ETV Bharat / health

'ବିଶ୍ବ କୁଷ୍ଠ ଦିବସ' କାହିଁକି ପାଳନ କରାଯାଏ ? ଜାଣନ୍ତୁ

author img

By ETV Bharat Odisha Team

Published : Jan 28, 2024, 6:00 AM IST

world leprosy day
ବିଶ୍ବ କୁଷ୍ଠ ଦିବସ

World Leprosy Day 2024: ପ୍ରତିବର୍ଷ ଜାନୁଆରୀ ମାସର ଶେଷ ରବିବାରକୁ 'ବିଶ୍ବ କୁଷ୍ଠ ରୋଗ ଦିବସ' ଭାବେ ପାଳନ କରାଯାଇଆସୁଛି । ଏହି ଅବସରରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯାଉଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: କୁଷ୍ଠ ରୋଗ ନିରାକରଣ ନେଇ ବିଶ୍ବବ୍ୟାପୀ ସଚେତନତା କରାଯାଉଛି । ପ୍ରତିବର୍ଷ ଜାନୁଆରୀ ମାସର ଶେଷ ରବିବାରକୁ 'ବିଶ୍ବ କୁଷ୍ଠ ରୋଗ ଦିବସ' ଭାବେ ପାଳନ କରାଯାଇଆସୁଛି । ଚଳିତ ବର୍ଷର ଥିମ୍ ରହିଛି 'ବିଟ୍ ଲେପ୍ରୋସୀ-କୁଷ୍ଠ ରୋଗକୁ ହରାଅ' । କେବଳ ଭାରତ ନୁହେଁ, ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ସାଜିଛି କୁଷ୍ଠ ରୋଗ । କୁଷ୍ଠ ରୋଗ ଏକ ସଂକ୍ରାମକ ରୋଗ ହୋଇଥିବାବେଳେ ଅନେକ ଲୋକ ଏହାକୁ ଘୃଣା କରିଥାନ୍ତି। ଫଳରେ ଏହି ରୋଗରେ ଶିକାର ହୋଇଥିବା ରୋଗୀଙ୍କୁ ସାମାଜିକ ବାସନ୍ଦ ହେବାକୁ ମଧ୍ୟ ପଡ଼ିଥାଏ । ବର୍ଷ ବର୍ଷ ଧରି ଅନେକ ସରକାରୀ ଓ ବେସରକାରୀ ସଂଗଠନ ତରଫରୁ ସଚେତନତା କରାଯାଇଆସୁଛି। ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହେଉଛି । ପ୍ରତିବର୍ଷ ଜାନୁଆରୀ ମାସର ଶେଷ ରବିବାରକୁ 'ବିଶ୍ବ କୁଷ୍ଠ ରୋଗ ଦିବସ' ଭାବେ ପାଳନ କରାଯାଉଛି ।

କୁଷ୍ଠ ରୋଗ କ'ଣ?

ଏହା ଏକ କ୍ଷୁଦ୍ର ଜୀବାଣୁରୁ ସୃଷ୍ଟି ହୋଇଥାଏ । ମାଇକ୍ରୋ ବ୍ୟାକ୍ଟେରିଅମ 'ଲେପ୍ରି'ରୁ ବ୍ୟାପୁଥିବାରୁ ଏହି ରୋଗ ଲେପ୍ରୋସି ନାଁରେ ମଧ୍ୟ ଜଣାଶୁଣା । ବିଶେଷ କରି ଚର୍ମକୁ କ୍ଷତିଗ୍ରସ୍ତ କରିଥାଏ ଏହି ରୋଗ । ପିଲାଠାରୁ ଆରମ୍ଭ କରି ବୃଦ୍ଧ ବୟସ ପର୍ଯ୍ୟନ୍ତ ଯେକୌଣସି ବ୍ୟକ୍ତିଙ୍କୁ ଏହା ବ୍ୟାପିବାର ଆଶଙ୍କା ରହିଛି ।

କ'ଣ କହୁଛି ରିପୋର୍ଟ:

ଯଦିଓ ୨୦୦୫ ମସିହା ସୁଦ୍ଧା କୁଷ୍ଠ ରୋଗକୁ ସମାପ୍ତ କରିବାକୁ ପ୍ରଚେଷ୍ଟା କରିଥିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ତଥାପି ପ୍ରତିବର୍ଷ କୁଷ୍ଠ ରୋଗ ସହ ଜଡ଼ିତ ୨ ଲକ୍ଷ ମାମଲା ସାମନାକୁ ଆସୁଛି । ୨୦୨୦ ମସିହାରେ ବିଶ୍ବରେ ୧ଲକ୍ଷ ୩୦ହଜାର କୁଷ୍ଠ ରୋଗର ନୂଆ ମାମଲା ସାମନାକୁ ଆସିଥିଲା । ଯେଉଁଥିରେ ଭାରତ, ବ୍ରାଜିଲ ଓ ଇଣ୍ଡୋନେସିଆରୁ ୭୩ ପ୍ରତିଶତ ରୋଗୀ ଥିଲେ । ବର୍ତ୍ତମାନ ଭାରତରେ ପ୍ରତି ୧୦ ହଜାର ଜନସଂଖ୍ୟାରେ ୦.୪ ପ୍ରତିଶତ ଲୋକ କୁଷ୍ଠ ରୋଗରେ ଆକ୍ରାନ୍ତ ହେଉଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ, ବର୍ତ୍ତମାନ ଅଧିକ ମାମଲା ଆଫ୍ରିକା ଓ ଏସିଆ ମହାଦେଶରେ ଦେଖିବାକୁ ମିଳୁଛି ।

ବିଶ୍ବ କୁଷ୍ଠ ରୋଗ ଦିବସ ପାଳନର ଉଦ୍ଦେଶ୍ୟ:

କୁଷ୍ଠ ରୋଗ ବିଷୟରେ ଲୋକଙ୍କୁ ଶିକ୍ଷିତ କରିବା ଉଦ୍ଦେଶ୍ୟରେ ଏହି ଦିବସ ପ୍ରଥମେ ୧୯୫୩ ମସିହାରେ ଆରମ୍ଭ ହୋଇଥିଲା । କୁଷ୍ଠ ରୋଗର ଚିକିତ୍ସା କ୍ଷେତ୍ରରେ ପ୍ରଗତି ବିଷୟରେ ସଚେତନତା କରାଯାଉଛି । ପ୍ରତିବର୍ଷ 'ବିଶ୍ବ କୁଷ୍ଠ ରୋଗ ଦିବସ' ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଏହି ରୋଗ ବ୍ୟାପିବା ପୂର୍ବରୁ ସଚେତନ ହେବା ନେଇ ସତର୍କ କରାଯାଉଛି । ଏହି ରୋଗର ନିରାକରଣ ପାଇଁ ରୋଗୀକୁ ଉଭୟ ଶାରିରୀକ ଓ ମାନସିକ ସ୍ତରରେ ଦୃଢ ହେବାକୁ ପଡ଼ିବ । କୁଷ୍ଠ ରୋଗରେ ପୀଡ଼ିତ ବ୍ୟକ୍ତିବିଶେଷଙ୍କୁ ବାସନ୍ଦ ନକରି ଏକ ସମ୍ମାନସ୍ପଦ ଜୀବନ ଦେବା ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ ।

ଏହା ମଧ୍ୟ ପଢନ୍ତୁ...ରିପୋର୍ଟରେ ଖୁଲାସା, ମେଦବହୁଳ ବ୍ୟକ୍ତିଙ୍କୁ କର୍କଟ ହେବା ଆଶଙ୍କା ଅଧିକ !

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.