ETV Bharat / international

ବ୍ରିଟେନ ରାଜା ଚାର୍ଲସ ତୃତୀୟଙ୍କୁ କ୍ୟାନ୍ସର

author img

By ETV Bharat Odisha Team

Published : Feb 6, 2024, 10:10 AM IST

କିଙ୍ଗ ଚାର୍ଲସ ତୃତୀୟ
କିଙ୍ଗ ଚାର୍ଲସ ତୃତୀୟ

King Charles III Diagnosed With Cancer: ବ୍ରିଟେନ ରାଜା ଚାର୍ଲସ ତୃତୀୟଙ୍କୁ କ୍ୟାନ୍ସର । ଏନେଇ ବଙ୍କିମହାମ ପ୍ୟାଲେସ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

ଲଣ୍ଡନ: ବ୍ରିଟେନ ରାଜା ଚାର୍ଲସ ତୃତୀୟଙ୍କୁ କ୍ୟାନ୍ସର । ରାଜାଙ୍କ ଠାରେ କର୍କଟ ରୋଗ ଚିହ୍ନଟ ହୋଇଥିବା ନେଇ ବଙ୍କିମହାମ ପ୍ୟାଲେସ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି । ତେବେ ସେ କେଉଁ କର୍କଟରେ ଆକ୍ରାନ୍ତ ସେନେଇ କୌଣସି ଖୁଲାସା କରାଯାଇ ନାହିଁ । ସେପ୍ଟେମ୍ବର 2022 ମସିହାରେ ରାଣୀ ଏଲିଜାବେଥ ଦ୍ବିତୀୟଙ୍କର ଦେହାନ୍ତ ପରେ 75 ବର୍ଷୀୟ କିଙ୍ଗ ଚାର୍ଲସ ତୃତୀୟ ରାଜମୁକୁଟ ପିନ୍ଧିଥିଲେ ।

ବଙ୍କିମହାମ ପ୍ୟାଲେସ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, କିଙ୍ଗ ଚାର୍ଲସ ତୃତୀୟ ଏକ ପ୍ରକାର କର୍କଟ ରୋଗରେ ପୀଡିତ ହୋଇଛନ୍ତି । ପ୍ରୋଷ୍ଟେଟ ଗ୍ରନ୍ଥି ପରୀକ୍ଷା କରିବା ସମୟରେ ସେ କର୍କଟ ରୋଗରେ ପୀଡିତ ଥିବା ଜଣାପଡିଛି । ତେବେ ସେ କେଉଁ ପ୍ରକାର କର୍କଟରେ ଆକ୍ରାନ୍ତ ଏବଂ ବର୍ତ୍ତମାନ ତାହା କେଉଁ ଷ୍ଟେଜରେ ରହିଛି ସେନେଇ କୌଣସି ଖୁଲାସା କରାଯାଇ ନାହିଁ । ଚିକିତ୍ସା ପରେ ବର୍ତ୍ତମାନ କିଙ୍ଗ ଚାର୍ଲ୍ସଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଠିକ୍ ରହିଛି । ଖୁବଶୀଘ୍ର ପୁଣି ସେ ସାର୍ବଜନୀନ ଦାୟିତ୍ବ ତୁଲାଇବେ ବୋଲି ବଙ୍କିମହାମ ପ୍ୟାଲେସ ପକ୍ଷରୁ କୁହାଯାଇଛି ।

ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି, ନିୟମିତ ଚିକିତ୍ସା ସମୟରେ ଚାର୍ଲସଙ୍କୁ କ୍ୟାନ୍ସର ହୋଇଥିବା ଜଣାପଡିଥିଲା । ତେଣୁ ଡାକ୍ତର ତାଙ୍କୁ ସାର୍ବଜନୀନ କାର୍ଯ୍ୟକଳାପ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି । କିନ୍ତୁ ଏହି ଅବଧି ମଧ୍ୟରେ ସେ ସରକାରୀ କାର୍ଯ୍ୟ ତୁଲାଇବେ ବୋଲି କୁହାଯାଇଛି । ରାଜପରିବାର ଲୋକେ ଏନେଇ ଅବଗତ ଅଛନ୍ତି । ପ୍ରକାଶ ଥାଉକି, ବ୍ରିଟେନ ରାଜା କିଙ୍ଗ ଚାର୍ଲସ ତୃତୀୟଙ୍କର ଦୁଇ ପୁଅ ରହିଛନ୍ତି । ପ୍ରିନ୍ସ ହ୍ୟାରି ଏବଂ ପ୍ରିନ୍ସ ୱିଲିୟମ । ସେ ଗତକାଲି(ସୋମବାର) ନୋରାଫକରୁ ଲଣ୍ଡନ ଫେରିଛନ୍ତି । କିଙ୍ଗ ଚାର୍ଲସଙ୍କ ଚିକିତ୍ସା ହସ୍ପିଟାଲରେ ନହୋଇ ବାସଭବନରେ ହେବା ନେଇ ବଙ୍ଗିମହମ୍ ପ୍ୟାଲେସ ପକ୍ଷରୁ କୁହାଯାଇଛି ।

ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ରାଜା ଚାର୍ଲସ ତୃତୀୟ ବ୍ରିଟେନର ରାଜା ହୋଇଥିଲେ । 2023 ମସିହା ମେ' 6 ତାରିଖରେ ବିଧିବଦ୍ଧ ଭାବେ ଭାବ୍ୟ ରାଜକୀୟ ପରମ୍ପରାରେ ବ୍ରିଟେନର ରାଜ ସିଂହାସନ ଗ୍ରହଣ କରିଥିଲେ । ସେତେବେଳେ ରାଜାଙ୍କୁ 73 ବର୍ଷ ହୋଇଥିଲା । ଚାର୍ଲ୍ସ 14 ନଭେମ୍ବର 1948 ରେ ବକିଙ୍ଗହମ୍ ପ୍ୟାଲେସରେ ଜନ୍ମଗ୍ରହଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: King Charles Coronation: ବ୍ରିଟେନରେ ଚାଲ୍ସ ଯୁଗ ଆରମ୍ଭ, ଭବ୍ୟ ଉତ୍ସବରେ ଶେଷ ହେଲା ରାଜ୍ୟାଭିଷେକ

ବ୍ରିଟେନ ରାଜାଙ୍କୁ କ୍ୟାନ୍ସର ଖବର ଶୁଣିବା ପରେ ସମର୍ଥକମାନେ ଦୁଃଖପ୍ରକାଶ କରିବା ସହିତ ଆଶୁ ଆରୋଗ୍ୟ କାମନା କରିଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଟ୍ବିଟ୍ କରି କହିଛନ୍ତି, "ମୁଁ ଜାଣେ ଯେ, ପୁରା ଦେଶ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି । ସେ ଖୁବଶୀଘ୍ର ସୁସ୍ଥ ହୋଇଯିବେ ଏଥିରେ କୌଣସି ସନ୍ଦେହ ନାହିଁ ।"

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, "ମୁଁ ରାଜା କିଙ୍ଗ ଚାର୍ଲସ ତୃତୀୟଙ୍କର ସୁସ୍ଥତା କାମନା କରୁଛି । " ପ୍ରକାଶ ଥାଉକି, ବାଇଡେନଙ୍କ ପୁଅଙ୍କର ମାତ୍ର 46 ବର୍ଷ ବୟସରେ ବ୍ରେନ କ୍ୟାନ୍ସରରେ ମୃତ୍ୟୁ ହୋଇଥିଲା ।

ଅନ୍ୟପଟେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ କହିଛନ୍ତି, "ମୁଁ ରାଜାଙ୍କର ଆଶୁ ଆରୋଗ୍ୟ କାମନା କରୁଛି । ଆମେ ସମ୍ପୂର୍ଣ୍ଣ ଭାବେ ବ୍ରିଟିଶବାସୀଙ୍କ ସହିତ ରହିଛୁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.