସରକାର ଅନୁମତି ନ ଦେବାରୁ ପିଲାଟିର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ମାଳଦ୍ୱୀପର ଏକ ଦୁର୍ଗମ ଅଞ୍ଚଳ ଓ୍ବିଲମିଙ୍ଗଟନର ଜଣେ 14 ବର୍ଷୀୟ ବାଳକର ମୃତ୍ୟୁ ହୋଇଛି । ବୁଧବାର ରାତିରେ ପିଲାଟି ବ୍ରେନ ଟ୍ୟୁମର ଓ ଷ୍ଟ୍ରୋକରେ ପୀଡିତ ହୋଇଥିଲା । ସେ ଜୀବନ ମରଣ ସହ ସଂଘର୍ଷ କରୁଥିବା ବେଳେ ଚିକିତ୍ସା ପାଇଁ ତୁରନ୍ତ ଏୟାର ଆମ୍ବୁଲାନ୍ସରେ ରାଜଧାନୀ ମାଲେ ସ୍ଥାନାନ୍ତର କରିବାର ଆବଶ୍ୟକ ରହିଥିଲା । ହେଲେ ଏୟାରଲିଫ୍ଟ ପାଇଁ ଭାରତ ଦ୍ବାରା ପରିଚାଳିତ ଡୋର୍ନିୟର ବିମାନ ଉଡାଣକୁ ଅନୁମତି ଦେଇନଥିଲେ ମାଳଦ୍ବୀପ ସରକାର ।

ଏହାମଧ୍ୟ ପଢନ୍ତୁ...ଭାରତକୁ ମାଳଦ୍ବୀପ ରାଷ୍ଟ୍ରପତିଙ୍କ ଟାର୍ଗେଟ; 'ଆମକୁ ଧମକାଇବା ଲାଇସେନ୍ସ କାହା ପାଖରେ ନାହିଁ'

ଅସୁସ୍ଥ ନାବାଳକକୁ ଏୟାରଲିଫ୍ଟ କରିବା ପାଇଁ ମାଳଦ୍ୱୀପ ବିମାନ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଫୋନ କରିବା ସତ୍ତ୍ବେ ବିମାନ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇନଥିଲେ । ଗୁରୁବାର ସକାଳ ପାଖାପାଖି 8.30 ସୁଦ୍ଧା ବିମାନ କର୍ତ୍ତୃପକ୍ଷ ଫୋନର ଜବାବ ଦେଇଥିଲେ । 16 ଘଣ୍ଟା ପରେ ବାଳକଟିକୁ ଏୟାର ଆମ୍ବୁଲାନ୍ସ ଯୋଗେ ମାଲେ ନିଆଯାଇଥିଲା । କିନ୍ତୁ ବିଳମ୍ବ ହେବା ଯୋଗୁଁ ପିଲାଟିର ଅବସ୍ଥା ଆହୁରି ସଙ୍କଟାପନ୍ନ ହୋଇଯାଇଥିଲା । ଫଳରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପିଲାଟିର ମୃତ୍ୟୁ ହୋଇଯାଇଥିଲା ।

ଏନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା । ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ 14 ବର୍ଷୀୟ ବାଳକଙ୍କର ଜୀବନ ଯାଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । ଏନେଇ ଆସନ୍ଧା କମ୍ପାନୀ ଲିମିଟେଡ୍ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି । ଏୟାରଲିଫ୍ଟ ନେଇ ଅନୁରୋଧ ଆସିବା ସମୟରୁ ହିଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ହେଲେ ଦୁର୍ଭାଗ୍ୟବଶତଃ ଶେଷ ମୁହୂର୍ତ୍ତରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଡାଣ ସମ୍ଭବ ହୋଇନଥିଲା ବୋଲି କୁହାଯାଇଛି ।

ଅନ୍ୟପଟେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ମାଳଦ୍ୱୀପର ଜଣେ ସ୍ଥାନୀୟ ସଂସଦ ଏନେଇ ରାଷ୍ଟ୍ରପତିଙ୍କୁ କଡା ସମାଲୋଚନା କରିଛନ୍ତି । ଭାରତ ପ୍ରତି ରାଷ୍ଟ୍ରପତିଙ୍କ ଶତ୍ରୁତାକୁ ସନ୍ତୁଷ୍ଟ କରିବାକୁ ଯାଇ ଲୋକମାନେ ନିଜ ଜୀବନ ଦେଇ ତାହାର ମୂଲ୍ୟ ସୁଝିବା ଉଚିତ ନୁହେଁ ବୋଲି କହିଛନ୍ତି ସାଂସଦ ।

ସୂଚନା ଯୋଗ୍ୟ, ମାଳଦ୍ୱୀପ ସାଂସଦଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେବା ପରେ 2 ଦେଶ ମଧ୍ୟରେ ବିବାଦ ଜୋର ଧରିଛି । ଏହାମଧ୍ୟରେ ରାଷ୍ଟ୍ରପତି ମୁଇଜୁ ମାଳଦ୍ବୀପରୁ 15 ମାର୍ଚ୍ଚ ମଧ୍ୟରେ ସୈନିକ ଅପସାରଣ କରିବାକୁ ଭାରତକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ତିକ୍ତତା ଆହୁରି ବଢିଛି । ରାଷ୍ଟ୍ରପତିଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ଏକ 14 ବର୍ଷୀୟ ବାଳକଙ୍କର ଜୀବନ ଯାଇଥିବା ଅଭିଯୋଗ ହୋଇଛି । ବାଳକଟିକୁ ମେଡିକାଲ ଏମର୍ଜେନ୍ସି ପାଇଁ ଭାରତୀୟ ବିମାନର ଆବଶ୍ୟକତା ଥିବାବେଳେ, ଏହି ବିମାନ ଉଡାଣ ନେଇ ମାଳଦ୍ୱୀପ ସରକାର ଅନୁମତି ଦେଇନଥିଲେ । ଚିକିତ୍ସାରେ ବିଳମ୍ବ ହେବା ଯୋଗୁଁ ପିଲାଟିର ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.